42ଟଙ୍କା ପ୍ରତି ମାସରେ Deposit କରନ୍ତୁ, ମୋଦି ସରକାର ଦେବେ ଆପଣଙ୍କୁ ପ୍ରତି ମାସରେ 5000 ।

Spread the love

ଆଜି ଆମେ ମୋଦି ସରକାରଙ୍କ ସେହି ଯୋଜନା ବିଷୟରେ କହିବୁ ଯାହା କି ବିଶେଷ କରି ମଧ୍ୟମ ଵର୍ଗର ଲୋକଙ୍କ ପାଇଁ ବେଶ୍ ଉପକୃତ । କହିବାକୁ ଗଲେ ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ । ସେହି ଯୋଜନାଟି ହେଉଛି ଅଟଳ ପେନସନ୍ ଯୋଜନା । ଯେଉଁଥିରେ ଆପାଣ କାମ ଟଙ୍କା ସଞ୍ଚୟ କରି ପ୍ରତି ମାସରେ ଜମା ରାଶିଠାରୁ ଅଧିକ ଟଙ୍କା ପେନସନ ଆକାରରେ ପାଇ ପାରିବେ । ଏତତ୍-ବ୍ୟତୀତ ଆକସ୍ମିକ ମୃତ୍ୟୁ ହେଲେ ଆପଣଙ୍କ ପରିବାର ସେହି ପେନସନ୍ ର ହକଦାର ହୋଇପାରିବେ ।

ଏହି ଯୋଜନାଟି 2015 ମେଇ ମାସ 9 ତାରିଖରେ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା । ଆପଣ ନିକଟସ୍ଥ ବ୍ୟାଙ୍କ ଶାଖାରୁ ଏହି ଯୋଜନା ଫୋର୍ମ (form) ଆଣି କିମ୍ଭା ଇଣ୍ଟରନେଟରୁ download କରି ଆବେଦନ କରି ଏହି ଯୋଜନାର ଭରପୁର ଲାଭ ଉଠାଇ ପାରିବେ ।

ଏହି ଯୋଜନାର ଲକ୍ଷ୍ୟ : ଆଜିକାଳୀର ପରିସ୍ଥିତିକୁ ସରକର ଏହିପରି ଏକ ଯୋଜନାକୁ ପ୍ରଣୟନ କରିଥିଲେ । ମନୁଷ୍ୟ ବର୍ଦ୍ଧକ୍ୟରେ ଉପନୀତ ହେଲେ ନିସାହାରା ହୋଇଯାନ୍ତି । ସେମାନଙ୍କୁ ସହର ଦେବା ପାଇଁ କେହି ନିଜର ମଧ୍ୟ ପାଖତଡ଼ ଦିଅନ୍ତି ନାହିଁ । ତେଣୁ ଯୋଜନା ଜରିଆରେ ଆପଣ ବାର୍ଦ୍ଧକ୍ୟ ହେଲେ ମଧ୍ୟ ନିସାହାରା ହେବେ ନାହିଁ । ଏହି ଯୋଜନାକୁ ଇଂସୁରାନ୍ସ ରେଗୁଲାଟେରୀ ଆଣ୍ଡ ଡେବଳ୍ପମେଣ୍ଟ ପରିଚାଳନା କରୁଛି । ଆପଣଙ୍କ ବାର୍ଦ୍ଧକ୍ୟ ସମୟରେ ଏହି ଯୋଜନା ଆପଙ୍କୁ ସାହାରା ଦେଇପରିବି ।

କେଉଁମାନେ ଏହି ଯୋଜନାର ଲାଭ ଉଠାଇପାରିବେ :

1) ଯେଉଁମାନଙ୍କର ବୟସ 18 ରୁ 40 ବର୍ଷ ହୋଇଥିବ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

2) ଅସଙ୍ଘଠିତ ଘରୋଇ ସଂସ୍ଥାରେ କାମ କରୁଥିବା ଲୋକମାନେ ଏହି ଯୋଜନାର ଲାଭ ନେଇ ପାରିବେ ।

3) ଯେଉଁମାନେ ଆୟକର ଦିଅନ୍ତି ନାହିଁ , ଯେଉଁମାନଙ୍କର ଇପିଫ ଓ ଏପିଏସ୍ ଆକାଉଣ୍ଟ ଖାତା ନାହିଁ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଏହା ଯୋଜନା ଦ୍ୱାରା ଆପଣ 60 ବର୍ଷ ବୟସରେ ପେନସନ୍ ପାଇବାର ଯୋଗ୍ୟ ବିବେଚିତ ହୋଇଯିବେ । ଏହି ଯୋଜନା ମାଧ୍ୟମରେ ଆପଣ 1000 ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ । ଯଦି ଆପଣ ଅଟଳ ପେନସନ୍ ଯୋଜନା ଅନ୍ତର୍ଗତ ମାସିକ 42 ଟଙ୍କା ଜମା କରିବେ, ତେବେ 60 ବର୍ଷ ବୟସ ବେଳକୁ ଆପଣଙ୍କୁ ମାସିକ 1000 ଟଙ୍କା ପେନସନ ମିଳିବ । ଯଦି ଆପଣ ସବୁ ମାସରେ 210ଟଙ୍କା ଜମା କରିବେ ତେବେ 60 ବର୍ଷ ବେଳକୁ 5000 ଟଙ୍କା ପେନସନ୍ ମିଳିବ । 31 ମାର୍ଚ୍ଚ 2016 ସୁଦ୍ଧା ଯେଉଁ ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି, ସେମାନେ ପ୍ରଥମେ ୫ ବର୍ଷ ଯାଏଁ ଜମା କରିଥିବା ମୋଟ ରାଶିର ୫୦ ପ୍ରତିଶତ ସରକାର ଯୋଗଦାନ କରିବେ ।

60 ବର୍ଷ ପରେ ଯଦି ଆକାଉଣ୍ଟ ଧାରୀଙ୍କ ଦେହାନ୍ତ ହୋଇଯାଏ, ତେବେ ଆକାଉଣ୍ଟ ଧାରୀଙ୍କ ଆତ୍ମୀୟ ଅର୍ଥାତ (nominee holder)ଙ୍କୁ ଏହି ପେନସନ ରାଶି ଦିଆଯିବ । 1000ଟଙ୍କା ପେନସନ ପାଉଥିଲେ 1 ଲକ୍ଷ ରୁ 7 ଲକ୍ଷ ଏବଂ 5000 ଟଙ୍କା ପେନସନ ପାଉଥିଲେ 5 ଲକ୍ଷ ରୁ 8 ଲକ୍ଷ ମିଳିବ ।

ଆସନ୍ତୁ ଜାଣିବା କେତେ ଟଙ୍କାର ପେନସନ ପାଇଁ ପ୍ରତି ମାସରେ କେତେ ଦେବାକୁ ପଡିବ :

ଏହି ଯୋଜନାରେ ଆପଣ ନିଜ ବୟସ ଓ ଆଗାମୀ ଭବିଷ୍ୟତ ରେ କେତେ ଟଙ୍କାର ପେନସନ ପାଇବା, ସେଥିପାଇଁ ଆପଣ ନିଜେ ପ୍ରିମିୟର ଚୟନ କରିବା କୁ ହେବ । ଯଦି ଆପଣ ବୟସ 18 ଏବଂ ଆପଣ 60 ବର୍ଷ ପରେ ପ୍ରତି ମାସରେ 1000 ଟଙ୍କା ପେନସନ ପାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ 42 ଟଙ୍କା ଦେବାକୁ ପଡିବ । 2000 ଟଙ୍କା ପେନସନ ପାଇବା ନିମନ୍ତେ ପ୍ରତିମାସରେ ଆପଣଙ୍କୁ 84ଟଙ୍କା ବାନ୍ଧିବାକୁ ପଡିବ । ବୟସ ଅନୁସାରେ କେତେ ଟଙ୍କାର ରାଶି ଦେବାକୁ ଦେବ ଜାଣିବାକୁ ପଡିବ ।