ପ୍ରତିଷେଧକ ଟୀକା ବିନା ଏହି ଔଷଧରୁ କରୋନା ସଂକ୍ରମଣକୁ ରୋକିବା ଦାବି, ମୂଷା ଉପରେ ସଫଳ ପ୍ରୟୋଗ ପରେ ବଢ଼ିଲା ଆଶା ।

Spread the love

ଦାବି କରାଯାଉଛି ଯେ ଚଳିତ ବର୍ଷ ଶେଷ ଆଡକୁ ଏହି ଔଷଧ ବଜାରରେ ଉପଲବ୍ଧ ହେବ ।

କରୋନା ଭାଇରସର ବଢୁଥିବା ସଂକ୍ରମଣ ମଧ୍ୟରେ ଏହାର ପ୍ରତିଷେଧକ ଟୀକା ଓ ଔଷଧ ପ୍ରସ୍ତୁତ କରିବା ପାଇଁ ସାରା ଜଗତର ବୈଜ୍ଞାନିକ ଓ କମ୍ପାନୀ ମାନେ ଲଗାତାର ଭାବେ ପ୍ରୟାସରେ ଲାଗିପଡିଛନ୍ତି । ଭାରତ, ବ୍ରିଟେନ, ଆମେରିକା ସମେତ ଅନେକ ଗୁଡ଼ିଏ ଦେଶରେ ଏହାକୁ ନେଇ ଗବେଷଣା କରାଯାଉଛି ଏବଂ କିଛି ସ୍ଥାନ ମାନଙ୍କରେ ସକାରାତ୍ମକ ପ୍ରଭାବର ଖବର ମଧ୍ୟ ଶୁଣିବ ପାଇଁ ମିଳିଛି । ଏଥି ମଧ୍ୟରେ ଚୀନର ବୈଜ୍ଞାନିକ ମାନେ ଏପରି ଏକ ଔଷଧ ପ୍ରସ୍ତୁତ କରିଛନ୍ତି ବୋଲି ଦାବି କରୁଛନ୍ତି ଯାହା ବିନା ପ୍ରତିଷେଧକ ଟୀକାରେ ମଧ୍ୟ କରୋନା ଭାଇରସକୁ ରୋକିବା ପାଇଁ ସକ୍ଷମ ଅଟେ । ସେମାନେ ଦାବି କରିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଧା ଏହି ଔଷଧ ବଜାରରେ ଉପଲବ୍ଧ କରାଯିବ । ଆସନ୍ତୁ ଏହା ବିଷୟରେ ବିସ୍ତାର ପୂର୍ବକ ଜାଣିବା ।

Google

ଚୀନର ରାଜଧାନୀ ବେଜିଙ୍ଗ ସ୍ଥିତ ଏଡଭାନ୍ସ ଇନଭେସନ ସେଣ୍ଟର ଫର ଜିନୋମିକ୍ସ ର ନିର୍ଦେଶକ ସୁନେ ସି ଦାବି କରିଛନ୍ତି ଯେ ଯେଉଁ ଔଷଧ ସେ ପ୍ରସ୍ତୁତ କରୁଛନ୍ତି, ତାହା କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଭଦାୟକ ହେବ । ତାଙ୍କ କହିବା ଅନୁଯାୟୀ ଏହି ଔଷଧ ମନୁଷ୍ୟଙ୍କ ଇମ୍ୟୁନ ସିଷ୍ଟମରେ ଉତ୍ପନ୍ନ ଏଣ୍ଟିବଡ଼ିର ବ୍ୟବହାର କରି କରୋନା ଭାଇରସ ସହ ମୁକାବିଲା କରିଥାଏ ।

ଜୀବଜନ୍ତୁଙ୍କ ଉପରେ ସଫଳ ପ୍ରୟୋଗ

Google

ଔଷଧର ଯାଞ୍ଚ ପେକିଙ୍ଗ ୟୁନିଭରସିଟିରେ କରାଯାଉଛି । ଶୋଧକର୍ତ୍ତା ମାନେ ଦାବି କରିଛନ୍ତି ଯେ ଔଷଧ କମ୍ ସମୟରେ ରୋଗକୁ ଭଲ କରିବା ସହିତ ରୋଗୀ ମାନଙ୍କ ଠାରେ ଭାଇରସକୁ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବିକଶିତ କରିଥାଏ । ଶୋଧକର୍ତ୍ତା ସୁନେ ଶି ଙ୍କ ଅନୁସାରେ ଔଷଧ ଜୀବଜନ୍ତୁ ମାନଙ୍କ ଉପରେ ପ୍ରୟୋଗ କରାଯାଇଛି ଯାହା ସଫଳ ହୋଇଛି ।

ଔଷଧରେ ଚିକିତ୍ସାର କ୍ଷମତା

Google

ବୈଜ୍ଞାନିକ ସୁନେ ଶି ଙ୍କ ଅନୁଯାୟୀ ଏଣ୍ଟିବଡ଼ି ସଂକ୍ରମିତ ମୂଷାରେ ଇଂଜେକ୍ଟ କରିବାର ପାଞ୍ଚ ଦିନ ପରେ ଭାଇରସ ୨୫୦୦ ଗୁଣ ଅଧିକ ବେଗରେ ହ୍ରାସ ପାଇଛି । ଅର୍ଥାତ ଏହାର ଅର୍ଥ ସ୍ପଷ୍ଟ ଯେ ଔଷଧରେ କରୋନା ଚିକିତ୍ସାର କ୍ଷମତା ରହିଛି ।

ଔଷଧ ଓ ଏଣ୍ଟିବଡ଼ି କରିବ କାମ

ସୁନେ ଶି ଙ୍କ ଅନୁସାରେ ମନୁଷ୍ୟ ଶରୀରର ଇମ୍ୟୁନ ସିଷ୍ଟମ ନ୍ୟୁଟ୍ରିଲାଇଜିଙ୍ଗ ଏଣ୍ଟିବଡ଼ିର ନିର୍ମାଣ କରିଥାଏ । ଆମେ ଯେଉଁ ଔଷଧ ପ୍ରସ୍ତୁତ କରୁଛୁ, ତାହା ଏହି ଏଣ୍ଟିବଡ଼ିର ବ୍ୟବହାର କରି ଓ ଏହା ସହିତ କରୋନା ଭାଇରସରୁ ସଂକ୍ରମିତ କୋଶିକା ଗୁଡିକୁ ନଷ୍ଟ କରିଦିଏ ।

ଅଳ୍ପ ସମୟ ମଧ୍ୟରେ ସୁସ୍ଥ

Google

ସାଇଣ୍ଟିଫିକ ଜର୍ଣ୍ଣାଲ ସେଲରେ ପ୍ରକାଶିତ ଶୋଧରେ କୁହାଯାଇଛି ଯେ ଏଣ୍ଟିବଡ଼ି କାରଣରୁ ସଂକ୍ରମିତ ବ୍ୟକ୍ତି ରୋଗରୁ ଖୁବ ଶୀଘ୍ର ଭଲ ହୋଇଯାନ୍ତି । ଶୋଧକର୍ତ୍ତା ସୁନେ ଶି ଙ୍କ ଅନୁସାରେ, ତାଙ୍କ ଦଳ ସିଙ୍ଗଲ ସେଲ ଜିନୋମିକ୍ସ ଉପରେ କାମ କରୁଛନ୍ତି, ଯାହା ନ୍ୟୁଟ୍ରିଲାଇଜିଙ୍ଗ ଏଣ୍ଟିବଡ଼ି ଖୋଜିବାର ସବୁଠାରୁ ବଡ଼ ଉପାୟ ଅଟେ ।

ବର୍ତ୍ତମାନ ଅଷ୍ଟ୍ରେଲିଆରେ ଟ୍ରାୟଲ

Google

ଏହି ଔଷଧ ବିଷୟରେ କୁହାଯାଉଛି ଯେ ଖୁବ ଶୀଘ୍ର ଏହାର ମେଡ଼ିକାଲ ଟ୍ରାୟଲ ଆରମ୍ଭ ହେବ । କାହିଁକିନା ଚୀନରେ କରୋନାର ପ୍ରକୋପ ବହୁତ କମ ରହିଛି ଏଥିପାଇଁ ଏହାର ଟ୍ରାୟଲ ଅଷ୍ଟ୍ରେଲିଆରେ ପ୍ରଥମେ ଘୁଷୁରୀ ମାନଙ୍କ ଉପରେ କରାଯିବ ।

ପୂର୍ବରୁ ମଧ୍ୟ ସଫଳ ରହିଛି ଏହି ଔଷଧ

Google

ଶୋଧକର୍ତ୍ତା ମାନେ ଦାବି କରିଛନ୍ତି ଯେ ଏଣ୍ଟିବଡ଼ି ସହିତ ଏହି ଔଷଧର ବ୍ୟବହାର କରୋନା ଭାଇରସକୁ ନଷ୍ଟ କରିବାରେ ସଫଳ ହେବ । ତାଙ୍କ କହିବା ଅନୁଯାୟୀ ଏହାର ବ୍ୟବହାର ଏଚଆଇଭି, ଇବୋଲା ଓ ମର୍ସର ସଂକ୍ରମଣରେ ମଧ୍ୟ ହୋଇସାରିଛି । ମେଡ଼ିକାଲ ପ୍ରୟୋଗରେ ଔଷଧ ସଫଳ ରୂପାୟନ ହେବ ତେବେ କରୋନା ସହିତ ମୁକାବିଲାରେ ଖୁବ ସନ୍ତୁଷ୍ଟି ମିଳିବ ।

ଜାଣି ନିଅନ୍ତୁ ଯେ ସାରା ପୃଥିବୀରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୧ ଲକ୍ଷ ପାର ହୋଇସାରିଛି । ଯଦିଓ ସନ୍ତୋଷର କାରଣ ଏହିକିଯେ ୨୦ ଲକ୍ଷରୁ ଅଧିକ ଲୋକ ଏହି ରୋଗରୁ ଭଲ ହୋଇ ଘରକୁ ଫେରି ଆସିଛନ୍ତି ।