ଦୀପାଳି କେବଳ କ୍ରାଇମବ୍ରାଞ୍ଚ ରିପୋର୍ଟକୁ ହିଁ କରିବେ ଭରଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣିଥରେ ନିଜକୁ ସ୍ପଷ୍ଟ କରିଛନ୍ତି ଦୀପାଳି ଦାସ । ଯେଉଁ ଯାଏ କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିନାହିଁ ସେ ଯାଏ ଚୁପ୍ ରହିବ ନବ ଦାସଙ୍କ ପରିବାର । ନବ ଦାସଙ୍କ ପରିବାର ପଛରେ ରହିଛି ମୁଖ୍ୟ ମନ୍ତ୍ରୀଙ୍କର ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦୀପାଳି ଦାସଙ୍କ ବାପା ଭଳି ବା ପିତୃ ତୁଲ୍ୟ ଲୋକ । ଏଭଳି କିଛି କଥା କହିଛନ୍ତି ଦୀପାଳି ଦାସ । ଆଉ ତା ସହିତ ସଙ୍କେତ ମଧ୍ୟ ସ୍ପଷ୍ଟ ରଖିଛନ୍ତି ଆସନ୍ତା ଝାରସୁଗୁଡା ଉପ ନିର୍ବାଚନକୁ ନେଇ ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ସେହି ହିସାବରେ ହେବ । କିଛି ଆଗତରୁଆ ଆକଳନ କିମ୍ବା ଆଗତରୁଆ କିଛି ସଙ୍କେତ ସେ ଦବାକୁ ହିଁ ଚାହୁଁ ନାହାଁନ୍ତି । ଆଉ ଏହା ସହିତ ମୁଖ୍ୟ ପ୍ରସଙ୍ଗ ରଖିଛନ୍ତି ଯେ ତାଙ୍କ ବାପାଙ୍କ ମୃ-ତ୍ୟୁ କୁ ନେଇ ରାଜନୀତିର ତୃଟି ନସେଖନ୍ତୁ ବିରୋଧୀ ଦଳ । ଚଳିତ ବର୍ଷର ପ୍ରଥମ ବିଧାନ ସଭା ଅଧିବେଶନ ଆରମ୍ଭ ହୋଇଯାଇଛି ଏବଂ ଏହି ବଜେଟ ଅଧିବେଶନରେ ଗୃହ ଆରମ୍ଭ ରୁ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକୁ ନେଇ ଉଷ୍ମ ରହିଥିଲା ।

Deepali

ଆଉ ଏଭଳି ସ୍ଥଳେ ବିରୋଧୀ ଦଳର ନେତା ସେମାନେ ମଧ୍ୟ ଅନେକ କିଛି ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁର ତଦନ୍ତ ଦିଗକୁ ନେଇ ସ୍ପଷ୍ଟ କରିଛନ୍ତି । ଆଉ ଏହା ଭିତରେ ବାରି ହେଉଛି ରାଜନୀତିର ଗନ୍ଧ । ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ରାଜନୈତିକ ଅଭିସନ୍ଧି ଏବଂ ଏକ ଷଡଯନ୍ତ୍ର କୁହାଯାଉଥୁବା ବେଳେ ଅନେକ ଏହାର ତଦନ୍ତ ଦିଗକୁ ନେଇ ପ୍ରଶ୍ନ କରିଛନ୍ତି । କିନ୍ତୁ ତଦନ୍ତର ଦିଗ ଉପରେ ଏବଂ ତଦନ୍ତ ର ଅଫିସରଙ୍କ ଉପରେ ନିଜର ସଂପୂର୍ଣ୍ଣ ଆସ୍ଥା ରଖିଛନ୍ତି ଦୀପାଳି ଦାସ ।

ଆଉ ଏହା ସହିତ ମଧ୍ୟ ଯେ ମୋ ବାପାଙ୍କ ମୃ-ତ୍ୟୁକୁ ନେଇ ରାଜନୀତି କରାନଯାଉ । ଯେଉଁ ପର୍ଯ୍ୟନ୍ତ ନବ ଦାସଙ୍କ ମୃ-ତ୍ୟୁର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିନାହିଁ ସେ ପର୍ଯ୍ୟନ୍ତ ଦୀପାଳି ଦାସ ଆଉ ତାଙ୍କ ପରିବାର ଚୁପ୍ ରହିବେ ବୋଲି ସ୍ପଷ୍ଟ କରିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଚଳିତ ବିଧାନ ସଭା ଅଧିବେଶନରେ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ କେଉଁ ଭଳି ଭାବରେ ବିରୋଧୀ ଦଳ ଗୃହକୁ ସରଗମ କରି ରଖୁଛନ୍ତି କେଉଁ କେଉଁ ଢଙ୍ଗରେ ଏହି ହ-ତ୍ୟା କାଣ୍ଡର ଭିନ୍ନ ଭିନ୍ନ ଉନମୋଚନ ରାଜନୀତିକ ବୟାନ ବାଜି ଜାରି କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *