ମନମୋହନ ସିଂହ- ଦେଶର ଅଶାନ୍ତି ଉପରେ ଚିନ୍ତା ପ୍ରକାଶ କରି କହିଲେ ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର ନ କରିବା ପାଇଁ ପ୍ରତିବଦ୍ଧ ।

Spread the love

ପୂର୍ବ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହ, ପୂର୍ବ ରାଜନାୟିକ ରାକେଶ ସୁଦଙ୍କ ପୁସ୍ତକ “ନ୍ୟୁକ୍ଲିୟର ଅର୍ଡର୍ ଇନ୍ ଦି ଟ୍ୱେଣ୍ଟି ୱାନ୍ ସେଂଛୁରୀ” ର ଊନ୍ମୋଚନ ଅବସରରେ କହିଲେ କି ପରମାଣୁ ସଞ୍ଚାଳନରେ ଦକ୍ଷିଣ ଏସିଆରେ ଅଶାନ୍ତି ବଢ଼ିପାରେ । ଏହାଦ୍ୱାରା ଆଗାମୀ ବର୍ଷ ମାନଙ୍କରେ ପରମାଣୁ ଆକ୍ରମଣର ଆଶଙ୍କା ବଢ଼ିପାରେ । ମନମୋହନ ସିଂହ କହିଲେ କି, ଭାରତ ଏକ ବିମୁଖ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଅଟେ ଓ ସେହି ପରମାଣୁ ଅସ୍ତ୍ରର ବ୍ୟବହାର ନ କରିବାର ନୀତିରେ ଆଗ ଭଳି ପ୍ରତିବଦ୍ଧ ଅଟେ ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଦିନ କୁ ଦିନ ଚିନ୍ତା ବଢ଼ିବାରେ ଲାଗିଛି । 14 ଫେବୃଆରୀରେ ପୁଲୱାମା ହମଲା ପରେ ଉଭୟ ଦେଶର ପରିସ୍ଥିତି ଜଟିଳତର ହୋଇଯାଇଛି । ଭାରତୀୟ ବାୟୁସେନା ପାକିସ୍ଥାନର ଆତଙ୍କୀ ଶିବରରେ ଆକ୍ରମଣ ପରେ ଏହି ପରିସ୍ଥିତି ଚରମ ସୀମାରେ ପହଂଚି ଯାଇଛି । ବର୍ତ୍ତମାନ ଉଭୟରେ ଦେଶରେ ଚିନ୍ତା ବଢ଼ିବାରେ ଲାଗିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ସିଧା ସିଧା କହିଛନ୍ତି ଯେ, ଯୁଦ୍ଧ ନାହିଁ ବରଂ ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ନିହାତି ଜରୁରୀ କିନ୍ତୁ ପରିସ୍ଥିତି ଯୁଦ୍ଧ ଆଡ଼କୁ ଗତି କରୁଛି ।

ଅନିଶ୍ଚିତତାକୁ ମିଳିଲା ଉତ୍ସାହ –

ଡ଼. ମନମୋହନ ସିଂହ କହିଲେ କି, ପୁରୁଣା ଅସ୍ତ୍ରର ନିୟନ୍ତ୍ରଣ ବିଷୟରେ ହୋଇଥିବା ବୁଝାମଣାକୁ ଇତିହାସ କରିବା ଚେଷ୍ଟାରେ ବର୍ତ୍ତମାନର ପରମାଣୁର ବୈଷୟିକ ବ୍ୟବସ୍ଥା ପୃଥିବୀରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି । ୭୦ ବର୍ଷରେ ପରମାଣୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପୁର୍ଣ ବିକଶିତ ପ୍ରସଙ୍ଗ ସୂଚାଇ ଡ଼. ମନମୋହନ ସିଂହ କହିଲେ କି, ଏବେ ତାହା ପର୍ଯ୍ୟନ୍ତ ପହଞ୍ଚିବା ଓ ହାସଲ କରିବା ବହୁତ ସହଜ ହେଇଗଲା ।

ବହୁଧ୍ରୁବୀୟ ଅର୍ଥ ବ୍ୟବସ୍ଥା ଉପରେ ଗୁରୁତ୍ୱ –

ପୂର୍ବ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହ କହିଲେ, ବହୁଧ୍ରୁବୀୟ ପୃଥିବୀ ସମ୍ବନ୍ଧୀୟ ଅର୍ଥବ୍ୟବସ୍ଥାରେ ଏକ ବାସ୍ତବତା ହେଇଗଲା । କିନ୍ତୁ ରାଜନୀତିକ ନେତୃତ୍ୱ ପୁରୁଣା ହେଇଯାଇଥିବା ଭାବନା ରୁ ବାହାରକୁ ଆସିପାରିଲା ନାହିଁ । ସେ କହିଲେ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନ୍ତରୀକ୍ଷ ରେ ପହଞ୍ଚିବା ଓ ସାଇବର ଜଗତରେ ସମ୍ବେଦନଶୀଳର ଘଟଣାକ୍ରମ ର ଅଧିକ ଅନିଶ୍ଚିତତାକୁ ଜନ୍ମ ଦେଲା ।

ମାନ୍ୟବରପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇ ଦେଶ ବୁଝିସୁଝି କାମ କରିବା ଦରକାର ଏହା ଦ୍ୱାରା ଆର୍ଥିକ ବିକାଶ ମଧ୍ୟ ସମ୍ଭବପର । ମନମୋହନ କହିଛନ୍ତି ଯେ, ଉଭୟ ଦେଶକୁ ଆବଶ୍ୟକ ରହିଛି, ନିଜ ନିଜ ଦେଶରେ ବଢୁଥିବା ଗରିବ ଓ ରୋଗରୁ ଲୋକଙ୍କୁ କେଉଁଭଳି ମୁକ୍ତି ମିଳିପାରିବ । ତେଣୁ ସେ ଶେଷରେ ମଧ୍ୟ କହିଛନ୍ତି ଯେ, ଦେଶର ଅତ୍ୟାବଶ୍ୟକ ଆବଶ୍ୟକତାକୁ କିଭଳି ପୂର୍ଣ୍ଣ କରାଯିବ ଉଭୟ ଦେଶ ଚିନ୍ତା କରିବା ଦରକାର । ମନମୋହନଙ୍କ ଏହି ମନ୍ତବ୍ୟକୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରାସାଙ୍କ ଯୋଗ୍ୟ ମଧ୍ୟ କରିଛନ୍ତି ।