ସ୍ୱାମୀଙ୍କ ମୃ-ତ୍ୟୁ ପରେ ଶ୍ୱଶୁରଙ୍କୁ ବିବାହ କଲେ ବୋହୂ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚର୍ଚ୍ଚାରେ ପୁଣି ଏକ ବିବାହ । ଏଠି ବି ବିଧବା ବୋହୂକୁ ପୁଣିଥରେ ବିବାହ । ତେବେ ଏଠି ଏହି ବୋହୂକୁ ନା ଦିଅରଙ୍କ ସହିତ ହେଉଛି ବିବାହ ନାଁ ବାହାରେ । ଏଠି ବୋହୂଙ୍କ ସହ ବିବାହ କରୁଛନ୍ତି ଖୋଦ ଶଶୁର । ତେବେ ପରିବାର ସମାଜ କାହାରିକୁ ଖାତିର ନକରି ଶଶୁରଙ୍କୁ ବିବାହ କରିବା ପାଇଁ ବୋହୂ ନିଷ୍ପତ୍ତି ନେଇଥିଲେ । କଥାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଉତ୍ତରପ୍ରଦେଶରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ।

ତେବେ ସୋସିଆଲ ମିଡିଆରେ ବାହାଘର ଫଟୋ ଭାଇରାଲ ପରେ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏମିତି କ’ଣ ହେଲା ଯେ ଶଶୁରଙ୍କୁ ବାହା ହେବା ପାଇଁ ବୋହୂ ନିଷ୍ପତ୍ତି ନେଲେ । ତେବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ସତ ଓ ଭାଇରାଲ ହେଉଥିବା ଫଟୋକୁ ଯଦି ବିଶ୍ୱାସ କରାଯାଏ ତାହାଲେ ବଳାହଲଗଞ୍ଜ ମଧୁଆଲି ଅଞ୍ଚଳର ଛବିଆ ଉମ୍ରା ଗାଁ ର କୈଳାସ ଯାଦବ ୧୨ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ । କୈଳାସଙ୍କର ଚାରଟି ସନ୍ତାନ ଥିବାବେଳେ ତିନି ନଂ ପୁଅର ମୃ-ତ୍ୟୁ ପରେ ପତ୍ନୀ ପୂଜା ଏକାକୀ ହୋଇଥିଲେ ।

bahu

କିଛି ଲୋକଙ୍କ କହିବା ଅନୁସାରେ ସ୍ୱାମୀଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ଅନ୍ୟତ୍ର ପୂଜାଙ୍କର ବିବାହ କରାଇଥିଲେ । ହେଲେ ତାଙ୍କୁ ସେହି ଘର ପରିବାର ପସନ୍ଦ ଆସିନଥିଲା । ତେଣୁ ସେ ପୁଣିଥରେ ପ୍ରଥମ ସ୍ୱାମୀଙ୍କ ଘରକୁ ଫେରିଥିଲେ । ଏହାପରେ ଶଶୁର କୈଳାସକୁ ବିବାହ କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ । ସେଭଳି ମିଳିଥିବା ସୂଚନା ଅନୁସାରେ ବଡହଲଗଞ୍ଜ ଥାନାର ଚୌକିଦାର କୈଳାସ ଯାଦବ ଗାଁ ଲୋକ ପରିବାର ଲୋକ ଉପସ୍ଥିତି ରେ ବୋହୂ ପୂଜାଙ୍କ ସହ ସାତ ଫେରା ନେଇଥିଲେ । ଉଭୟ ଶଶୁର ବୋହୂଙ୍କ ସହମତି କ୍ରମେ ଏହି ବିବାହ ସମ୍ପୂର୍ଣ୍ଣ ହୋଇଛି ।

ସେପଟେ ଏହି ବିବାହ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚା ର ବିଷୟ ପାଲଟିଛି । କାରଣ ଉଭୟ ଶଶୁର ଓ ବୋହୁ ପରିବାର ସମାଜ କାହାକୁ ଖାତିର ନକରି ଏହି ବିବାହ କରିଛନ୍ତି । ସୋସିଆଲ ମିଡିଆରେ ବିବାହ ଫଟୋ ଭାଇରାଲ ପରେ ଏହି କଥା ଥାନା ଯାଏ ବି ପହଞ୍ଚିଥିଲା । ଏନେଇ ଥାନା ଅଧିକାରୀ କହିଛନ୍ତି ଭାଇରାଲ ଫଟୋ ବିବାହ ସମ୍ପର୍କରେ ସୂଚନା ମିଳିଥିଲା । ଏ ସମ୍ପର୍କରେ କୌଣସି ଅଭିଯୋଗ ଏଯାଏଁ ହୋଇନାହିଁ । ଯଦି କୌଣସି ଅଭିଯୋଗ ଆସେ ତାହାଲେ ପୋଲିସ ଏ ସମ୍ପର୍କରେ ତଦନ୍ତ କରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *