ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ପ୍ରଥମ ଫିଲ୍ମର ଟିଜର ରିଲିଜ ହେଲା । ଲୋକ କହିଲେ ଯେମିତି ବାପା ସେମିତି ଝିଅ…

Spread the love

ବଲିଉଡରେ ସର୍ବଦା ଏମିତି ଏକ ନିୟମ ଚାଲି ଆସୁଅଛି, ପ୍ରାୟତଃ ଗୋଟିଏ ଆକ୍ଟରର ଛୁଆ ଏକ ଆକ୍ଟର ହିଁ ହୋଇଥାଏ । ଆମେ ଏହାର ବହୁତ କିଛି ଉଦାହରଣ ଦେଖିଲେଣି । ବଲିଉଡରେ କିଛି ଷ୍ଟାରଙ୍କର ଛୁଆ ଏବେ ଅଭିନେତା କିମ୍ବା ଅଭିନେତ୍ରୀ ରୂପରେ ଆସୁଛନ୍ତି । ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ ଇତ୍ୟାଦି ଉଦାହରଣ ଅଟନ୍ତି । ଏମିତରେ ଏକ ଅଭିନେତା ଯାହାକୁ ଆମେ ବଲିଉଡ଼ର କିଙ୍ଗ କହିଥାଉ ଏବଂ ତାଙ୍କର ଛୁଆମାନେ ବର୍ତ୍ତମାନ ସୁଦ୍ଧା ବଲିଉଡକୁ ଆସିନାହାନ୍ତି । ଏବେ ଯାଏ ଆପଣମାନେ ଜାଣି ପାରୁଥିବେ ଆମେ କାହା କଥା କହୁଛୁ । ହଁ ଆମେ ଶାହରୁଖ ଖାନଙ୍କ ବିଷୟରେ ହିଁ କହୁଛୁ । ଶାହରୁଖ ଖାନଙ୍କ ପୁଅ ଆରିୟନ ଓ ଝିଅ ସୁହାନାଙ୍କ ବଲିଉଡରେ ଡେବ୍ୟୁ ପାଇଁ ଶାହରୁଖଙ୍କ ଫ୍ୟାନ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି । ସୁହାନା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି । ତାଙ୍କର କିଛି ଫୋଟୋ ଏବଂ ଭିଡ଼ିଓ ପ୍ରାୟ ଭାଇରାଲ ହୋଇଥାଏ ।

ସୁହାନାଙ୍କ ପ୍ରଥମ ଫିଲ୍ମର ଟିଜର ରିଲିଜ ହୋଇଗଲାଣି ବୋଲି ଜଣାଯାଇଛି । ସୁହାନ ବଲିଉଡରେ ଡ୍ୟୁବେ କରିନାହାନ୍ତି କିନ୍ତୁ ଏହା ଏକ ଇଂରାଜୀ ଛୋଟିଆ ଫିଲ୍ମ ଅଟେ । ସେ ତାଙ୍କର ସ୍କୁଲ ସାଙ୍ଗଙ୍କ ସହ ମିଶି ଏହି ଫିଲ୍ମଟି ବନାଇଛନ୍ତି ବୋଲି ବୋଲି କୁହାଯାଉଛି । ଏହି ଫିଲ୍ମରେ Theodore Gimeno ଡ଼ାଇରେକ୍ଟର ଅଛନ୍ତି । ସେ ଏଥିରେ ନିଜ ଇଂସ୍ଟଗ୍ରାମ ଷ୍ଟୋରୀରେ କହିଛନ୍ତି ଯେ ଏହା ମୋର ପ୍ରଥମ ଫିଲ୍ମ ଅଟେ । ଏହାର ଏବେ କାର୍ଯ୍ୟକ୍ରମ ଚାଲିଅଛି, କେବେ ସରିବ ଜଣାପଡୁନି ହେଲେ ଆଶା କରାଯାଉଅଛି ଶୀଘ୍ର ଶେଷ ହୋଇଯିବ ଏବଂ ଏହାର ରିଲିଜ ତାରିଖ ଠିକ ହୋଇନାହିଁ । ଆପଣମାନେ ଆମ ସହ ରୁହନ୍ତୁ, ଆମ ସାଥ ଦିଅନ୍ତୁ, ମୋର ଆଶା ଅଛି କି ଟିଜର ଆପଣମାନଙ୍କୁ ଭଲ ଲାଗିଥିବ ।

ଅନ୍ୟପଟେ ସୋସିଲ ମିଡିଆରେ ସୁହାନାଙ୍କ ପ୍ରଶଂସକଙ୍କୁ ଏହି ଟିଜରଟି ବହୁତ ପସନ୍ଦ ଆସିଛି ବୋଲି ଜଣାପଡିଛି । ସେମାନଙ୍କ କହିବା କଥା ଅନୁସାରେ।, ସୁହାନାଙ୍କ ଆକ୍ଟିଂଗ (ଅଭିନୟ) ତାଙ୍କ ବାପାଙ୍କ ପରି ରହିଛି ଯାହା ସେମାନଙ୍କୁ ବହୁତ ପସନ୍ଦ ଆସିଛି । ଜଣେ ୟୁଜର୍ସ ଏମିତ କହିଦେଲା କି ଯେ ତାଙ୍କର ଜନ୍ମ କେବଳ ଆକ୍ଟିଂଗ ପାଇଁ ହୋଇଅଛି । ଅନ୍ୟମାନଙ୍କୁ ମଧ୍ୟ ଟିଜର ସହିତ ସୁହାନାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି । ଏହି ଟିଜରରେ ସୁହାନା ବହୁତ କ୍ୟୁଟ ଦେଖାଯାଉଛନ୍ତି । ଜଣାଇ ଦିଆଯାଉଅଛି କି ସ୍କୁଲ ଏବଂ କଲେଜ ଦିନ ମାନଙ୍କରେ ସୁହାନା ନାଟକରେ ଭାଗ ନେଉଥିଲେ । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କି ଯେତେବେଳେ ସେ ବଲିଉଡରେ ଡେବ୍ୟୁ କରିବେ, ତେବେ ତାଙ୍କୁ କେତେ ସଫଳତା ମିଳୁଛି ନା ନାହିଁ ? ଏବଂ ସେ ବଲିଉଡ ଜଗତରେ କେଉଁ ଭଳି ଅଭିନୟ କରୁଛନ୍ତି । ଦିନେ ଶାହରୁଖ ଖାନ କହିଥିଲେ ଯେ ତାଙ୍କ ଘରେ ଏମିତ ନିୟମ ଅଛି କି ଆପଣ ଗ୍ରାଜୁଏସନ ପୁରା କରି ସରିବା ପରେ ହିଁ ଫିଲ୍ମ ଦୁନିଆକୁ ଆସିପାରିବେ ।