ଦାନ୍ତ ବ୍ୟଥାରୁ ୧୦ ମିନିଟ ଭିତରେ ମିଳିବ ମୁକ୍ତି ! ଆପଣାନ୍ତୁ ଏହି ୩ ଟି ଉପାୟ !!

Spread the love

ସମୟ ସମୟରେ ଅଚାନକ ଦାନ୍ତରେ ବ୍ୟଥା ହୋଇଥାଏ ଆଉ ସେତେବେଳେ ସେହି ବ୍ୟଥା ସମ୍ଭାଳିବା ଭାରି କଷ୍ଟକର ହୋଇଥାଏ । ବର୍ତ୍ତମାନ ସମୟରେ ଦାନ୍ତ ବ୍ୟଥା ଅଧିକାଂଶ ଛୋଟ ପିଲାଙ୍କୁ ହେଉଛି କାରଣ ସେମାନେ ଅଧିକ ଚୋକଲେଟ ଖାଇଥାନ୍ତି ଓ ତାହା ଦାନ୍ତରେ ଲାଗି ରହିଯାଏ । ତେବେ ଆସନ୍ତୁ ସେଥିରୁ କିଭଳି ମୁକ୍ତି ପାଇବା ତାହା ବିଷୟରେ ଜାଣିବା ।

୧୦ ମିନିଟ ମଧ୍ୟରେ ଦାନ୍ତ ବ୍ୟଥାରୁ ମୁକ୍ତି ମିଳିପାରିବ ଏହି ୩ ଟିଉପାୟ ଦ୍ୱାରା –

୧) ହିଙ୍ଗୁ – ଯେତେବେଳେ ଆପଣଙ୍କ ଦାନ୍ତ ବ୍ୟଥା ହୋଇଥାଏ, ତେବେ ସର୍ବ ପ୍ରଥମେ ହିଙ୍ଗୁର ନାମ ମନେ ପଡିଥାଏ । ଯାହାକି ପ୍ରତ୍ୟେଙ୍କ ଘରେ ସହଜରେ ପ୍ରାପ୍ତ ହୋଇଥାଏ । ଦାନ୍ତ ବ୍ୟଥା ହେଲେ ତେବେ ତୁରନ୍ତ ଅଳ୍ପ ହିଙ୍ଗୁକୁ ଲେମ୍ବୁ ରସରେ ମିଶାଇ ତୁଲା ସାହାଯ୍ୟରେ ବ୍ୟଥା ହେଉଥିବା ଜାଗାରେ ରଖନ୍ତୁ ୧୦ ରୁ ୧୫ ମିନିଟରେ ବ୍ୟଥା କମିଯାଇ ଥାଏ ।

୨) ରସୁଣ – ଗୋଟିଏ ରସୁଣ ଓ ଅଧା ଖଣ୍ଡ ପିଆଜକୁ ମିଶାଇ ଭଲରୁପେ ପେଷ୍ଟ କରି ଦିଅନ୍ତୁ ଓ ସେଥିରେ ଅଧା ଚାମଚ ସୋରିଷ ତେଲ ମିଶାଇ ତାହାକୁ ପୋକ ହୋଇଥିବା ଦାନ୍ତ ବା ବ୍ୟଥା ହେଉଥିବା ଦାନ୍ତରେ ଲଗାନ୍ତୁ ଆପଣଙ୍କ ଦାନ୍ତ ବ୍ୟଥାକୁ ୧୦ ରୁ ୧୫ ମିନିଟରେ କମ୍ ହୋଇଯାଇଥାଏ । ରସୁଣ ଓ ପିଆଜରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ ଅଧିଜ ଥାଏ ଯାହା ଆପଣଙ୍କ ଦାନ୍ତର ପୋକକୁ ସମ୍ପୁର୍ଣରୂପେ ମାରି ଦେଇଥାଏ ।

୩ ) ଲବଙ୍ଗ – ଲବଙ୍ଗରେ ଆଣ୍ଟି ବ୍ୟାକ୍ଟେରିଆଲ ଆଣ୍ଟି ଇମ୍ପ୍ଲେମେଂଟରୀ ତତ୍ୱ ରହିଥାଏ । ଏହା ଶରୀର ପାଇଁ ବହୁତ ଗୁଣକାରୀ ହୋଇଥାଏ । ଯେଉଁ ଦାନ୍ତ ବ୍ୟଥା ହେଉଛି ସେଠାରେ ଲବଙ୍ଗର ଗୁଣ୍ଡକୁ ରଖନ୍ତୁ ୧୦ ରୁ ୧୫ ମିନିଟ ଭିତରେ ବ୍ୟଥା କମିଯିବ ଓ ଦାନ୍ତରେ ଥିବା ବ୍ୟାକ୍ଟେରିଆ ମଧ୍ୟ ବାହାରି ଯାଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ଏବଂ ଭଲ ଲାଗିଲେ Share କରି ଅନ୍ୟଙ୍କୁ ଜଣାନ୍ତୁ ।