ଉଦୟ ଚୋପ୍ରାଙ୍କୁ ଚଳଚିତ୍ରରେ କମ ନ ମିଳିବାରୁ ଚିନ୍ତାଗ୍ରସ୍ତ ଆଡକୁ ଚାଲିଯାଇ, ଆତ୍ମହତ୍ୟାକୁ ବିକଳ୍ପ ଭାବରେ ବାଛି ଥିଲେ ।

Spread the love

ଚଳଚିତ୍ରରେ ଅସଫଳ ହୋଇ ଚିନ୍ତାରେ ଥିବା ଉଦୟ ଚୋପ୍ରା ନିଜ Tweeterରେ ଏପରି କିଛି ପୋଷ୍ଟ କରିଛନ୍ତି । ବଲିଉଡରେ ପ୍ରତିବର୍ଷ ଅନେକ ଅଭିନେତା ଅଭିନେତ୍ରୀମାନେ ନିଜ ଭାଗ୍ୟ ପରୀକ୍ଷା କରାଇଥାନ୍ତି । କିଛି ସଫଳ ହୁଅନ୍ତି ଓ କିଛି ଅସଫଳ ହୁଅନ୍ତି । ଏହି ସମୟରେ ବଲିଉଡରେ ଅନେକ ତାରକାଙ୍କ ପୁଅ ଓ ଝିଅ ଅଭିନୟ ଦୁନିଆରେ ପାଦ ଦେଇ ସାରିଲେଣି ଓ କିଛି ଅଭିନୟ ଦୁନିଆରେ ପଦ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସାରା ଅଲି ଖାନ୍ ଓ ଜାନଭି କପୂର୍ ଅଭିନୟ ଦୁନିଆରେ ପାଦ ଦେଇ ସାରିଲେଣି ଓ ନିଜ ନିଜ ନାମ ପ୍ରସିଦ୍ଧ କରି ସାରିଲେଣି । ଦୁଇ ଜଣଙ୍କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

କହିବାକୁ ଚାହୁଞ୍ଚୁ ଏହା ପୂର୍ବରୁ ବହୁତଗୁଡିଏ ତାରକାଙ୍କ ପୁଅ ଓ ଝିଅମାନେ ଅଭିନୟ ଦୁନିଆରେ ପାଦ ଦେଇ ସାଇଥିଲେ, କିନ୍ତୁ କେହି ସଫଳ ହୋଇପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ଅସଫଳ ହୋଇଥିବା ଜଣେ ତାରକାଙ୍କର ପୁଅ ବିଷୟରେ କହିବାକୁ ଯାଉଛୁ; ଯିଏ ବହୁତ ଚିନ୍ତାରେ ରହି ନିଜ Tweeterରେ ନିଜ ଆତ୍ମହତ୍ୟାର ବିଷୟ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା କିଏ, ସେହି ତାରକାଙ୍କ ପୁଅ ?

ବଲିଉଡର ଜଣାଶୁଣା ପ୍ରସିଦ୍ଧ ନିର୍ଦ୍ଦେଶକ ୟେଶ ରାଜ ଚୋପ୍ରା, ଯାହାଙ୍କ ନାମ ଆପଣମାନେ ଶୁଣିଥିବେ । ଏହି ନିର୍ଦ୍ଦେଶକ ଜଣକ ଅନେକ ପ୍ରସିଦ୍ଧ ଚଳଚିତ୍ରର ଭେଟି ଆମକୁ ଦେଇ ସାରିଛନ୍ତି । ଏହି ନିର୍ଦ୍ଦେଶକଙ୍କର ପୁଅଙ୍କୁ ମଧ୍ୟ ଆପଣମାନେ ଜାଣିଥିବେ; ସେ ହେଉଛନ୍ତି ଆଦିତ୍ୟ ଚୋପ୍ରା । ନିର୍ଦ୍ଦେଶକ ୟେଶ ରାଜ ଚୋପ୍ରାଙ୍କର ଦ୍ଵିତୀୟ ପୁତ୍ରଙ୍କର ନାମ ହେଉଛି ଉଦୟ ଚୋପ୍ରା । ଉଦୟ ନିଜ ଭାଗ୍ୟ, ଅଭିନୟ ଦୁନିଆରେ ଚମକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ଅଭିନୟ ଦୁନିଆରେ ଏତେଟା ସଫଳ ହୋଇପାରି ନଥିଲେ ।

ଉଦୟ ଚୋପ୍ରା ୨୦୦୦ ମସିହାରେ, “ମୋହବତେ” ଚଳଚିତ୍ରରେ ପଦାର୍ପଣ କରିଥିଲେ; ପରେ ଚଳଚିତ୍ର “ଧୂମ” ରେ ୨୦୦୪ ମସିହାରେ, ପରେ “ନୀଲ୍ ଓ ନିକ୍କି” ୨୦୦୬ ମସିହାରେ, “ଧୂମ”ର ପୁନରାବୃତି ୨୦୧୩ ମସିହାରେ “ଧୂମ-୩”ରେ ନିଜ ଅଭିନୟର ଜଲ୍ଲବା ଦେଖାଇ ଚଳଚିତ୍ର ଦୁନିଆରୁ ଉଭେଇ ଯାଇଥିଲେ । କହିବାକୁ ଚାହୁଞ୍ଚୁ ଯେ, ଉଦୟ ନିଜ ପିତାଙ୍କ ନିର୍ଦ୍ଦେଶିତ ଚଳଚିତ୍ରରେ ହିଁ ଅଭିନୟ କରିଛନ୍ତି ।

କିଛି ଦିନ ପୂର୍ବରୁ ଉଦୟଙ୍କର ଗୋଟିଏ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଚିତ୍ରରୁ ଜଣ ଯାଉଛି ଯେ, ଉଦୟଙ୍କର ଓଜନ ବହୁତ ବଢିଯାଇଛି ଓ ସେ ବହୁତ ବୃଦ୍ଧ ଦେଖା ଯାଉଛନ୍ତି । ଖବର ଅନୁସାରେ ବହୁତ ଦିନ ଅଭିନୟ ଦୁନିଆରୁ ଦୂରେଇ ଯାଇଥିବାରୁ ଉଦୟ ଏହି ପରି ଦେଖାଯାଉଛନ୍ତି । ବର୍ତମାନ ଉଦୟ କିଛି ଏପରି ପୋଷ୍ଟ କରିଛନ୍ତି, ଯାହା ଉଦୟଙ୍କର ପ୍ରଶଂସକ ଶୁଣିବ ପରେ ଭାରି ଦୁଃଖ ଅନୁଭବ କରିବେ ।

ଟାଇମସ୍ ଅପ୍ ଇଣ୍ଡିଆ ତରଫରୁ କୁହଯାଇଛି, ଉଦୟ ଟୁଇଟ୍ କରି କହିଛନ୍ତି “ମୁଁ ନିଜ ଟୁଇଟ୍ ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ କରିଦେଇଛି, ଏହିପରି ଲାଗିଥିଲା ମୁଁ ମରିବାକୁ ଯାଉଛି, ମୋତେ ଲାଗୁଛି ଆତ୍ମହତ୍ୟା କରିବା ମୋ ପାଇଁ ଏକ ଭଲ ବିକଳ୍ପ ! ମୁଁ ଶୀଘ୍ର ହିଁ ଏହାକୁ ସ୍ଥାୟୀ ରୂପରେ କରିପାରେ ।” ସେ ଆଗକୁ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ଏହା ସ୍ଵୀକାର କରୁଛି ଯେ, ମୁଁ ସୁସ୍ଥ ନୁହେଁ । ବର୍ତମାନ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିଛି କିନ୍ତୁ ଅସଫଳ ରହିଛି ।” ଉଦୟ ଚୋପ୍ରାଙ୍କର ଏହି ପୋଷ୍ଟରୁ ଜଣପଡୁଛି ଯେ, ସେ ଭାରି ଚିନ୍ତିତ ଅଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେ, ଉଦୟ ଚୋପ୍ରା ଏହିପରି ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ଉଦୟ ୨୦୧୮ରେ ଏକ ଟୁଇଟ୍ କରିଥିଲେ ଯେ, “ଯଦି ଆପଣ କିମ୍ବା ଆପଣଙ୍କର କେହି ନିଜର ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି; ତେବେ ଦୟା ପୂର୍ବକ ଆପଣ ସେହି ବ୍ୟକ୍ତିର ସାହାଯ୍ୟ କରନ୍ତୁ ।”

ଗୋଟିଏ ସାକ୍ଷାତକାରରେ ଉଦୟ ନିଜ ଅଭିନିତ ଚଳଚିତ୍ର ବିଷୟରେ କହିଛନ୍ତି, ବଲିଉଡରେ ଯେ, କେହି ମଧ୍ୟ ଆସନ୍ତି ଏହା ସେମାନଙ୍କର ସପ୍ନ ହୋଇଥାଏ । ମୁଁ ମିଛ କହିବାକୁ ଚାହୁଁ ନାହିଁ; ମୁଁ ମଧ୍ୟ ପ୍ରଥମ ହେବାକୁ ଚାହୁଁଥିଲି କିନ୍ତୁ ପରିସ୍ଥିତି ଠିକ୍ ହୋଇପାରି ନଥିଲା । ଦର୍ଶକ ମୋତେ ପସନ୍ଦ କରିନଥିଲେ । ଦର୍ଶକ ମୋତେ ଏହିପରି ନାପସନ୍ଦ କରିବା ମୁଁ ସହ୍ୟ କରିପାରୁ ନାହିଁ । ଏହିପରି କିଛି ପରିସ୍ଥିତି ହେବ ବୋଲି ମୁଁ ଭାବି ନଥିଲି । ଏହା ସ୍ଵୀକାର କରିବା ମୋ ପାଇଁ କଷ୍ଟ ହୋଇପଡିଥିଲା । ଦୁଇ ବର୍ଷ ମଧ୍ୟରେ ଯାହା ସବୁ, ମୋ ମନ ଭିତରେ ଥିଲା ମୁଁ ସବୁ ବାହାରେ କହି ସାରିଛି । ମୁଁ ବର୍ତ୍ତମାନ ଜାଣିସାରିଛି; “ମୁଁ କଣ ଅଟେ ଓ ମୋ କ୍ଷମତା କଣ ଅଛି ।”