ଦେଶର ଏକମାତ୍ର IPS ଯିଏ ନେତାମାନଙ୍କୁ ଦେଖାଇଥିଲେ ବରଦିର ତାକତ୍, ମୁଖ୍ୟମନ୍ତ୍ରୀଙ୍କୁ କରଥିଲେ ଗିରଫ ।

Spread the love

ଆପଣମାନେ ବହୁତ ବହାଦୁରୀ ମହିଳାଙ୍କ ବିଷୟରେ ଶୁଣିଥିବେ । ଆଜି ଆମେ ଆପଣଂକୁ କୌଣସି ସାମାନ୍ୟ ମହିଳା ନୁହେଁ ବରଂ ଏପରି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କର୍ଣ୍ଣାଟକର IPS ଅଫିସର ଅଟନ୍ତି । ଆମେ କଥା କହୁଛୁ IPS ଡି. ରୁପାଙ୍କ ବିଷୟରେ, ଯିଏ କେବଳ ସମ-ସାମୟିକ ଘଟଣା ବିଷୟରେ ହିଁ ଟ୍ୱିଟ୍ ବା ପୋଷ୍ଟ ଲେଖିଥାନ୍ତି । ଆଜିର ସମୟରେ ସେ କର୍ଣ୍ଣାଟକ ପୋଲିସରେ ଇନ୍ସପେକ୍ଟର ଜେନେରଲ ବା IG ପୋଷ୍ଟରେ ଅଛନ୍ତି ।

ଆପଣଂକୁ ଜଣାଇ ଦେଉଛୁ ଯେ, ଡି. ରୁପା ଏକ ପ୍ରଖର ସୁଟର୍ (Shooter) ଅଟନ୍ତି । ଯେଉଁଥିପାଇଁ ସେ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ତରଫରୁ ଟ୍ରେନିଙ୍ଗ ସମୟରେ ବହୁତ ପୁରସ୍କାର ଜିତିଛନ୍ତି । ସେ ୨୦୦୦ ମସିହାରେ ଲୋକ ସେବା ଆୟୋଗ ସଂଘର ପରୀକ୍ଷାରେ ୪୩ ନମ୍ବର ରଙ୍କ ହାସଲ କରିଥିଲେ । ସେ କାର୍ଯ୍ୟରେ ଯେପରି କର୍ତ୍ତବ୍ୟନିଷ୍ଠା ଥିଲେ, ତାଠାରୁ ଅଧିକ ଜିଦ୍ଦି ବି ମଧ୍ୟ ଥିଲେ । ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗିବ ଯେ, ସେ ସଶସ୍ତ୍ର ରିଜର୍ଭର ଉପ-ପୋଲିସ ଆୟୁକ୍ତ ରୂପରେ ଡି. ରୁପା କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ବି.ଏସ. ୟଦିୟୁରପ୍ପାଙ୍କୁ ମିଳିଥିବା ସରକାରୀ ଯାନବାହାନ ଗୁଡିକୁ ଫେରାଇ ନେଇଥିଲେ ।

ଆପଣଂକୁ ଜଣାଇ ଦେଉଛୁ ଯେ ଯେବେ ଡି. ରୁପା କର୍ଣ୍ଣାଟକରେ DIG ରୂପେ ଅଧିଷ୍ଠିତ ରହିଲେ, ୨୦୧୭ ସେ AIADMKର ନେତା ଶଶୀକଳାଙ୍କୁ ଜେଲରେ ବିବିଆଇପି ସୁବିଧା ମିଳିବାର ଖୁଲାସା କରିଥିଲେ । ଡି. ରୁପାଙ୍କ ଏହି ରିପୋର୍ଟ ଚଞ୍ଚଳ ପକେଇ ଦେଇଥିଲା । ଯେଉଁଥିରେ ସେ କହିଥିଲେ ଯେ, ଜେଲ୍ ର ଅଧିକାରୀମାନେ ଦୁଇ କୋଟି ଟଙ୍କା ନେଇ ଜେଲ୍ ଭିତରେ ଶଶୀକଳାଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ଘର ତିଆରି କରାଯାଇଥିଲା । ଯେବେ ଜୟଲଳିତାଙ୍କ ଭ୍ରଷ୍ଟାଚାରରେ କର୍ଣ୍ଣାଟକ ଜେଲ୍ ରେ ବନ୍ଦ ଥିବା ତାମିଲନାଡୁର AIDMK ନେତା ଶଶୀକଳାଙ୍କୁ ଜେଲ ଭିତରେ ମିଳୁଥିବା VIP ସୁବିଧା ବିଷୟରେ ବାହାରେ ଖୁଲାସା କରିଥିଲେ ।

ଏହା ବ୍ୟତୀତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ. ଡି. ରୁପା ୨୦୦୪ ମସିହାରେ ଏକ ୱାରେଣ୍ଟର ଯାଞ୍ଚ କରିବା ସମୟରେ କର୍ଣ୍ଣାଟକରୁ ଉମା ଭାରତୀଙ୍କୁ ଗିରଫ କରିବା ପାଇଁ ମଧ୍ୟ ପ୍ରଦେଶ ଯିବାକୁ ପଡିଥିଲା । ସେହି ସମୟରେ ଉମା ଭାରତୀ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଡି. ରୁପା ପହଞ୍ଚିବା ପୂର୍ବରୁ ଉମା ଭାରତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଆପଣଂକୁ ଆହୁରି ମଧ୍ୟ କହିଦେଉଛୁ ୨୦୦୩ ମସିହାରେ ନିର୍ବାଚନରେ ଉମା ଭାରତୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ବିରୋଧରେ ୧୦ବର୍ଷର ପୁରୁଣା ମାମଲାରେ ଇଲ୍-ଲିଗାଲ୍ ଜାମିନ ଗିରଫ୍ ୱାରେଣ୍ଟ ଜାରି ହୋଇଥିଲା । ଆଉ ଏହି ୱାରେଣ୍ଟ କର୍ଣ୍ଣାଟକର ହୁବୁଲି ସହ ଯୋଡିତ । ଏହି ସମୟରେ ୧୫ ଅଗଷ୍ଟ ୧୯୯୪ରେ ଇଦଗାହରେ ତ୍ରିରଙ୍ଗା ଉଡ଼ାଇବା ମାମଲାରେ ୱାରେଣ୍ଟ ଜାରି ହୋଇଥିଲା । କେବଳ ଏହି ଆରୋପ୍ରେ ନୁହେଁ ବରଂ ଏହା ବି ଥିଲା ଯେ ତାଙ୍କର ଏହା ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ପଡିଥିଲା । ୱାରେଣ୍ଟ ଜାରି ହେବା ଦ୍ୱାରା ଉମା ଭରତୀଙ୍କୁ ପଦବୀ ହରାଇବାକୁ ପଡିଥିଲା । ପରେ କୋର୍ଟରେ ହାଜର ହେବାକୁ ପଡିଥିଲା । ସେ ଅଦାଲତର ଆଦେଶ ଅନୁସାରେ ଦଙ୍ଗାରେ ଲିପ୍ତ ଉମା ଭାରତୀଙ୍କୁ ଗିରଫ କରିଥିଲା ।