ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିଛି, ଏହି ଭିଡିଟି ଦେଖିଲେ ହିଁ ବିଶ୍ଵାସ କରିପାରିବେ ! ନିଜର ଦୁଇ ହାତ କଟି ଯାଇଥିବା ସ୍ଵତେ ଏହି ପିଲାଟି…..

Spread the love

ଭାରତର ୱିକେଟ ରକ୍ଷକ ବ୍ୟେଟ୍-ମ୍ୟାନ୍ ଋଦ୍ଧିମାନ ଶାହ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ପିଲା ବୋଲିଂ କରୁଥିବା ଦେଖିବା ପାଇଁ ମିଳୁଛି ।

ନିଜ ହାତର ରେଖାକୁ କଣ ଦେଖୁଛ ବନ୍ଧୁ, ସେହିମାନଙ୍କର ମଧ୍ୟ ଭାଗ୍ୟ ଅଛି ଯେଉଁମାନଙ୍କର ହାତ ନାହିଁ । ଏହି କଥାଟି ଭିଡିଓ ଦେଖି ସାରିବା ପରେ ହିଁ ଆପଣଙ୍କୁ ସତ୍ୟ ଲାଗିବ । ଟିମ୍ ଇଣ୍ଡିଆର ୱିକେଟ ରକ୍ଷକ ବ୍ୟେଟ୍-ମ୍ୟାନ୍ ଋଦ୍ଧିମାନ ଶାହ ଏକ ଭିଡିଓ ଶେୟାର କରିଛନ୍ତି; ଯେଉଁଥିରେ ଜଣେ ପିଲା ବୋଲିଂ କରୁଥିବା ଦେଖିବା ପାଇଁ ମିଳିଛି ।

ଏହି ପିଲାଟିର ଦୁଇଟି ହାତ ନାହିଁ କିନ୍ତୁ ସେ ବଲ୍ ଉଠାଇ ଭଲ ବୋଲିଂ କରିପାରୁଛି । ଭିଡିଓଟି ଏକ ଗଳିର ଅଟେ, ଯେଉଁଥିରେ କିଛି ପିଲା ଗଳିରେ କ୍ରିକେଟ ଖେଳୁ ଥିବାର ଦେଖାଯାଉଛି ।

ଏହି ଭିଡିଓଟିକୁ ଋଦ୍ଧିମାନ ଶାହ ନିଜର ଟୁଇଟର୍ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଭିଡିଓଟିକୁ ବହୁତ ଲୋକ ଦେଖି ସାରିଛନ୍ତି । ଭିଡିଓରୁ ଜଣାପଡୁଛି, ଭିଡିଓରେ ଦେଖାଯାଉଥିବା ପିଲାଟି କ୍ରିକେଟକୁ ଭାରି ପସନ୍ଦ କରେ ଓ ପିଲାଟି କ୍ରିକେଟ ପାଇଁ କିଛି ମଧ୍ୟ କରିପାରେ । ଭିଡିଓକୁ ଦେଖିବା ପରେ ଜଣାପଡୁଛି ପିଲାଟି ସ୍ଵିଙ୍ଗ ବୋଲିଂ କରୁଛି ।

ପିଲାଟିର ଦୁଇଟି ହାତ କହୁଣି ପାଖରୁ ନାହିଁ । ପିଲାଟି ଦୁଇ ହାତର କହୁଣିର ସାହାଯ୍ୟରେ ବଲ ଧରି ସ୍ଵିଙ୍ଗ ବୋଲିଂ କରୁଛି । ନା କେବଳ ପିଲାଟି ବୋଲିଂ କରୁଛି, ପିଲାଟି ବଲ୍ ମଧ୍ୟ ନିଜ କହୁଣି ସାହାଯ୍ୟରେ ଧରିପାରୁଛି । ଭିଡିଓଟି ଦେଖି ସାରିବା ପରେ ଆପଣମାନେ ଏହି ପିଲାଟିର ପ୍ରଶଂସା ନ କରି ରହି ପାରିବେ ନାହିଁ । ଏହିପରି କ୍ରିକେଟ୍ ପ୍ରଶଂସକ ନିଆରା ଅଟନ୍ତି । ଆପଣ ଏହି ଭିଡିଓଟିକୁ ଦେଖିବା ପରେ ନିଶ୍ଚୟ ଶେୟାର କରିବା ପାଇଁ ମନ ଡାକିବା । ଭାରତର ଗଳି ଗଳିରେ ପିଲାମାନେ ଖେଳୁ ଥିବା ଆମ୍ଭେମାନେ ଦେଖିଥିବା କିନ୍ତୁ ଏହିପରି ବିଦ୍ୟାଙ୍ଗ ପିଲାଙ୍କୁ ଖେଳୁ ଥିବା ଆମେ ଦେଖିନଥିବା । ଭିଡିଓଟି ଶେୟାର ହୋଇବା ପରେ ବର୍ତମାନ ପିଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟି ଯାଇଛି ।