ଡେଲିଭରି ସମୟରେ ଝିଅ ଜନ୍ମ ହେଲେ ଏହି ଡାକ୍ତର ନିଅନ୍ତି ନାହିଁ ଫିସ୍ , ପୁରା ହସ୍ପିଟାଲରେ ମିଠା ବାଣ୍ଟନ୍ତି ।

Spread the love

ଏତେ ସରକାରୀ ଯୋଜନା, ସ୍କୁଲରେ ଶିକ୍ଷା, ସାମାଜିକ ଶିକ୍ଷା ଓ ଚର୍ଚ୍ଚା ପରେ ମଧ୍ୟ ଆମ ଦେଶରେ ଆଜି ବି ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ ।

ଦୁନିଆରେ ବହୁତ ଏପରି ଲୋକ ଅଛନ୍ତି ଯେଉଁମାନେ ଭଲ କାମ କରି ଲୋକଙ୍କର ପ୍ରସଂସାର ପାତ୍ର ହୋଇଥାନ୍ତି ଓ ପବ୍ଲିସିଟି ମଧ୍ୟ କରନ୍ତି ନାହିଁ । କିନ୍ତୁ ବହୁତ ଲୋକମାନଙ୍କର ଭଲ କାମ କରିବା ସହ ଫେମସ୍ ବା ପ୍ରସିଦ୍ଧ ହେବାର ରୁଚି ମଧ୍ୟ ଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ବିନା କିଛି ସ୍ୱାର୍ଥ ବା କାରଣରେ ଲୋକଙ୍କ ସାହାଯ୍ୟ କରିଥାନ୍ତି । କିଛି ଏପରି ହିଁ କରୁଛନ୍ତି ଜଣେ ମହିଳା ଡାକ୍ତର, ଯିଏ ନିଜ ହସ୍ପିଟାଲରେ ଝିଅ ଜନ୍ମ ହେଲେ ଏକ ବିଶେଷ ସୁବିଧା ଦିଅନ୍ତି ଓ ଗରିବ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । ତାଙ୍କୁ ଏହି କାମ କରିବାରେ ଆନନ୍ଦ ମିଳିଥାଏ ଓ ତାଙ୍କୁ ଏହା ଲାଗୁଛି କି ଡାକ୍ତର ହୋଇ ସେ ଏହି ଏକ ଭଲ କାମ କରୁଛନ୍ତି । ଏହି ଡାକ୍ତର ଝିଅ ଜନ୍ମ ହେଲେ କୌଣସି ବି ଫିସ୍ ବା ପଇସା ନିଅନ୍ତି ନାହିଁ, ଏହା ବ୍ୟତୀତ ଏହି ହସ୍ପିଟାଲକୁ ଆସୁଥିବା ପ୍ରତିଟି ଗରିବ ଗର୍ଭବତୀ ମହିଳାଙ୍କୁ ପଇସା ଦେଇ ସାହାଯ୍ୟ କରିଥାନ୍ତି ।

ଡେଲିଭରି ସମୟରେ ଝିଅ ଜନ୍ମ ହେଲେ ଏହି ଡାକ୍ତର ନିଅନ୍ତି ନାହିଁ ଫିସ୍ :

ଏତେ ସରକାରୀ ଯୋଜନା, ସ୍କୁଲରେ ଶିକ୍ଷା, ସାମାଜିକ ଶିକ୍ଷା ଓ ଚର୍ଚ୍ଚା ପରେ ବି ଆମ ଦେଶରେ ଆଜି ବି ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ । ବହୁତ ଲୋକ ଆଜି ବି ଗର୍ଭବତୀ ମହିଳାକୁ ବାଧ୍ୟ କରନ୍ତି ଗର୍ଭପାତ କରିବା ପାଇଁ, ଯାହାର ଜ୍ୱଳନ୍ତ ଉଦାହରଣ ନାଳ, ମଇଳା ଜାଗାରେ ଭୃଣ ପଡିଥିବାର ଦେଖାଯାଏ । କିନ୍ତୁ ଏମିତିରେ ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ ଝିଅକୁ ନିଜ ଜୀବନ ବୋଲି ଭାବନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡା. ସିପ୍ରା ଧର; ଯିଏ ବିଏଚୟୁରୁ ଏମବିବିଏସ୍ ଓ ଏମଡି ପଡିଛନ୍ତି ଓ ବାରଣାସୀର ପାହାଡିଆ କ୍ଷେତ୍ରରେ ନିଜର ନର୍ସିଂହୋମ ଚଳାଇଛନ୍ତି । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ଓ ଝିଅ ଜନ୍ମକୁ ବୃଦ୍ଧି କରିବା ପାଇଁ ସେ ଏକ ସୁବିଧା ଦେଉଛନ୍ତି ଯେଉଁଥିରେ ସେ ନିଜ ନର୍ସିଂହୋମରେ ଜନ୍ମ ହେଉଥିବା ଝିଅ ପାଇଁ ପୁରା ହସ୍ପିଟାଲରେ ମିଠାଇ ବଣ୍ଟନ କରନ୍ତି ଓ ଜନ୍ମ ପାଇଁ କୌଣସି ମଧ୍ୟ ଡେଲିଭରି ଚାର୍ଜ ନିଅନ୍ତି ନାହିଁ । ତାଙ୍କର ଏପରି କରିବା ପଛରେ କେବଳ ଗୋଟିଏ ହିଁ ଲକ୍ଷ୍ୟ ଅଛି, ଯାହାକି ଲୋକମାନେ ପୁଅ ଓ ଝିଅକୁ ସମାନ ବୋଲି ଭାବନ୍ତୁ ।

ଡା. ସିପ୍ରାଧର ଶ୍ରୀବସ୍ତାଵ କହନ୍ତି, ‘ଲୋକଙ୍କ ମନରେ ଝିଅଙ୍କ ପ୍ରତି ନକାରତ୍ମକ ଭାବନା ଆଜି ବି ରହିଛି । ମୋତେ ଏହା ବି ଶୁଣିବାକୁ ମିଳୁଛି, ଝିଅ ଜନ୍ମ ହେବାର ଶୁଣି ପରିବାରଜନଙ୍କ ମନ ଶୁଖିଯାଏ । ଅଧିକାଂଶ ଲୋକ ଗରିବ ହୋଇଥିବା ଯୋଗୁଁ କାନ୍ଦନ୍ତି ଓ ଲୋକଙ୍କ ମନର ଏହି ଭାବନାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛି ।’ ଶୁଣିବାକୁ ମିଳୁଛି ଯେ, ନିଜର ନର୍ସିଂହୋମରେ ସେ ଆଜି ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ୱ ଝିଅକୁ ଜନ୍ମ କରେଇଛନ୍ତି ଓ ଉପହାରରେ କୌଣସି ଜିନିଷ ବି ନେଇ ନାହାନ୍ତି ।

ପ୍ରଧାନମନ୍ତ୍ରୀ କରି ସାରିଛନ୍ତି ତାଙ୍କର କାମର ସମ୍ମାନ :

ଡା. ସିପ୍ରାଧରଙ୍କ ଏହି କାମ ବିଷୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣା ପଡ଼ିଲା, ସେ ବହୁତ ପ୍ରଭାବିତ ହୋଇଥିଲେ । ମେ ୨୦୧୮ରେ ଯେବେ ମୋଦି ବାରଣାସୀ ଯାଇଥିଲେ ସେତେବେଳେ ଡା. ସିପ୍ରା ତାଙ୍କ ସହ ମିଶିଥିଲେ ଓ ପିଏମ୍ ମୋଦି ମଞ୍ଚ ଉପରେ ତାଙ୍କ ସମ୍ବୋଧନରେ ଦେଶର ସବୁ ଡାକ୍ତରଙ୍କୁ ପ୍ରାର୍ଥନା କରିଥିଲେ ଯେ, ସବୁ ମାସର ୯ ତାରିଖରେ ଜନ୍ମ ହେଉଥିବା ଝିଅର ପରିବାର ଠାରୁ କୌଣସି ବି ଫିସ୍ ବା ପଇସା ନ ନିଆଯାଉ। ଏଥିପାଇଁ “ବେଟି ବଚାଓ ଓ ବେଟି ପଢାଓ’ ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ । ଡା. ସିପ୍ରା କହିବା ଅନୁସାରେ ପୁରାତନ କାଳରେ ଝିଅମାନଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ ଓ ଆଜି ଦେଶ ଉନ୍ନତିର ପଥରେ ଆଗଉଛି କିନ୍ତୁ ଏହା ପରେ ବି ଭୃଣ ହତ୍ୟା ପରି କୁକୃତ୍ୟ ଏକ ସଭ୍ୟ ସମାଜ ପାଇଁ ଅଭିଶାପ ।