ସୌରଭ ଗାଙ୍ଗୁଳିଙ୍କୁ କେବଳ ୧୦ ମାସ ପାଇଁ ମିଳିଛି BCCIର ବଡ଼ ଚୌକି, BCCI ୭ କୋଟିର କ୍ଷତି ସହିବ, କାରଣ ଜାଣନ୍ତୁ ।

Spread the love

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୁଆଁ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । BCCIର ପୂର୍ବ ସଦସ୍ୟ ରାଜୀବ ଶୁକ୍ଳା କହିଛନ୍ତି, ଆମେ ସୌରଭ ଗାଙ୍ଗୁଳିଙ୍କୁ BCCI ଅଧ୍ୟକ୍ଷ ରୂପରେ ନିର୍ବାଚିତ କରିଛୁ । ଏହାର ଆଧିକାରୀକ ଘୋଷଣା ୨୩ ଅକ୍ଟୋବରରେ କରାଯିବ । ଏହା ଫଳରେ BCCI ୭ କୋଟିର କ୍ଷତି ସହିବା ପାଇଁ ପଡିବ । ଏହା BCCI ପାଇଁ ଏକ ଶକ୍ତ ଧକ୍କା ଅଟେ । ଆଗାମୀ ଦିନ ଗୁଡିକରେ ଭାରତୀୟ କ୍ରିକେଟ ଦଳ ପାଇଁ କଣ ସବୁ ଘଟିବା ପାଇଁ ଯାଉଛି ଆସନ୍ତୁ ଜାଣିବେ ।

ଏହି ନୂତନ ଦାୟିତ୍ୱକୁ ନେଇ ଗାଙ୍ଗୁଲି କହିଛନ୍ତି; କ୍ରିକେଟ ଜଗତର ସବୁଠୁ ବଡ଼ ସଂଗଠନର ଅଧ୍ୟକ୍ଷର ଦାୟିତ୍ୱ ସମ୍ଭାଳିବା ଗାଙ୍ଗୁଳିଙ୍କ ପାଇଁ ଗୁରୁ ଦାୟିତ୍ୱ ଅଟେ । ଏହି ଦାୟିତ୍ୱ ପାଇବା ପରେ ଗାଙ୍ଗୁଲି ଖୁସି ଜାହିର କରିଛନ୍ତି ଏବଂ କହିଛନ୍ତି; ଏହା ଉପଯୁକ୍ତ ସମୟ ଅଟେ ଯେଉଁ ସମୟରେ BCCIର ଛବି ଖରାପ ହେବାରେ ଲାଗିଛି ଏବଂ ଏହା ମୋ ପାଇଁ ସୁଯୋଗ ଅଟେ କିଛି ନୁଆଁ କରି ଦେଖେଇବା ପାଇଁ ।

ଦାଦା କହିଛନ୍ତି, ଆପଣ ବିନା ପ୍ରତିଦ୍ଵନ୍ଦୀରେ ନିର୍ବାଚିତ ହୋଇଥାନ୍ତୁ ନା କାହିଁକି କିନ୍ତୁ BCCI ଅଧ୍ୟକ୍ଷ ପଦଟି ଏକ ବଡ଼ ଦାୟିତ୍ୱ ଅଟେ । କାରଣ ଏହା କ୍ରିକେଟ ଜଗତର ସବୁଠୁ ବଡ଼ ସଂଗଠନ ଅଟେ । କ୍ରିକେଟ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ଦେଶ ଅଟେ ଏବଂ ଏହା ଏକ ବଡ଼ ଦାୟିତ୍ୱ ଅଟେ ।

ଗାଙ୍ଗୁଳିଙ୍କ କାର୍ଯ୍ୟକାଳ ଏକ ବର୍ଷରୁ ମଧ୍ୟ କମ ସମୟ ପାଇଁ ରହିଛି । କାରଣ ନୁଆଁ ନିୟମ ଅନୁସାରେ ଆସନ୍ତା ବର୍ଷ ଜୁଲାଇ ପରେ ସେ କୁଳିଙ୍ଗ ଅଫ ପିରିୟଡ଼ରେ ଚାଲିଯିବେ । ବିସିସିଆଇର ଏକ ନିୟମ ଅନୁସାରେ ଜଣେ ପ୍ରଶାସକ କେବଳ ଛଅ ବର୍ଷ ପାଇଁ ନିଜର ସେବା ଦେଇପାରିବ ।

ଏହା ଉପରେ ଗାଙ୍ଗୁଲି କହିଛନ୍ତି, ଏହା ନିୟମ ଅଟେ ଏବଂ ଏହି କାରଣରୁ ଆମକୁ ଏହାକୁ ପାଳନ କରିବା ଉଚିତ । ମୋର ପ୍ରଥମ ପ୍ରାଥମିକତା ରହିବ ପ୍ରଥମ ଶ୍ରେଣୀ କ୍ରିକେଟରଙ୍କ ଉପରେ ବିଶେଷ ଧ୍ୟାନ ରହିବ । ଏହା ସହ ରଣଜୀ କ୍ରିକେଟ ଉପରେ ବିଶେଷ ଧ୍ୟାନ ରହିବ ।