ଫନି ପରେ ଭାରତକୁ ଚକ୍ରବାତ ବାୟୁର ସତର୍କ ସଂକେତ । ପାକିସ୍ତାନ ହେବ “ବାୟୁ”ର ତାଣ୍ଡବ ନୃତ୍ୟ ।

Spread the love

୧୨ ରୁ ୧୩ ଜୁନ ମଧ୍ୟରେ ଭାରତୀୟ ସମୁଦ୍ରିତଟ ସହ ଧକ୍କା ଖାଇବ ଚକ୍ରବାହ ବାୟୁ, ଏହି ରାଜ୍ୟଗୁଡିକ, ଏହାର ପ୍ରକୋପର ଶିକାର ହେବ ।

ବିଗତ ଦିନରେ ଦେଶ ଚକ୍ରବାହ ଫନିର ପ୍ରକୋପ ଦେଖିଲା । ବର୍ତ୍ତମାନ ଅନ୍ୟ ଗୋଟିଏ ଚକ୍ରବାହ ଭାରତ ଅଭିମୁଖେ ଅଗ୍ରସର ହେଉଛି । ଏହି ଚକ୍ରବାହର ନାମ ହେଉଛି “ବାୟୁ” । ଏହି ନାମଟି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରଦତ୍ତ । ଚକ୍ରବାହ ବାୟୁ ତିବ୍ରତାର ସହକାରେ ଗୁଜରାଟ ଅଭିମୁଖେ ମାଡି ଆସୁଛି । ବର୍ତ୍ତମାନ ଚକ୍ରବାହ “ବାୟୁ”ର ଗତି ଘଣ୍ଟା ପ୍ରତି ୧୧୦ କିମି ଅଛି ବୋଲି ସୂଚନା ମିଳିଛି । ପାଣିପାଗ ବିଭାଗ ଅନୁସାରେ ଏହି ଚକ୍ରବାହ ୧୩ ତାରିଖ ସକାଳ ସୁଧା ଗୁଜୁରାଟର ସମୁଦ୍ରତଟ ଛୁଇଁବ । ଯାହାଫଳରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାର ପ୍ରଭାବ ପାକିସ୍ତାନ ମଧ୍ୟ ଭୋଗିପାରେ ଏବଂ ଏହାର ପ୍ରଭାବରେ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ଅତିଶୟ ହୋଇପଡିବ ।

ପାଣିପାଗ ବିଭାଗ ଅନୁସାରେ ଚକ୍ରବାହ ବାୟୁ ଖୁବ୍ ଶୀଘ୍ର ଗୁଜରାଟର ସମୁଦ୍ରତଟରେ ଧକ୍କା ଖାଇବ । ବର୍ତ୍ତମାନ ଏହି ଚକ୍ରବାହ ୬୫୦ କିମି ଦୂରରେ ରହିଛି । ପାଣିପାଗ ଅନୁସାରେ ୧୨ ଓ ୧୩ ଜୁନ ମଧ୍ୟରେ ଚକ୍ରବାହ ବାୟୁ ସୌରାଷ୍ଟ୍ରର ସମୁଦ୍ରତଟରେ ଧକ୍କା ଖାଇବ, ଯାହାଫଳରେ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଚକ୍ରବାହ “ବାୟୁ” କାରଣରୁ ପ୍ରଶାସନ ଗୁଜୁରାଟର ୩୨ଟି ଗାଆଁକୁ ହାଇ ଆଲର୍ଟ ଜାରି କରିଛି । ଏହା ସହ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ମଧ୍ୟ ଜାରି କରିଛି ।

ଗୁଜୁରାଟର କିଛି ଅଞ୍ଚଳରେ ବର୍ଷା ହୋଇପାରେ :

ଚକ୍ରବାହ ବାୟୁ ସୌରାଷ୍ଟ୍ର ସମୁଦ୍ରତଟ ସହ ଧକ୍କା ଖାଇବା କାରଣରୁ ଗୁଜୁରାଟର କିଛି ଅଞ୍ଚଳରେ ବର୍ଷା ଜାରି ରହିବ । ସେହି ଅଞ୍ଚଳ ଗୁଡିକ ହେଉଛି ଅହମ୍ମଦାବାଦ, ଗାନ୍ଧିନଗର ଏବଂ ରାଜକୋଟ ସମେତ ତଟବର୍ତ୍ତୀ ଅଞ୍ଚଳ ବେରାବଲ, ଭୁଜ ଓ ସୁରାଟ ଆଦି ସାମିଲ ଅଟେ । ପାଣିପାଗ ବିଭାଗ ଅନୁସାରେ ୧୨ ଜୁନରେ ଦକ୍ଷିଣ ଗୁଜୁରାଟ ଏବଂ ମହାରାଷ୍ଟ୍ରର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ୫୦ ରୁ ୬୦-୭୦ କିମି ବେଗରେ ପବନ ବୋହିବ କିନ୍ତୁ ୧୩ ଜୁନରେ ଏହାର ବେଗ ଆରବ ସାଗରର ଉତ୍ତର ଦିଗରେ ୧୧୦ ରୁ ୧୨୦-୧୩୫ କିମି ବେଗରେ ପବନ ବୋହିବା କାରଣରୁ ବର୍ଷର ସମ୍ଭାବନା ରହିଛି ।

୧୦ ବର୍ଷ ମଧ୍ୟରେ କୌଣସି ମଧ୍ୟ ଚକ୍ରବାହ ଗୁଜୁରାଟ ସହ ଧକ୍କା ହେଇନଥିଲା :

ପାଣିପାଗ ବିଭାଗ ଅନୁସାରେ ମୌସମୀ ଆସିବା ପୂର୍ବରୁ ଚକ୍ରବାହ “ବାୟୁ” ଗୁଜୁରାଟ ଆଡକୁ କ୍ଷିପ୍ର ଗତିରେ ମାଡି ଆସୁଛି । ବିଗତ୍ତ ୧୦ ବର୍ଷ ମଧ୍ୟରେ କୌଣସି ତୋଫାନ ସିଧାସଳକ ଗୁଜୁରାଟ ସହ ଧକ୍କା ଖାଇନାହିଁ । ମନେ ପକେଇବା ପାଇଁ ଚାହୁଞ୍ଚୁ, ଜୁନ ୨୦୧୦ରେ ଆସିଥିବା ଚକ୍ରବାହ “ଫେଟ” ଗୁଜୁରାଟର ପାଖ ଅଞ୍ଚଳକୁ ଆସି ଓମାନ ଆଡକୁ ବୁଲି ଯାଇଥିଲା, ଯେତେବେଳେ ଏହା ସ୍ଥାନ ପରିବର୍ତ୍ତନ କରିଥିଲା ଗୁଜୁରାଟକୁ ଭୟଭୀତ କରାଇ ପାକିସ୍ତାନ ଆଡକୁ ଅଗ୍ରସର ହୋଇଯାଇଥିଲା । ବର୍ତ୍ତମାନ ଗୁଜୁରାଟର ସମସ୍ତ ଆପତି କାଳୀନ ସେବା ଗୁଡିକୁ ଆଲଟ ଜାରି କରାଯାଇଛି । କାରଣ କୌଣସି ମଧ୍ୟ ଜନ କିମ୍ବା ଧନହାନି ହେବନାହିଁ ।

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ :

ପାକିସ୍ତାନ ପାଣିପାଗ ବିଭାଗର ବିଶେଷଜ୍ଞ ଅବଦୁର ରସିଦ କହିଛନ୍ତି; ଚକ୍ରବାହ “ବାୟୁ”ର ପ୍ରବାହ ମୁଖ୍ୟତଃ ରୂପରେ ପାକିସ୍ତାନର ତଟବର୍ତ୍ତୀ ଅଞ୍ଚଳରେ ପଡିବ ନାହିଁ କିନ୍ତୁ ଏହାର ପ୍ରଭାବରେ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ପାକିସ୍ତାନ ଅନୁସାରେ ଚକ୍ରବାହ ବାୟୁର ପ୍ରଭାବ ମୁଖ୍ୟତଃ ଆରବ ସାଗର ଉପରେ ରହିବ । ଯାହାଫଳରେ ପାକିସ୍ତାନରେ ପ୍ରବଳ ଗରମ ଅନୁଭୂତ ହେବ । ଏହା ପୂର୍ବରୁ ୨୦୧୫ ମସିହାରେ ପାକିସ୍ତାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହୋଇଥିବା କାରଣରୁ ଭୀଷଣ ଗରମ ଅନୁଭୂତ ହୋଇଥିଲା । ଯାହା ଫଳରେ ପାଣିର ଭୟଙ୍କର ଅଭାବ ଦେଖାଯାଇଥିଲା ।