ଆପଣଙ୍କ ଜନ୍ମ କେଉଁ “ଗଣ”ରେ ହୋଇଛି ? ଦେବଗଣ, ମନୁଷ୍ୟଗଣ ଓ ରାକ୍ଷସଗଣ କଣ ? ଆସନ୍ତୁ ଜାଣିବା ।

Spread the love

ଆଜି ଆମେ ଜାଣିବା ଆପଣଙ୍କ ଜନ୍ମ କେଉଁ ଗଣରେ ହୋଇଛି । ଆସନ୍ତୁ ଜାଣିବା ରାକ୍ଷସ ଗଣ କଣ ଅଟେ । କଣ ଆପଣଙ୍କ “ଗଣ” ରାକ୍ଷସରେ ହୋଇନି ତ’ ! ଆପଣ ଦେଖିଥିବେ ଯେତେବେଳେ ବି ଆପଣଙ୍କର ବାହାଘରର କଥା ଉଠିଥାଏ; ତେବେ ସର୍ବପ୍ରଥମେ ଜାତକ ମିଶା ଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଦେବ ଗଣ, ମନୁଷ୍ୟ ଗଣ ଓ ରାକ୍ଷସ ଗଣ । ଗଣର ମାଧ୍ୟମରେ ମନୁଷ୍ୟର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ କୁହାଯାଇଥାଏ । ଜନ୍ମ ସମୟରେ ନକ୍ଷତ୍ର ଉପସ୍ଥିତିର ଭୂମିକା ମହତ୍ତ୍ୱ ହୋଇଥାଏ । ଆପଣ କେଉଁ ଗ୍ରହର ଅନ୍ତର୍ଗତ ଜନ୍ମ ହୋଇଛନ୍ତି, ଆପଣଙ୍କ ରାଶି କଣ ଅଟେ ଓ ଆପଣଙ୍କ ନକ୍ଷତ୍ର କଣ ଅଟେ । ଏହି କଥା ଆପଣଙ୍କ ପୁରା ଜୀବନର ରୂପରେଖାକୁ କହିଦିଏ । ତେବେ ଆସନ୍ତୁ ଜାଣିବା ଏହି ତିନୋଟି ଗଣର ଲୋକଙ୍କ ସ୍ଵଭାଵ କେମିତି ହୋଇଥାଏ ।

୧) ଦେବ ଗଣ –

ଯେଉଁଲୋକ ଦେବ ଗଣରେ ଜନ୍ମ ହୋଇଥାନ୍ତି; ସେମାନେ ସ୍ଵଭାଵ ବୁଦ୍ଧିମାନ, କୋମଳ ଓ କମ ଖାଇବା ଲୋକ ତଥା କୋମଳ ହୃଦୟର ଲୋକ ହୋଇଥାନ୍ତି । ଏମିତି ଲୋକମାନଙ୍କର ବିଚାର ଧାରା ବହୁତ ଉତ୍ତମ ହୋଇଥାଏ । ସେମାନେ ନିଜ ଅପେକ୍ଷା ଅନ୍ୟର ଭଲ ପାଇଁ ସର୍ବଦା ଚିନ୍ତିତ ରୁହନ୍ତି ।

୨) ମନୁଷ୍ୟ ଗଣ –

ମନୁଷ୍ୟ ଗଣରେ ଜନ୍ମ ହୋଇଥିବା ଲୋକମାନେ ଧନବାନ ହେବା ସହ ଓ ପାଠପଢ଼ାରେ ଆଗୁଆ ହୋଇଥାନ୍ତି । ଏମାନେ ସମାଜରେ ବହୁତ ସମ୍ମାନ ପାଇଥାନ୍ତି ଓ ଏମାନଙ୍କ କଥାକୁ ଲୋକମାନେ ମାନିଥାନ୍ତି ।

୩) ରାକ୍ଷସ ଗଣ –

ଯେତେବେଳେ ରାକ୍ଷସ ଗଣ ବିଷୟରେ କଥା ଆସିଥାଏ, ଲୋକମାନେ ଏହି “ଗଣ”ର ନାମ ଶୁଣି ଡରିଯାଆନ୍ତି । କିନ୍ତୁ ଆପଣ ଯଦି ଆପଣଙ୍କ “ଗଣ”କୁ ଟିକେ ପରକ୍ଷିବେ; ତେବେ ଆପଣଙ୍କର ମଧ୍ୟ ରାକ୍ଷସ “ଗଣ” ହୋଇପାରନ୍ତି । ଆମ ଆଖପାଖରେ ବିଭିନ୍ନ ପ୍ରକାରର ଶକ୍ତି ରହିଛି । ସେଥିମଧ୍ୟରୁ କିଛି ନକରାତ୍ମକ ଶକ୍ତି ହୋଇଥାଏ ତ’ କେତେକ ସକାରାତ୍ମକ ଶକ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାକ୍ଷସ ଗଣର ଲୋକକୁ ନଜରାତ୍ମକ ଶକ୍ତିର ଆଭାସ ଶୀଘ୍ର ହୋଇଯାଏ । ରାକ୍ଷସ ଗଣର ଲୋକମାନେ ସାହସୀ ହୋଇଥାନ୍ତି ।

ତେବେ କେମିତି ଜାଣିବେ ଆପଣ ରାକ୍ଷସ ଗଣରେ ଜନ୍ମ ହୋଇଛ ନା ନାହିଁ ଆସନ୍ତୁ ଜାଣିବା –

ଯଦି ଆପଣ ଏହି ନକ୍ଷତ୍ରରେ ଜନ୍ମ ହୋଇଛନ୍ତି; ତେବେ ଆପଣଙ୍କ ରାକ୍ଷସ ଗଣ ଅଟନ୍ତି । ଅଷ୍ଲେଶା, ବିଶାଖା, ତ୍ରିତିକା, ମଘା, ଜେଷ୍ଟା, ମୁଲ, ଧନିଷ୍ଟା, ସତ୍ସିସା । ଆପଣଙ୍କ ଜନ୍ମ ମଧ୍ୟ ଯଦି ଏହି ନକ୍ଷତ୍ରରେ ହୋଇଛି; ତେବେ ଆପଣ ରାକ୍ଷସ ଗଣରେ ଆସୁଛନ୍ତି ।