ଦିଲ୍ଲୀର DTC ବସରେ ଝିଅଟିର ଡାନ୍ସରେ ବବାଲ ହୋଇଯାଇଛି ! ଏଠାରେ ଦେଖନ୍ତୁ ଭାଇରଲ ହୋଇଥିବା ଭିଡିଓ…

Spread the love

ଦେଶର ରାଜଧାନୀ ଦିଲ୍ଲୀ ପରିବହନ ନିଗମର ବସରେ ଗୋଟେ ଝିଅର ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରଲ ହୋଇଛି । ଏହି ଭିଡିଓରେ ଝିଅଟି ବସରେ ସ୍ୱପ୍ନା ଚୌଧୁରୀଙ୍କ ଗୀତରେ ନାଚୁଛି । ଆଶ୍ଚର୍ଯ୍ୟର କଥା ଏହା ଯେ, ଭିଡ଼ିଓରେ ବସର କଣ୍ଡକ୍ଟର ଏବଂ ମାର୍ଶାଲ ମଧ୍ୟ ନଜର ଆସିଛନ୍ତି, ଯେଉଁମାନେ କି ଝିଅଟିକୁ ଅଟକାଇବା ବଦଳରେ ମଜା କରୁଛନ୍ତି । ହଁ ଆଜ୍ଞା, ସୋସିଆଲ ମିଡିଆରେ ଝିଅଟିର ଡାନ୍ସ ଭିଡ଼ିଓ ଭାଇରଲ ହେବାପରେ କଣ୍ଡକ୍ଟର ଏବଂ ମାର୍ଶାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କିନ୍ତୁ ଝିଅଟିର ଭିଡ଼ିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ଚାଲନ୍ତୁ ଜାଣିବା ଯେ ଆମର ଏହି ଲେଖରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ଭାଇରଲ ଭିଡିଓରେ ଝିଅଟି ସ୍ୱପ୍ନା ଚୌଧୁରୀର ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଥିଲା । ପୁଣି ଅନ୍ୟପଟେ କଣ୍ଡକ୍ଟର ଏବଂ ମାର୍ଶାଲ ମ୍ୟାନ ତାକୁ ମନା କରୁନଥିଲେ, ଯାହାପରେ ଦିଲ୍ଲୀର ପରିବହନ ସଂଚାଳକ ତରଫରୁ ଏହି ଘଟଣାଟିର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । କହି ଦେଉଛୁ ଯେ, ଭାଇରଲ ଭିଡିଓରେ ଝିଅଟି ତେରୀ ଆଖିଆଁ.. ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଯେଉଁଠି କିଛି ଲୋକ ଏହି ଭିଡ଼ିଓଟିକୁ ଅତି ଆଗ୍ରହର ସହିତ ଦେଖୁଛନ୍ତି ତ ଆଉ କିଛି ଲୋକ ଦିଲ୍ଲୀ ପରିବହନ ସଂଚାଳକକୁ ନିନ୍ଦା କରିଛନ୍ତି ।

ଡିଟିସି ବସରେ ଝିଅଟି ଡାନ୍ସ କଲା :

ସୋସିଆଲ ମିଡିଆରେ ଝିଅଟିର ଡାନ୍ସର ଭିଡ଼ିଓ ଜୁଲାଇ ୧୨ରେ ପୋଷ୍ଟ କରାଯାଇଥିଲା, ଯାହାପରେ ଧୀରେ ଧୀରେ ଏହି ଭିଡିଓଟି ଦ୍ରୁତ ଗତିରେ ଭାଇରଲ ହେବାକୁ ଲାଗିଛି । ଏହି ଭିଡ଼ିଓରେ ଝିଅଟି ପ୍ରଥମେ ବସ ଭିତରେ ଡାନ୍ସ କରୁଛି ଏବଂ ଏହାପରେ ବାହାରକୁ ବାହାରି ଡାନ୍ସ କରୁଅଛି । ଭିଡ଼ିଓରେ ଝିଅଟି ସହିତ ଗୋଟେ ମାର୍ଶାଲ ମଧ୍ୟ ଦେଖାଯାଉଛନ୍ତି, ଯିଏକି ହିରୋ କିମ୍ବା କୌଣସି ଚରିତ୍ରରେ ନାହାନ୍ତି ବରଂ ଜଣେ ହୋମଗାର୍ଡ ଅଛନ୍ତି ଯାହାର ଉପସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଝିଅଟିକୁ ଡାନ୍ସ କରୁଥିବା ଦେଖି ମାର୍ଶାଲ ମ୍ୟାନ ଏବଂ କଣ୍ଡକ୍ଟର ମଧ୍ୟ ହସୁଥିଲେ ।

୭୪୦ ନମ୍ବରର ବସରେ ଝିଅଟି ଝୁମିଲା :

ଭିଡ଼ିଓଟି ସାମ୍ନାକୁ ଆସିଲା ପରେ ତାହାର ଅନୁସନ୍ଧାନ କରାଗଲା, ଯେଉଁଠାରେ ଜଣାପଡ଼ିଲା ଯେ ଏହା ୭୪୦ ନମ୍ବର ବସର ରାସ୍ତାରେ ଚାଲିଥିଲା, ଯାହାକୁ ସେଦିନ ଅଲଗା ରାସ୍ତାରେ ନିଆଯାଇଥିଲା ଏବଂ ପୁଣି ସେଠାକୁ ଯାଇ ଝିଅଟି ନାଚି ଥିଲା । ଏହି ଭିଡ଼ିଓରେ ବସର ଜଣେ କର୍ମଚାରୀ ମଧ୍ୟ ନଜର ଆସିଛନ୍ତି, ଯାହାପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନୋଟିସ ପଠାଯାଇଛି ଯେ, ୭୨ ଘଣ୍ଟା ମଧ୍ୟରେ ତୁମକୁ କାହିଁକି ଚାକିରିରୁ ବହିଷ୍କାର କରାଯାଇ ନାହିଁ ।

କିଏ ଏହି ଝିଅଟି ?

ଭାଇରଲ ଭିଡ଼ିଓକୁ ଯେତେବେଳେ ଗଭୀରତାର ସହିତ ଅନୁସନ୍ଧାନ କରାଗଲା; ତେବେ ଜଣାପଡିଲା ଯେ ଡାନ୍ସ କରୁଥିବା ଝିଅଟି ପ୍ରାୟତଃ ଏଭଳି ଭିଡ଼ିଓ ମାନେ ସୁଟ କରୁଛି, ଯାହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରିଯାଉଛି । କହି ଦେଉଛୁ ଯେ, ଏହି ଭିଡିଓ ପୂର୍ବରୁ ଝିଅଟି ଦିଲ୍ଲୀ ମେଟ୍ରୋରେ ମଧ୍ୟ ଡାନ୍ସ କରୁଥିବାର ଭିଡ଼ିଓ ତିଆରି କରିଥିଲା, ଯାହାକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରିଥିଲେ କିନ୍ତୁ ଡିଟିସି ବସ୍ ଭିଡିଓଟା ଆଇନ ବିରୋଧୀ ଅଟେ । କାରଣ ମଞ୍ଜୁରୀ ବିନା ପରିବହନରେ ସୁଟିଂ କରାଯାଇପାରିବ ନାହିଁ ।