ଝିଅ କହିଛି ହୋଟେଲକୁ ନେଇ ବାପା ମୋର ଧର୍ଷଣ କରୁଥିଲେ । ଏହା ଶୁଣି ସାରିବା ପରେ ପିତାଙ୍କୁ ଝଟକା ଲାଗିଥିଲା । କିନ୍ତୁ ପରେ ସତ୍ୟ କଣ ଜଣା ପଡିଥିଲା ।

Spread the love

ଏହା କହିବ ଭୁଲ ହେବ ନାହିଁ ଯେ, କଳି ଯୁଗ ଆସି ସାରିଛି । କଳି ଯୁଗରେ ସମ୍ପର୍କର କୌଣସି ମହତ୍ଵ ହିଁ ନାହିଁ । ନିଜ ସମ୍ପର୍କ ମଧ୍ୟରେ ଷଡଯନ୍ତ୍ର ଓ ପରସ୍ପର ମଧ୍ୟରେ ବିବାଦ ଫଳରେ ଲୋକେ ବହୁ ତଳକୁ ଖସି ଯାଇଥାନ୍ତି । ଆପଣ ଏହି ଖବର ପଢିବା ପରେ ବିଶ୍ଵାସ କରି ପାରିବେ ନାହିଁ ।

ଘଟଣାଟି ଚଣ୍ଡିଗଡର ଅଟେ, ଯେଉଁଠି ଜଣେ ଝିଅ ନିଜ ପିତାଙ୍କ ଉପରେ ହିଁ ଧର୍ଷଣ କରିବାର ଅଭିଯୋଗ ଲଗାଇଛନ୍ତି । ଝିଅ ଷଡଯନ୍ତ୍ର କରି ପିତାଙ୍କ ଉପରେ ଧର୍ଷଣର କେସ ଦାଏର କରିଛି ।

ଝିଅର ଏହି ଗମ୍ଭୀର ଆରୋପ ଶୁଣି ସାରିବା ପରେ ପିତା ଗିରଫ ହେବା ଭୟରେ ଘର ଛାଡି ଚାଲି ଯାଇଛନ୍ତି ଓ ଯିବା ସମୟରେ କହିଯାଇଛନ୍ତି; ମୁଁ ଆଉ ଏହି ଦୁନିଆରେ ବଞ୍ଚି ରହିବି ନାହିଁ । ସେ କହିଛନ୍ତି; ମୋର ଅନ୍ୟ ଝିଅମାନେ ମଧ୍ୟ ଅଛନ୍ତି, ଆଗାମୀ ଦିନରେ ଏହି ଦୁନିଆରେ କିପରି ଚଳିବେ, ତାହା ମୋ ପାଇଁ ପ୍ରଶ୍ନବାଚୀ ହୋଇଛି ? ପୁଲିସ ପିତାଙ୍କର ଏହି କଥା ଶୁଣିବା ପରେ ପୁଲିସ ମନରେ ସନ୍ଧେହ ହୋଇଥିଲା ଓ କୋଠର ଭାବରେ ଝିଅକୁ ପଚାରିବା ପରେ ପ୍ରକୃତ ସତ୍ୟ ଘଟଣା ସାମ୍ନାକୁ ଆସିଥିଲା ।

ଝିଅଟି ନିଜ ପିଊସୀଙ୍କ ପାଖରେ ରହିବା ପାଇଁ ଚାହୁଁଥିଲା କିନ୍ତୁ ପିତା ଏହି କଥାରେ ରାଜି ନଥିଲେ । ପିଊସୀଙ୍କ ସହ ବାର୍ତ୍ତାଳାପ ପରେ ଝିଅ ପିତାଙ୍କ ନାମରେ ଧର୍ଷଣ ଜନିତ କେସ ଦାଏର କରିଥିଲା ।

ଏହି କେସ ଦାଏର ହେବା ପରେ ପୋଲିସ ପିତାଙ୍କ ଉପରେ ଚାର୍ଜସିଟ୍ ତିଆରି କରି ନେଇଥିଲେ । ବର୍ତ୍ତମାନ କେସ ବନ୍ଦ କରିବା ସମୟ ଆସିଥିଲା । ୧୬ ବର୍ଷୀୟ ଝିଅଟି ଶୁକ୍ରବାର ଦିନ ଶିଶୁ ସୁରକ୍ଷିତ ଏବଂ କଲ୍ୟାଣ ସୋସାଇଟିରେ ସମ୍ପର୍କ କରିଥିଲା । ସୋସାଇଟି ମେମ୍ବର ମାନଙ୍କୁ ଝିଅଟି କହିଛି; ଝିଅଟିର ପିତା ତାକୁ ଏକ ହୋଟେଲକୁ ନେଇ ସେଠାରେ ତାର ଧର୍ଷଣ କରନ୍ତି । ଏହାପରେ ସୋସାଇଟି ଥାନା ୩୪କୁ ଜଣାଇଥିଲେ ଓ ଝିଅଟିର ଡାକ୍ତରୀ ପରୀକ୍ଷା କରାଇଥିଲେ ।

ଡାକ୍ତରୀ ପରୀକ୍ଷା ସହ ଏସ୍.ଆଇ ଇରମ ରିଜବୀ ଝିଅଟିର କାଉନସିଲିଙ୍ଗ ମଧ୍ୟ କରିଥିଲେ । ଯାଞ୍ଚ ପରେ ଜଣାପଡି ଥିଲା ଝିଅଟି ସବୁ ମିଛ କହିଥିଲା । ପିତା କେବେ ମଧ୍ୟ ତାକୁ ଛୁଇଁ ନଥିଲେ । ପୁଲିସ ସେହି ହୋଟେଲକୁ ଝିଅଟିକୁ ନେଇ ଯାଇଥିଲେ ଓ ସେଠି ମଧ୍ୟ ଝିଅଟି କହି ପାରିନଥିଲା ପିତା ତାକୁ କେଉଁ ରୁମକୁ ନେଇ ଯାଇଥିଲେ । ଏହାପରେ ସମସ୍ତ ଷଡଯନ୍ତ୍ର ଜଣାପଡି ଥିଲା । ବର୍ତ୍ତମାନ ପିତାଙ୍କ ଉପରେ ଲାଗିଥିବା ଆରୋପ ଖରିଜ ହୋଇଛି କାରଣ ପିତା ଜଣକ ନିର୍ଦ୍ଦୋଷୀ ଅଟନ୍ତି ।