ନିଜ ସାଇକେଲରେ ଆଘାତ ପାଇ ଥିବା କୁକୁଡ଼ା ଚିଆଁଙ୍କୁ ଡାକ୍ତରଖାନା ନେଇଥିବା ଡେରେକକୁ ସ୍କୁଲ କତ୍ତୃପକ୍ଷ ସମ୍ନାନ ଦେଇଛନ୍ତି ।

Spread the love

ଏହି ଚିତ୍ରଟି ବିଗତ କିଛି ଦିନ ହେଲାଣି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଛୋଟ ପିଲାଟି ଗୋଟିଏ ହାତରେ କୁକୁଡା ଚିଆଁ ଓ ଅନ୍ୟ ହାତରେ ଟଙ୍କା ଧରିଥିଲା । କହିବାପାଇଁ ଚାହୁଁଛୁ; ମିଜରାମର ଏହି ଛୋଟ ପିଲାଟି ରାତାରାତି ପ୍ରସିଦ୍ଧ ହୋଇଯାଇଛି । ଛୋଟ ପିଲାଟି ପ୍ରସିଦ୍ଧ ହେବା ପଛର ଘଟଣା ହେଉଛି, ଯେତେବେଳେ ଏହି ପିଲାଟି ସାଇକେଲ ଚଳାଉ ଥିଲା ସେହି ସମୟରେ ନିଜ ସାଇକେଲ ଚକା ତଳେ ଗୋଟିଏ କୁକୁଡ଼ା ଚିଆଁ ଆସି ଯାଇଥିଲା ଓ ଚିଆଁଟି ଆଘାତ ପାଇ ପରେ ମରି ଯାଇଥିଲା ।

କହିବା ପାଇଁ ଗଲେ; ପିଲାମାନେ ଖୁବ ନିରୀହ ହୋଇଥାନ୍ତି । ଯେତେବେଳେ କୁକୁଡ଼ା ଚିଆଁଟି ଏହି ପିଲାଟିର ସାଇକେଲ ଚକା ତଳେ ଚାଲି ଆସିଥିଲା, କୁକୁଡ଼ା ଚିଆଁଟି ଆଘାତ ପାଇ ମରି ଯାଇଥିଲା କିନ୍ତୁ କୁକୁଡ଼ା ଚିଆଁ ମରିଯିବା କଥା ପିଲାଟି ଜାଣି ନଥିଲା । ଏହା ସ୍ୱତେ ପିଲାଟି ଗୋଟିଏ ହାତରେ ୧୦ ଟଙ୍କା ଓ ଅନ୍ୟ ହାତରେ କୁକୁଡ଼ା ଚିଆଁ ନେଇ ସାହାଯ୍ୟ ପାଇଁ ଡାକ୍ତରଖାନା ଚାଲି ଯାଇଥିଲା ।

ବିଗତ ଦିନ ଗୁଡିକରେ ସମସ୍ତେ ଏହି ପିଲାଟି ବିଷୟରେ ଜାଣିବା ପାଇଁ ଚେଷ୍ଠା କରିଥିଲେ । କହିବା ପାଇଁ ଚାହୁଁଛୁ; ୬ ବର୍ଷର ଏହି ପିଲାଟିର ନାମ ହେଉଛି ଡେରେକ ସି ଲାଲଚ୍ଛାନାହିମା ଅଟେ । ଡେରେକ ମିଜରାମର ସେରଙ୍ଗ ଗାଁରେ ରୁହେ ।

ଡେରେକକୁ ନିଜର ଭଲ କାମ ଫଳରେ; ତା’ସ୍କୁଲ କତ୍ତୃପକ୍ଷ ସମ୍ମାନ ଦେଇଛନ୍ତି । ପିଲାଟିର ହାତରେ ‘Word of Appreciation’ ସହ ପିଲାଟିର ମୁହଁରେ ଥିବା ହସ କହୁଛି ପିଲାଟି କେତେ ଖୁସି ଅଛି ।

ବାପା ମାଆଙ୍କ ଆଗରେ ଜିଦ ଧରି ବସିଥିଲା ଡାକ୍ତରଖାନା ଯିବା ପାଇଁ :

ଡେରେକର ଏହି ଚିତ୍ରଟି ସୋସିଆଲ ମିଡିଆରେ ଶେୟର କରିଥିବା ଟ୍ୱିଟର୍ ୟୁଜର୍ ସାଙ୍ଗା ସେସ୍ ଗୋଟିଏ ନିୟୁଜ ଚ୍ୟାନେଲକୁ କହିଛନ୍ତି ଯେ, ପିଲାଟିକୁ କୁକୁଡ଼ା ଚିଆଁ ମରିଯିବା କଥା ଜଣା ନଥିଲା । କିନ୍ତୁ ପିଲାଟି ନିଜ ବାପା ମାଙ୍କ ଆଗରେ ଜିଦ ଧରିଥିଲା ଚିଆଁଟିକୁ ଡାକ୍ତରଖାନା ନେବା ପାଇଁ । ଯେତେବେଳେ ଡେରେକର ମମି ପାପା ଡାକ୍ତରଖାନା ଯିବା ପାଇଁ ମନା କରି ଦେଇଥିଲେ, ସେହି ସମୟରେ ଡେରେକ ଗୋଟିଏ ହାତରେ ୧୦ ଟଙ୍କା ଓ ଅନ୍ୟ ହାତରେ ଚିଆଁକୁ ନେଇ ଡାକ୍ତରଖାନା ପହଂଚି ଯାଇଥିଲା । ଯେତେବେଳେ ଡେରେକ ଡାକ୍ତରଖାନା ପହଞ୍ଚିଥିଲା; ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ହି ସମୟରେ ଡାକ୍ତରଖାନାର ଜଣେ ନର୍ସ ଡେରେକର ଫୋଟୋ କ୍ଲିକ୍ କରି ଦେଇଥିଲେ । ବର୍ତ୍ତମାନ ସେହି ଫୋଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।