ଏହି ୫ଟି ଶାରୀରିକ ସମସ୍ୟା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଆବଶ୍ୟକ ହୋଇଥାଏ ଦେଶୀ ଘିଅ ବ୍ୟବହାର, ଜାଣନ୍ତୁ ଏହା ପଛରେ ଥିବା ଅସଲି କାରଣ କଣ ?

Spread the love

ଭାରତୀୟ ଘରେ ମାଆ ଯଦି ଖାଇବାକୁ ଦିଅନ୍ତି, ତେବେ ସେହି ଖାଦ୍ୟରେ ମାଆଙ୍କ ଭଲ ପାଇବା ଠାରୁ ଅଧିକ ଘିଅ ରହିଥାଏ ସେହି ଖାଦ୍ୟରେ ଏବଂ ଆପଣ ସେହି ଖାଦ୍ୟକୁ ମନା ମଧ୍ୟ କରିପାରିବେ ନାହିଁ । ତାହା ଦେଶୀ ଘିଅ ନୁହେଁ ବରଂ ମାଆର ଭଲ ପାଇବା ହୋଇଥାଏ, ଯାହାକି ସେ ତାର ଛୁଆଙ୍କୁ ଖାଇବାକୁ ଦେଇଥାଏ । କିନ୍ତୁ ଅଧିକାଂଶ ଲୋକ ଭାବିଥାନ୍ତି ଘିଅ ଖାଇବା ଦ୍ଵାରା ଫେଟ୍ ବା ମୋଟାପଣ ବଢ଼ିଥାଏ କିନ୍ତୁ ଏହା ୧୦୦ ପ୍ରତିଶତ ଭୁଲ ଧାରଣା ଅଟେ । କାହିଁକି ନା ଘରେ ପ୍ରସ୍ତୁତ ହୋଇଥିବା ଘିଅ କେବେ ମଧ୍ୟ କ୍ଷତି ଘଟାଇ ନ ଥାଏ । ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଥିବା ଦେଶୀ ଘିଅକୁ ଭାରତୀୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଯଦିଓ ବର୍ତ୍ତମାନ ସମୟର ପୁଅ ଏବଂ ଝିଅମାନେ ଘିଅ ଠାରୁ ଅଧିକ ମାଖନ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ୫ଟି କାରଣ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଆବଶ୍ୟକ ହୋଇଥାଏ ଦେଶୀ ଘିଅ, କେଉଁ ସବୁ କାରଣ ଅଟେ ଚାଲନ୍ତୁ ଜାଣିବା ।

ଏହି ପାଞ୍ଚଟି କାରଣ ଯୋଗୁଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆବଶ୍ୟକ ହୋଇଥାଏ ଦେଶୀ ଘିଅ :

ପଶ୍ଚିମ ଭାରତରେ ଖାଦ୍ୟ ପଦାର୍ଥରେ ହୁଏତ ଦେଶୀ ଘିଅକୁ ଅଧିକ ମହତ୍ୱ ଦିଆଯାଇ ନ ଥାଏ କିନ୍ତୁ ଭାରତୀୟ ଖାଦ୍ୟ ପଦାର୍ଥ ଏବଂ ଅନ୍ୟ କିଛି କାରଣ ଯୋଗୁଁ ଭାରତୀୟ ଲୋକମାନଙ୍କ ପାଇଁ ଦେଶୀ ଘିଅର ସେବନ ବହୁତ ଜରୁରୀ ହୋଇଥାଏ । ବାସ୍ତବରେ ଭାରତୀୟ ଲୋକମାନଙ୍କ ମଧ୍ୟରେ ଏମିତି ଅନେକ ସମସ୍ୟା ଦେଖିବାକୁ ଲାଗିଲାଣି, ଯାହାକୁ ଦେଶୀ ଘିଅ ବଞ୍ଚାଇ ଥାଏ ଏବଂ ଶରୀରକୁ ସ୍ୱାସ୍ଥ୍ୟ ରଖିଥାଏ । ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଭାରତୀୟ ଲୋକଙ୍କ ପାଇଁ କାହିଁକି ଦେଶୀ ଘିଅ ଜରୁରୀ ହୋଇଥାଏ ।

ଲହୁଣୀ ଠାରୁ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ ଘିଅ :

ଦେଶୀ ଘିଅ, ଲହୁଣୀ ଅଥବା ବଟର ଠାରୁ ଅଧିକ ସ୍ୱାସ୍ଥ୍ୟ କର ବିକଳ୍ପ ବୋଲି କୁହାଯାଏ । ଏହି କଥା National center for biotechnology information ଦ୍ଵାରା ୨୦୧୬ ମସିହାରେ ଛୋପା ଯାଇଥିଲା । ସେହି ସୂଚନାରେ କୁହାଯାଇଥିଲା କି ଦେଶୀ ଘିଅରେ ମାଖନ ଠାରୁ ଅଧିକ ଭିଟାମିନ, ଏଣ୍ଟି ଅକ୍ସିଡେଣ୍ଟ, ଓମୋଗା-୩ ଏବଂ କାନଯ୍ୟୁଗେଟେଡ୍ ଆଇନୋଲେଇକ ଏସିଡ ଅଧିକ ପରିମାଣରେ ମିଳିଥାଏ । ଯେଉଁଥିପାଇଁ ଏହା ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଭାରି ଖାଦ୍ୟକୁ ହଜମ କରିଥାଏ :

ଭାରତୀୟ ଖାଦ୍ୟପେୟ ପଶ୍ଚିମ ଦେଶ ଅପେକ୍ଷା ଅଧିକ ଭାରି ହୋଇଥାଏ । ଆମର ଏଠାରେ ଅଧିକାଂଶ ଗହମର ଅଟା ଏବଂ ଚାଉଳର ଖାଦ୍ୟକୁ ସେବନ କରାଯାଏ । ଏହା ବ୍ୟତୀତ ଭାରତୀୟ ଖାଦ୍ୟ ତେଲ ମସଲା ଯୁକ୍ତ ହୋଇଥାଏ, ଯାହା କାରଣରୁ ଏହାକୁ ହଜମ କରିବା ସହଜ ହୋଇନଥାଏ ଏବଂ ଏମିତିରେ ଯଦିଓ ଖାଦ୍ୟରେ ଦେଶୀ ଘିଅର ପ୍ରୟୋଗ ହୋଇଥାଏ; ତେବେ ଖାଦ୍ୟ ହଜମ ହେବାରେ ସହଜ ହୋଇଥାଏ । ଦେଶୀ ଘିଅ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ ଏବଂ ପେଟ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂରେଇ ରଖିଥାଏ ।

ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ :

ଭାରତୀୟ ମହିଳା ମାନଙ୍କ ଶରୀରରେ ରକ୍ତର ଅଭାବ (ଏନିମିଆ) ବହୁ ମାତ୍ରାରେ ଦେଖାଯାଇଥାଏ । ୯୦ ପ୍ରତିଶତରୁ ଅଧିକ ଭାରତୀୟ ମହିଳାମାନେ ଏବଂ ୬୫ ପ୍ରତିଶତରୁ ଅଧିକ ଭାରତୀୟ ପୁରୁଷଙ୍କ ମଧ୍ୟରେ ରକ୍ତ ଅଭାବ ଜନିତ ସମସ୍ୟା ଦେଖାଯାଇଥାଏ । ଦେଶୀ ଘିଅରେ କୋପର୍ ଏବଂ ଆଇରନ ଭଲ ମାତ୍ରାରେ ଥାଏ, ଏହି କାରଣ ପାଇଁ ଆପଣଙ୍କୁ ଘିଅର ସେବନ ଭଲ ଭାବରେ କରିବା ଉଚିତ୍ । ଏହାଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢିଯାଇଥାଏ ।

ଆଖିର ରଶ୍ମି ପାଇଁ ରାମବାଣ :

ଭାରତରେ ୫୫-୬୦ ବର୍ଷ ପରେ ଆଖିରେ ମୋତିବିନ୍ଦ ହେବା ଏକ ସାଧାରଣ ସମସ୍ୟା ଅଟେ, ଅର୍ଥାତ୍ ଲୋକଙ୍କ ଦୃଷ୍ଟିଶକ୍ତି ଏହି ବୟସରେ ଦୁର୍ବଳ ହୋଇଯାଇଥାଏ । ଦେଶୀ ଘିଅରେ ଭିଟାମିନ-ଇ, ଭିଟାମିନ-ଡି, ଭିଟାମିନ-ଏ ଏବଂ ଭିଟାମିନ-କେ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଏଥିରେ କେରଟୋନାଇଡେଶ୍ ନାମର ତତ୍ତ୍ଵ ମଧ୍ୟ ମିଳିଥାଏ, ଯାହାକି ଆଖିର ରଶ୍ମି ବଢାଇବାରେ ସାହାଯ୍ୟ କରିଥାଏ । ପୁରୁଣା ଲୋକ ଯିଏକି ଛୋଟରୁ ହିଁ ଶୁଦ୍ଧ ଦେଶୀ ଘିଅ ଖାଇଥାନ୍ତି, ସେମାନେ ଦୃଷ୍ଟିଶକ୍ତି ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥାନ୍ତି ଏବଂ ସେମାନଙ୍କ ଆଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଠିକ୍ ରହିଥାଏ ।

ହାଡ଼ର ଦୁର୍ବଳତାକୁ ଦୂର କରିଥାଏ :

ଆଜିକାଲି ଭାରତୀୟ ଲୋକମାନଙ୍କ ମଧ୍ୟରେ କ୍ୟାଲସୟମ ଓ ଭିଟାମିନ-ଡିର ଅଭାବ ଯୋଗୁଁ ହାଡ଼ ଶୀଘ୍ର ଦୁର୍ବଳ ହୋଇଥାଏ, ଯେଉଁଥି ପାଇଁ ହାଡ଼ ଫେକ୍ଚର୍ (ଭାଙ୍ଗିଯିବା) ହେବା, ଆଣ୍ଟିୟୋପୋରିଶିସ୍, ଗଣ୍ଠି, ଅର୍ଥରାଇଟିସ୍ ଭଳି ସମସ୍ୟା ହେବାରେ ଲାଗିଥାଏ । ୧ ଚାମଚ ଦେଶୀ ଘିଅରେ ୧୧୫ କ୍ୟାଲେରୀ ରହିଥାଏ, ଏଥିରେ ୧୪.୯ ସୁସ୍ଥ ଫେଟ୍ ମିଳିଥାଏ । ଏହା ବ୍ୟତୀତ ଘିଅରେ କ୍ୟାଲସିୟମ ମଧ୍ୟ ଭଲ ମାତ୍ରାରେ ମିଳିଥାଏ, ଯେଉଁଥି ପାଇଁ ଏହା ହାଡ଼କୁ ଶକ୍ତ ବନାଇଥାଏ ।

ସ୍ଵାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ନିଜ ପରିବାର ଓ ବନ୍ଧୁଙ୍କ ମଧ୍ୟର ଶେୟାର କରନ୍ତୁ । ଧନ୍ୟବାଦ ।

ସୌଜନ୍ୟ: https://www.newstrend.news