ସୁନ୍ଦରତାରେ ମାଆଙ୍କୁ ଟକ୍କର ଦେଉଛନ୍ତି ଝିଅ ସମାୟରା । ଦେଖିବା ପରେ ବିଶ୍ୱାସ ହେବ ନାହିଁ ।

Spread the love

କରିସ୍ମା କପୂର ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର “ପ୍ରେମ କଏଦୀ” ଥିଲା । ଯେବେ ଏହି ଚଳଚ୍ଚିତ୍ର ମୁକ୍ତି ଲାଭ କରିଥିଲା, ସେହି ସମୟରେ କାହାକୁ ମଧ୍ୟ ଜଣା ନଥିଲା ଯେ, କରିସ୍ମା ଦିନେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ରାଜତ୍ୱ କରିବେ । ତାଙ୍କୁ ଜଣା ନ ଥିଲା ଯେ, ସେ ଆଗାମୀ ସମୟରେ ତାଙ୍କ ନାମ ସମଗ୍ର ଭାରତ ବର୍ଷରେ ପ୍ରସିଦ୍ଧତା ଲାଭ କରିବ । ୯୦ ଦଶକରେ କରିସ୍ମାଙ୍କ ଜଲବା ସବୁଠାରୁ ଅଧିକ ଦେଖିବାକୁ ମିଳୁଥିଲା । ସେ ସେହି ସମୟରେ କରିସ୍ମା ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ସମସ୍ତେ ତାଙ୍କ ସହିତ କାମ କରିବା ପାଇଁ ଚାହୁଁଥିଲେ । ଏହି ସମୟ କାଳରେ କେତେଗୁଡିଏ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ସେହି ସମୟରେ ଗୋବିନ୍ଦାଙ୍କ ସହିତ ତାଙ୍କର ଯୋଡ଼ି ବହୁତ ପ୍ରସିଦ୍ଧ ଥିଲା । ଗୋବିନ୍ଦା ଏବଂ କରିସ୍ମାଙ୍କ ଚଳଚ୍ଚିତ୍ର ହାଉସ ଫୁଲ୍ ହେଉଥିଲା । କରିସ୍ମାଙ୍କ ନଟଖଟ ରୂପ ଏବଂ ଗୋବିନ୍ଦାଙ୍କ ଡାନ୍ସ କମେଡି ଲୋକଙ୍କ ହୃଦୟକୁ ଜିଣିବାରେ ସକ୍ଷମ ଥିଲା । କରିସ୍ମା ନିଜର ଉତ୍ତମ ଅଭିନୟ ବଳରେ ବଲିଉଡ଼ରେ ଗୋଟିଏ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । କିନ୍ତୁ ବିବାହ ପରେ କରିସ୍ମା ବଲିଉଡ଼ ଜଗତରୁ ବିଦାୟ ନେଇଯାଇଥିଲେ ଏବଂ ସେ ଚଳଚ୍ଚିତ୍ରମାନଙ୍କ ଠାରୁ ଦୂରେଇ ଗଲେ । ଯଦିଓ ମଝି ମଝିରେ ସେ କିଛି ଚଳଚ୍ଚିତ୍ର କିମ୍ବା ଟିଭି ଶୋ’ ମାନଙ୍କରେ ନଜର ଆସିଥାନ୍ତି ।

ଏହା ତ ଥିଲା କରିସ୍ମାଙ୍କ କଥା, କିନ୍ତୁ ଯଦି ଆଲୋଚନା କରିବା ତାଙ୍କ ଝିଅ ସମାୟରାଙ୍କ ବିଷୟରେ ତେବେ ସେ ମଧ୍ୟ ସୁନ୍ଦରତା ମାମଲାରେ କାହା ଠାରୁ କମ ନୁହଁନ୍ତି । ମାଆଙ୍କ ସମସ୍ତ ଗୁଣ ଯେପରି ସମାୟରାଙ୍କ ଠାରେ ଭରି ରହିଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସମାୟରାଙ୍କ ଫୋଟୋ ଗୁଡ଼ିକ ଭାଇରଲ ହେଉଛି । ଏହି ଫୋଟୋ ଗୁଡ଼ିକରେ ସମାୟରା ବହୁତ ସୁନ୍ଦରୀ ଦେଖାଯାଉଛନ୍ତି । ସେମିତିରେ ଦେଖିବାକୁ ଗଲେ ବର୍ତ୍ତମାନ ଷ୍ଟାର କିଡ୍ସଙ୍କ ସମୟ ହିଁ ଚାଲୁଅଛି । ସବୁଠାରେ କେବଳ ଷ୍ଟାର କିଡ୍ସ ମାନଙ୍କ ଚର୍ଚ୍ଚା ହେଉଅଛି । ମାଆ-ବାପାଙ୍କ ଠାରୁ ଅଧିକ ଚର୍ଚ୍ଚା ଷ୍ଟାର କିଡ୍ସ ମାନଙ୍କର ହେଉଅଛି । ସେମାନଙ୍କ ମଧ୍ୟରୁ ଗୋଟିଏ ନାମ ସମାୟରାଙ୍କ ମଧ୍ୟ ରହିଛି । ଯଦିଓ ସମାୟରା ଅନ୍ୟ ସମସ୍ତଙ୍କ ପରି ଲାଇମ ଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ଅଧିକାଂଶ ସମୟରେ ନିଜ ମାଁଙ୍କ ସହିତ ହିଁ ଦେଖାଯାନ୍ତି । ଏହା ସତ୍ତ୍ୱେ ମଧ୍ୟ ତାଙ୍କର ଏହି ସୁନ୍ଦରତା ଲୋକଙ୍କ ଠାରୁ ଲୁଚି ରହି ନାହିଁ । ଆପଣମାନଙ୍କୁ ଜଣାଇଦେଉଛୁ ଯେ, ସମାୟରା କେବଳ ୧୨ ବର୍ଷର ଅଟନ୍ତି । କିନ୍ତୁ ଏତିକି କମ ବୟସରେ ମଧ୍ୟ ସେ ବହୁତ ଭଲ ଭାବରେ ନିଜକୁ ସମ୍ଭାଳି ପାରନ୍ତି । ସମାୟରାଙ୍କୁ ଷ୍ଟାଇଲ ଏବଂ ଫେସନ ବିଷୟରେ ବହୁତ କିଛି ଜଣା ଅଟେ । ଏହାର ଖବର ଆପଣ ତାଙ୍କ ଫୋଟୋ ଗୁଡ଼ିକ ଦେଖି ଜାଣିଯିବେ ।

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, କରିସ୍ମା କପୂର ନିଜ ସ୍ୱାମୀ ସଞ୍ଜୟ କପୂରଙ୍କ ସହିତ ଛାଡ଼ପତ୍ର ନେଇ ସାରିଛନ୍ତି । ବିବାହର କିଛି ବର୍ଷ ପରେ ହିଁ ଦୁଇଜଣଙ୍କ ମଧ୍ୟରେ କଳହର ଖବର ଆସିବାକୁ ଲାଗିଲା । ବର୍ତ୍ତମାନ କରିସ୍ମା ନିଜର ଦୁଇଟି ଶିଶୁଙ୍କ ସହିତ ରୁହନ୍ତି । କିଛି ଦିନ ପୂର୍ବରୁ ଖବର ଆସିଲା ଯେ, କରିସ୍ମା ପୁଣିଥରେ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ସେଠାରେ, ତାଙ୍କର ପୂର୍ବ ସ୍ୱାମୀ ମଧ୍ୟ ଦ୍ୱିତୀୟ ବିବାହ କରିସାରିଛନ୍ତି ।

ଭାଇରଲ ହେଉଛି ଝିଅ ସମାୟରାଙ୍କ ଫୋଟୋ ଗୁଡ଼ିକ :

କରିସ୍ମାଙ୍କ ପରି ତାଙ୍କ ଝିଅ ସମାୟରା ମଧ୍ୟ ବଲିଉଡ଼ରେ ପାଦ ପକାଇବା ପାଇଁ ସଜ ହେଉଛନ୍ତି । ମାଆଙ୍କ ମାର୍ଗରେ ଚାଲି ବର୍ତ୍ତମାନ କରିସ୍ମାଙ୍କ ଝିଅ ବହୁତ ଶୀଘ୍ର ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ ।

କରିସ୍ମା କପୂରଙ୍କ ଝିଅ ସାବ୍ୟସ୍ତ କରିଦେଲେ ଯେ, ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ପରିବାର ଲୋକଙ୍କ ପରି ସେ ମଧ୍ୟ ଜନ୍ମରୁ ହିଁ ସୁପରଷ୍ଟାର ଅଟନ୍ତି ।

ମାତା ପିତାଙ୍କ ଅବିକଳ ପରି ଦେଖାଯାନ୍ତି :

ସମାୟରାଙ୍କ କିଛି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ବାଲ୍ୟକାଳରେ ସମାୟରା ନିଜ ମାଁ କରିସ୍ମା ଏବଂ ପିତା ସଞ୍ଜୟଙ୍କ ପରି ଦେଖାଯାଉଥିଲେ । ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, କରିସ୍ମା ଏବଂ ସଞ୍ଜୟଙ୍କ ଛାଡପତ୍ର ହୋଇସାରିଛି । ସମାୟରା ମଧ୍ୟ କରିସ୍ମାଙ୍କ ପରି ହିଁ ଷ୍ଟାଇଲିସ ଦେଖାଯାନ୍ତି ।

ସମାୟରା ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଟନ୍ତି । ସେ ଅଧିକାଂଶ ସମୟରେ ନିଜ ଭାଇ କିୟାନଙ୍କ ସହିତ ଏୟାରପୋର୍ଟ ଏବଂ ପାର୍ଟିମାନଙ୍କରେ ହିଁ ନଜର ଆସିଥାନ୍ତି ।

କରିସ୍ମା ଝିଅ ସମାୟରାଙ୍କ ପସନ୍ଦ ମଧ୍ୟ ଚଳଚ୍ଚିତ୍ରରେ ରହିଅଛି । ସମାୟରା ଗୋଟିଏ ଶର୍ଟ ଫିଲ୍ମ ‘ବି ହେପ୍ପୀ’ ତିଆରି କରିଛନ୍ତି; ଯାହାର ସ୍କ୍ରିନିଙ୍ଗ ୧୯ତମ ଇଣ୍ଟନ୍ୟେସଲ ଚିଲଡ୍ରେନ ଚଳଚ୍ଚିତ୍ର ଫେଷ୍ଟିବଲରେ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ମାଣ ସମାୟରା ଦୁଇ ବର୍ଷ ପୂର୍ବରୁ କରିଥିଲେ । ସମାୟରାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ସହିତ ସିନେମେଟୋଗ୍ରାଫିର ମଧ୍ୟ ପସନ୍ଦ ରହିଛି । କରିସ୍ମାଙ୍କୁ ସମାୟରାଙ୍କ ଭବିଷ୍ୟତ ବିଷୟରେ ପଚରା ଯିବାରୁ ସେ କହିଲେ ଯେ, ସମାୟରା ନିଜର ମାର୍ଗ ଚୟନ କରିସାରିଛନ୍ତି । ସମାୟରା ନିଜ ହିସାବରେ ଜୀବନ ଅତିବାହିତ କରିବେ ।

ସମାୟରାଙ୍କ ସହ ନିଜ ମାଆ ଓ ଭାଇ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !