ଝିଅ କିଣି ଥିଲା ଦାମୀ ମୋବାଇଲ, ଏହା ଦେଖି ମାଆ ଗାଳି କରିଥିଲେ, ପରେ ଝିଅ ଏପରି କିଛି କରି ବସିଥିଲା; ଯାହା ପରେ ମାଆଙ୍କ ହୋସ୍ ଉଡି ଯାଇଥିଲା ।

Spread the love

ଦାମୀ ମୋବାଇଲ କିଣିବା ଫଳରେ ମାଆ ଝିଅଙ୍କ ମଧ୍ୟରେ ଝଗଡା ହୋଇଥିଲା, ଝିଅ ରାଗି ଯାଇ ଏପରି କିଛି କରି ବସିଥିଲା ।

ପ୍ରାୟତଃ ମାଆ ନିଜ ଛୁଆଙ୍କୁ ଗାଳି ମାଡ଼ ଦେଇଥାନ୍ତି, କାରଣ ପିଲାମାନେ ଜୀବନରେ କୌଣସି ଭୁଲ୍ ଯେପରି ନ କରନ୍ତି । ନିକଟ ଅତୀତରେ ଜଣେ ମାଆ ନିଜ ଝିଅକୁ ଠିକ୍ ରାସ୍ତାରେ ଆଣିବା ପାଇଁ ତାକୁ ଗାଳି କରିଦେଇଥିଲେ । କିନ୍ତୁ ମାଆ ଜାଣି ନଥିଲେ ଝିଅକୁ ଠିକ୍ ରାସ୍ତାରେ ଆଣିବା ପାଇଁ କରିଥିବା ଗାଳି ଯୋଗୁଁ ତାର ଜୀବନରୁ ଖୁସି ହଜିଯିବ । ଝିଅ ଗାଳି ଶୁଣିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛି । ଏହି ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ବରଘାଟ ଥାନା ଅନ୍ତର୍ଗତ ଉମାରବାଡା ଗାଁର ଅଟେ ଏବଂ ପୋଲିସ ଅନୁସାରେ ସୋମବାର ଦିନ ୧୮ ବର୍ଷୀୟ ଝିଅଟିଏ ନିଜ ମାଆଙ୍କ ଠାରୁ ଗାଳି ଶୁଣିବା ପରେ ନିଜକୁ ଫାଶୀ ଲଗାଇ ଦେଇଛି ।

ପୁରା ଘଟଣା କଣ ଥିଲା :

ରାମକଲି ଏକ ଗରିବ ପରିବାରର ଅଟେ ଏବଂ ସେ ଓ ତାର ପରିବାର ମଜୁରୀ କାମ କରି ଜୀବନ ଅତିବାହିତ କରୁଛନ୍ତି । ପୋଲିସ ଅନୁସାରେ ରାମକଲିର ଝିଅ କୌଶଲ୍ୟା ପନ୍ଦ୍ରେ ମଧ୍ୟ ମଜୁରୀ କାମ କରି ପରିବାରକୁ ଆର୍ଥିକ ସହାୟତା କରୁଥିଲା । କିନ୍ତୁ ଦିନେ କୌଶଲ୍ୟା ନିଜ ଘରକୁ ଏକ ନୂଆ ମୋବାଇଲ କିଣି ଆଣିଥିଲା । ଝିଅ ପାଖରେ ନୂଆ ମୋବାଇଲ ଦେଖି ରାମକଲି ରାଗି ଯାଇଥିଲା ଏବଂ କୌଶଲ୍ୟକୁ ଖୁବ୍ ଗାଳିଗୁଲଜ କରିଥିଲା । କିନ୍ତୁ ରାମକଲି ଜାଣି ନଥିଲା ଯେ, ତା’ ଗାଳି କୌଶଲ୍ୟାକୁ ଏତେ ଖରାପ ଲାଗିବ ଯେ, ସେ ଆତ୍ମହତ୍ୟା କରି ଦେଵ ।

ଘରେ ଝଗଡା ହୋଇଥିଲା ଏବଂ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରି ଦେଇଥିଲା :

ନୂଆ ଦାମୀ ଫୋନକୁ ନେଇ ଘରେ ଝଗଡା ହୋଇଥିଲା, ତା’ପର ଦିନ ମାନେ ସୋମବାର ଦିନ ଯେତେବେଳେ ଘରଲୋକ ନିଜ ନିଜ କାମରେ ବାହାରକୁ ଚାଲି ଯାଇଥିଲେ । ସେହି ସମୟରେ ନିଜକୁ ଘରେ ଏକୁଟିଆ ପାଇ ୧୮ ବର୍ଷୀୟ କୌଶଲ୍ୟା ନିଜକୁ ଫାଶୀ ଲଗାଇ ଦେଇଥିଲା । ଯେତେବେଳେ ଘରକୁ କୌଶଲ୍ୟାର ଛୋଟ ଭାଇ ଆସିଥିଲା, ସେ ନିଜ ଭଉଣୀର ଶବ ଫାଶୀରେ ଝୁଳୁଥିବାର ଦେଖିଥିଲା । ପରେ କୌଶଲ୍ୟାର ଛୋଟ ଭାଇ ଘରର ପରିବାର ଲୋକଙ୍କୁ ଏହି ବିଷୟରେ ଖବର ଦେଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲା ଏବଂ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ଅନୁସାରେ ରାମକଲି ଏବଂ କୌଶଲ୍ୟା ମଧ୍ୟରେ ନୂଆ ମୋବାଇଲକୁ କଥା କଟିକଟି ହୋଇଥିଲା ଏବଂ ଏହାର ପର ଦିନ ମାନେ ସୋମବାର ଦିନ କୌଶଲ୍ୟା ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିନେଇଛି ।

ପୋଲିସକୁ ମିଳିଛି ଆତ୍ମହତ୍ୟା ଲେଖା

ପୋଲିସକୁ କୌଶଲ୍ୟାର ଶବ ପାଖରେ ଏକ ଆତ୍ମହତ୍ୟା ଲେଖା ମିଳିଛି । ପୋଲିସ କୌଶଲ୍ୟାର ମାଆକୁ ପଚରା ପଚରି କରିଛି ଏବଂ ରାମକଲି ପୋଲିସକୁ ନିଜର ଏବଂ କୌଶଲ୍ୟା ମଧ୍ୟରେ ମନାନ୍ତର ବିଷୟରେ କହିଛି । ରାମକଲି ଅନୁସାରେ ସେମାନଙ୍କ ଉପରେ ଅନେକ ଋଣ ରହିଛି ଏବଂ ଅନ୍ୟପଟେ କୌଶଲ୍ୟା ଦାମୀ ମୋବାଇଲ କିଣି ଥିବାରୁ ତାଙ୍କୁ ରାଗ ଆସିଥିଲା । ପୋଲିସ ପରିବାରର ସମସ୍ତ ଲୋକଙ୍କ ବୟାନ ନେଇ ଘଟଣାର ଯାଞ୍ଚ କରିବାରେ ଲାଗି ପଡିଛି । କୌଶଲ୍ୟାର ଶବକୁ ପୋଲିସ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା ଏବଂ ପରେ ଶବକୁ ପୋଲିସ ପରିବାରକୁ ହସ୍ତାନ୍ତର କରିଛି ।