ଗଞ୍ଜିଭିଡ଼ି ଗୋଗଛ ମାଡ଼ ଦେଲେ ଦୀପିକା, ରାତିରେ ଦେଖେଇଲେ ରୁଦ୍ର ରୂପ ।

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତା ଉପରେ ମାଡ ଦେଇ ଚାଲିଛନ୍ତି ଦୀପିକା । ସାର୍ଟ ଭିଢୁଛନ୍ତି ମାଡ ମାରୁଛନ୍ତି । ପୁଣି ଭିଡୁଛନ୍ତି ପୁଣି ମାରୁଛନ୍ତି । ପାଟିରୁ ଭାଷା ଅଭାଷା ସବୁ ବାହାରୁଛି । ନିଜ ସେଲ୍ପଡିଫେନ୍ସ ପାଇଁ ମାଡ ମାରୁଛନ୍ତି ଏହି ବ୍ୟକ୍ତିଙ୍କୁ କେ ଦୀପିକା । ଇଏ ସେହି କେ ଦୀପିକା ଯିଏ ଦିନେଶଙ୍କ ଠାରୁ ନିଜ ହକ୍ ପାଇଁବା ପାଇଁ ତାଙ୍କ ଘରେ ଧାରଣାରେ ବସି ରହିଥିଲେ । ହେଲେ ତାଙ୍କ ଘର ସାମ୍ନା ନୁହେଁ ତାଙ୍କର ଦୋକାନ ସାମ୍ନାର ଦୃଶ୍ୟ । ଆଉ ଅନ୍ୟ ଯୁବକ ମାନେ ଦୀପିକାକୁ ଟଣା ଓଟଣା ଓ ଗାଳି ଗୁଲଜ ବି କରୁଛନ୍ତି । ଆଉ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା ଦୀପିକାଙ୍କ ଦୋକାନ ଆଗରେ ।

ଯୁବକଙ୍କୁ ନିର୍ଧୋମ ଛେଞ୍ଚିଲେ ଆଉ ଦେଖେଇ ଦେଲେ ଯେ ଗୋଟିଏ ମହିଳାକୁ ଡରେଇବା ସମ୍ଭବ ନୁହେଁ । ଦୀର୍ଘ ଦିନ ପରେ ପୁଣି ଚର୍ଚ୍ଚାରେ କେ ଦୀପିକା । ଟ୍ରାଫିକ ଥାନା ଫଛପଟ ଗଳିରେ ଏକାଧିକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ଆଉ ମାରପିଟ୍ କରି ପୁଣି ଚର୍ଚ୍ଚାରେ ଅଛନ୍ତି । ଯାହାକୁ ନେଇ ଟ୍ରାଫିକ ପଛ ପାଖରେ ଥିବା ୱାନ୍ ୱେ ଟ୍ରାଫିକ ୱେ ରେ ରାତି ୯.୩୦ ବେଳେ ଦେଖା ଦେଇଥିଲା ଅପ୍ରିତିକର ପରିସ୍ଥିତି । ଦୀପିକା ସେହି ଗଳିରେ ଧାରଣା ମଧ୍ୟ ଜାରି ରଖିଛନ୍ତି ।

dipika

ସୂଚନା ଅନୁସାରେ ରାତି ୯.୩୦ ବେଳେ ଗାନ୍ଧୀ ନଗରର କେ ଦୀପିକା ନିଜର ଦୋକାନ ବନ୍ଦ କରି ଘରକୁ ଯିବାକୁ ବାହାରୁଥୁବା ବେଳେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ । ଯାହାଙ୍କର ଅସ୍ମିତାକୁ ହନନ କଲାଭଳି ଅଭଦ୍ର କଥା କହିଥିଲେ । ଦୀପିକା ସଂପୃକ୍ତ ବ୍ୟକ୍ତିକୁ ଗାଳି ଗୁଲଜ କରିବାକୁ ବାରଣ କରିଥିଲେ । କିନ୍ତୁ ସେ ବ୍ୟକ୍ତି ମାନି ନଥିଲେ । ଆଉ ଯାହା ପରେ ନିଜର ଉଗ୍ର ରୂପ ଧାରଣ କରିଥିଲେ ଦୀପିକା । ଦୁର୍ଗା ହୋଇଥିଲେ କାଳୀ ହୋଇଥିଲେ ଆଉ ଏହି ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।

ଏହାପରେ ପୋଲିସ ବି ସେଠି ପହଞ୍ଚିଥିଲା । ଆଉ ପୋଲିସ ଆଗରେ ବି ଏ ମାରପିଟ୍ ଥମି ନଥିଲା । ଏପରିକି ଦୀପିକା ସଂପୃକ୍ତ ବ୍ୟକ୍ତିକୁ ନେଇ ନିଜ ଦୋକାନ ଭିତରେ ଅଟକ ରଖିଥିଲେ । ପ୍ରେମିକ ଦିନେଶର ପାରିବାରିକ ସଦସ୍ୟ ଏପରି ଲୋକ ପଠେଇଥିବା ଆଉ ତାଙ୍କୁ ହଇରାଣ କରଉଥିବା ଅଭିଯୋଗ କରୁଛନ୍ତି ଦୀପିକା । ପୋଲିସ ସେଠାରେ ପହଞ୍ଚିବା ପରେ ଯୁବକଙ୍କୁ ଛାଡିବି ବୋଲି ଦୀପିକା କହିଥିଲେ ।

ଆଉ ଉଭୟଙ୍କ ଭିତରେ ପାଟିତୁଣ୍ଡ ଗାଳିଗୁଲଜ ଦେଖି ସେ ଗଳିରେ ସତାଧିକ ଲୋକ ଜମାଟ ହୋଇ ଯାଇଥିଲେ । ଏଠାରେ ସଂପୃକ୍ତ ବ୍ୟକ୍ତିକୁ ଦୋକାନ ଭିତରୁ ରାସ୍ତା ଉପରକୁ ଟାଣି ଆଣି ପ୍ରବଳ ପିଟିଥିଲେ । ଆଉ କିଛି ସମୟ ପରେ ସେହି ବ୍ୟକ୍ତିଙ୍କ ଏକାଧିକ ସହଯୋଗୀ ପହଞ୍ଚି ପ୍ରତିବାଦ କରିଥିଲେ । ଯାହା ଫଳରେ ଦୀପିକା ଆଉ ବ୍ୟକ୍ତିଙ୍କ ସହଯୋଗୀଙ୍କ ଭିତରେ ହୋଇଥିଲା ଟଣାଓଟରା । ଆଉ ସେଠାରେ ଟାଉନଥାନା ପୋଲିସ ଉପସ୍ଥିତ ଥିଲେ ମଧ୍ୟ ରାସ୍ତା ଉପରେ ଜାରି ରହିଥିଲା ଏହି ମାରପିଟ୍ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ