ତିନି ମାସ କୋମାରେ ରହିବା ପରେ ମଧ୍ୟ ଏହି ଗର୍ଭବତୀ ମହିଳା ଜଣକ ଜନ୍ମ ଦେଇଛନ୍ତି ଏକ ସୁସ୍ଥ ଛୁଆ ।

Spread the love

ଗତ ଗୁରୁବାର ଦିନ ପର୍ତ୍ତୃଗଲରେ 26 ବର୍ଷୀୟ ଜଣେ ମହିଳା ଖେଳାଳି ଏକ ସ୍ଵସ୍ଥ ଛୁଆର ମାଆ ହୋଇଥିଲେ । କିନ୍ତୁ ଛୁଆକୁ ଜନ୍ମ ଦେବାର କିଛି ସମୟ ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇ ଥିଲା । ମହତ୍ୱପୂର୍ଣ କଥା ଏହା ଯେ, ସେହି ମହିଳା ଡିସେମ୍ବର ମାସରୁ କୋମାରେ ଥିଲେ । କଥରିନା ସେକେରା ନାମକ ଏହି ମହିଳା ମସ୍ତିଷ୍କ ଅସୁସ୍ଥତା ହେତୁ ଡାକ୍ତରଖାନାରେ ଥିଲେ । କଥରିନା ଆନ୍ତର୍ଜାତିକ ସ୍ତରରେ ଖେଳି ସାରିଛନ୍ତି । କିନ୍ତୁ ଡିସେମ୍ବରରେ ଏହି ଖେଳାଳି ଜଣଙ୍କ ଆସ୍ଥାମାର ଶିକାର ହୋଇଥିଲେ । ଯାହା ପରେ ଏହି ଖେଳାଳିଙ୍କୁ ଡାକ୍ତରଖାନା ଅଣା ଯାଇଥିଲା । ଡାକ୍ତର ଏହି ଖେଳାଳିଙ୍କ ମସ୍ତିଷ୍କ ଖରାପ ହୋଇଛି ବୋଲି ଘୋଷଣା କରିଥିଲେ । ଆମେ ଏହା ସ୍ଵୀକାର କରିପାରିବା ଯେ, ମହିଳା ଜଣକ ନିଜ ଛୁଆକୁ ଜନ୍ମ ଦେବା ପାଇଁ ବଂଚି ରହିଥିଲେ ।

ନବ ଜନ୍ମିତ ଛୁଆଟି ସୁସ୍ଥ ଅଛି :

କଥରିନା ସେକେରା ଆସ୍ଥାମାର ଶିକାର ହୋଇଥିଲେ, ସେହି ସମୟରେ ସେ ଗର୍ଭାବସ୍ଥାର 19 ସପ୍ତାହ ହୋଇଥିଲା । 19 ସପ୍ତାହରେ କଥରିନା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହାର ନାମ ରଖିଥିଲେ “ସ୍ଲବାଡୋର” । ଏହି ନବ ଜନ୍ମିତ ଶିଶୁର ଓଜନ 1.7 କି.ଗ୍ରା ଅଛି, ତେଣୁ ବର୍ତ୍ତମାନ ତିନି ସପ୍ତାହ ପର୍ଯ୍ୟନ୍ତ ଶିଶୁଟି ହସ୍ପିଟଲରେ ରହିବା ।

ମା ବଞ୍ଚିଥିଲେ ଶିଶୁ ପାଇଁ :

56 ଦିନ ପାଇଁ କଥରିନାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଥିଲା । କାରଣ ତାଙ୍କ ଗର୍ଭରେ ବଢୁଥିବା ଛୁଆ ବଂଚି ରହିପାରିବ । ଡାକ୍ତର କହିଛନ୍ତି, କଥରିନାଙ୍କ ପ୍ରସବ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିଥିଲା । କାରଣ ସେହି ଦିନ ହିଁ 32 ସପ୍ତାହ ପୁରାଣ ହେବାର ଥିଲା । କିନ୍ତୁ କଥରିନାଙ୍କ ଖରାପ ଅବସ୍ଥା ଦେଖି ଡାକ୍ତରମାନେ ଗୁରୁବାର ଦିନ ହିଁ ପ୍ରସବ କରାଇବା ପାଇଁ ଚିନ୍ତା କରିଥିଲେ ।

ନିଜକୁ ଛୁଆ ପାଇଁ ଦାନ କରିଦେଲେ :

କଥରିନାଙ୍କ ସ୍ୱାମୀ ବୃନ ଓ ତାଙ୍କ ପରିବାର ଚାହୁଁଥିଲେ କୋୖଣସି ପରିସ୍ଥିତିରେ ମଧ୍ୟ ନିଜ ଛୁଆଟି ବଞ୍ଚି ରହୁ । ସୂତ୍ର ଅନୁସାରେ, କଥରିନାଙ୍କ ମାଆ ମାରିୟା ଡେ ଫୋଟିମା କହିଛନ୍ତି; ସେ 26 ଡିସେମ୍ବର ଦିନ ହିଁ ନିଜ ଝିଅଙ୍କୁ ବିଦାୟ ଦେଇଥିଲେ । କଥରିନାଙ୍କ ଗର୍ଭରେ ବଢୁଥିବା ଛୁଆକୁ ବଞ୍ଚାଇ ରଖିବା ପାଇଁ, ସେ ନିଜକୁ ଦାନ କରି ଦେଇଥିଲେ । କଥାରେ ଅଛି, ମାଆଙ୍କୁ କୌଣସି ପରିସ୍ଥିତି ମଧ୍ୟ ହରାଇ ପାରିନଥାଏ ।

ଏହା ପ୍ରଥମ ଥର ନୁହଁ, ପର୍ତ୍ତୁଗଲରେ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ପର୍ତ୍ତୁଗଲର ଏହା ଦ୍ଵିତୀୟ ଘଟଣା ଅଟେ ଯେଉଁଠି, ଜଣେ ମସ୍ତିସ୍କ ବିମାରି ମହିଳା ଏକ ସୁସ୍ଥ ଛୁଆକୁ ଜନ୍ମ ଦେଇଛନ୍ତି । କଥରିନା ପ୍ରସିଦ୍ଧ ଅନ୍ତରାଷ୍ଟ୍ରୀୟ ନାବିକା ଥିଲେ, ଯିଏ ନିଜ ଦେଶ ପାଇଁ ଗର୍ବ ଆଣିଥିଲେ । କଥରିନା ପିଲାବେଳୁ ହିଁ ଅସ୍ଥାମା ରୋଗୀ ଥିଲେ ।