ଡେଙ୍ଗୁ ଓ ଚିକେନ୍-ଗୁନିଆ ମଶା ଦୂରକୁ ଦୌଡ଼ିବେ, ଆଜି ହିଁ ଘରକୁ ଆଣନ୍ତୁ ଏହି ତିନୋଟି ଯାଦୁକର ତେଲ ।

Spread the love

ମୌସମୀ ବାୟୁରେ ମଶାମାନଙ୍କ ଆତଙ୍କ ଆମକୁ ବର୍ଷାର ମଜା ନେବାରେ ଅଟକାଇ ଦେଇଥାଏ । ମଶା କାମୁଡିବା ଦ୍ୱାରା ଡେଙ୍ଗୁ – ମ୍ୟାଲେରିଆ ଭଳି ଭୟାନକ ବେମାରର ଶିକାର ହେବାକୁ ପଡିଥାଏ । ଅନେକ ସମୟରେ ମଶା ମାନଙ୍କଠାରୁ ବଞ୍ଚିବା ପାଇଁ ଲୋକମାନେ ବହୁତ କିଛି ବ୍ୟବହାର କରନ୍ତି । ବିଶେଷତଃ କହିବାକୁ ଗଲେ, କିଛି ସ୍ୱତନ୍ତ୍ର କ୍ରିମ୍ ନିଜ ସ୍କିନରେ ଲଗାଇଥାନ୍ତି । କିନ୍ତୁ ଅନେକ ଥର କେତେକ ଲୋକଙ୍କୁ ଏହି କ୍ରିମ୍ ବ୍ୟବହାର କରିବା ଯୋଗୁଁ ସ୍କିନ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହୋଇଥିବାର ଖବର ଲୋକଲୋଚନକୁ ଆସୁଛି ଆପଣ ଜାଣିଥିବେ । ଆଜି ଆପଣଙ୍କୁ ଆମେ ତିନୋଟି ତେଲ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କୁ ମଶାମାନଙ୍କଠାରୁ ସୁରକ୍ଷାରେ ରହିବାକୁ ସାହାଯ୍ୟ କରିପାରେ ।

୧) ନିମ୍ବ ତେଲ – ମଶାମାନଙ୍କୁ ଆମଠାରୁ ଦୁରେଇବା ପାଇଁ ନିମ୍ବ ତେଲ ବହୁତ ଲାଭଦାୟକ ଅଟେ । ନିମ୍ବ ତେଲକୁ ଆପଣ ରହୁଥିବା କୋଠରୀରେ କିମ୍ବା ଯେଉଁଠାରେ ଅତ୍ୟଧିକ ମଶା ହେଉଛି ବୋଲି ଭାବୁଛନ୍ତି ସେଠାରେ ଛିଞ୍ଚିବା ଦିଅନ୍ତୁ । ଏଭଳି କରିଲେ କୋଠରୀରେ ମଶାମାନଙ୍କ ଚିହ୍ନବର୍ଣ୍ଣ ମଧ୍ୟ ରହିବ ନାହିଁ । ଏହା ଛଡା ଆପଣ ନିମ୍ବ ତେଲକୁ ନଡ଼ିଆ ତେଲରେ ମିଶାଇ ଦେହରେ ଲଗାଇ ପାରନ୍ତି । ଆପଣ ଚାହିଁଲେ ନଡ଼ିଆ ତେଲରେ ନିମ୍ବ ତେଲ ମିଶାଇ ଦୀପ ଲଗାଇ ପାରିବେ ।

୨) ଲୈୱେଣ୍ଡର୍ ତେଲ – ମଶାମାନଙ୍କୁ ଦୁରେଇବା ପାଇଁ refillରେ liquid ସରିଗଲେ ସେଥିରେ ଲେମ୍ବୁର ରସ ଓ ଲୈୱେଣ୍ଡର ତେଲକୁ ଭରି ଲଗାନ୍ତୁ । ଏହା ଛଡା ଆପଣ ଲୈୱେଣ୍ଡର ତେଲକୁ ସିଣ୍ଟ୍ରୋନେଲା ତେଲ ଓ ୟୁକେଲିଫଟସ୍ ତେଲ ସହ ମିଶାଇ କୋଠରୀରେ ସ୍ପ୍ରେ କରନ୍ତୁ । ଯାହାଫଳରେ ଆପଣଙ୍କ କୋଠରୀରୁ ସବୁ ମଶା ଚାଲିଯିବେ । ପ୍ରତି ୨ ରୁ ୩ ଘଣ୍ଟାରେ ଥରେ ସ୍ପ୍ରେ କରନ୍ତୁ । ଆପଣ ଚାହିଁଲେ ଲୈୱେଣ୍ଡର ତେଲକୁ ଗୋଡ଼ ଓ ହାତରେ ଲଗାଇ ପାରନ୍ତି ।

୩) ପେପରମିଣ୍ଟ ତେଲ – ମଶାମାନଙ୍କଠାରୁ ପୂର୍ଣରୂପେ ଦୁରେଇ ରହିବା ପାଇଁ ପେପରମିଣ୍ଟ ତେଲ ପ୍ରାକୃତିକ ନିବାରବ ଅଟେ । ମଶାମାନେ ପୋଦିନା ତେଲର ଗନ୍ଧକୁ ବିଲକୁଲ୍ ସମ୍ଭାଳି ପାରନ୍ତି ନାହିଁ । ଏଥିପାଇଁ ଆପଣ ଘରରୁ ବାହାରକୁ ଯିବା ଆଗରୁ ନିଜ ଶରୀରରେ ପେପରମିଣ୍ଟ ତେଲ ଲଗାନ୍ତୁ, ଆପଣଙ୍କ ପାଖକୁ ମଶା ଆସିବ ନାହିଁ । ଆପଣ ଚାହିଁଲେ ପୋଷାକରେ ମଧ୍ୟ ଲଗାଇ ପାରନ୍ତି ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ଏବଂ Share କରି ଅନ୍ୟଙ୍କୁ ଜଣାନ୍ତୁ ।