ଅକ୍ଟୋବରରେ ମହାବାତ୍ୟା – ଓଡିଶା ଆଡକୁ ମାଡି ଆସୁଛି ଭିଷଣ ବାତ୍ୟା

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅକ୍ଟୋବର ରେ ଆସୁଛି ବିପଦ । ପ୍ରକୃତି ଦେଖାଇବ କରାଳ ରୂପ। ବାତ୍ୟା ପାଇଁ ଅନୁକୂଳ ହେଉଛି ପରିବେଶ । କିଛି ବର୍ଷ ପୂର୍ବକୁ ଫେରିଗଲେ ଅକ୍ଟୋବର ର ଅତୀତ ଭୟଙ୍କର ରହିଥିଲା । ପ୍ରାୟତଃ ଅକ୍ଟୋବର ରେ ଦେଖିବାକୁ ମିଳେ ପ୍ରକୃତି ର କରାଳ ରୂପ । ସେହି ସମୟରେ ହିଁ ଅଶାନ୍ତ ସମୁଦ୍ରରୁ ବିପଦ ମାଡି ଆସେ । ଗତ ତିନିବର୍ଷ ଧରି ଅକ୍ଟୋବରରେ ସମୁଦ୍ର ଶାନ୍ତ ରହିଥିଲା । ହେଲେ ପୁଣି ସମୁଦ୍ର ତାର ସେହି ଅତୀତକୁ ଦୁହୁଁଲାଇବ ବୋଲି ଆଶଙ୍କା କରାଯାଉଛି ।

ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି ଅକ୍ଟୋବର ପୁଣିଥରେ ଅଶୁଭ ହୋଇପାରେ । ପୂର୍ବରୁ ୧୨ ଅକ୍ଟୋବର ୨୦୧୩ର ପାଇଲିନ, ୧୨ ଅକ୍ଟୋବର ୨୦୧୪ରେ ହୁଡହୁଡ, ୧୧ ଅକ୍ଟୋବର ୨୦୧୮ରେ ତିତିଲି ପରି ଓ ୧୯୯୯ ମସିହାରେ ମହାବାତ୍ୟା ସାରା ଓଡିଶାକୁ ଛାରକାର କରିଦେଇଥିଲା । ଓଡିଶା ପାଇଁ ଅକ୍ଟୋବର ମାସ ବାରମ୍ବାର ଅଶୁଭ ସାଜି ଥିବାରୁ ପାଣିପାଗ ବିଭାଗ ଆକଳନ ଏବେ ଅଡୁଆ ସୃଷ୍ଟି କରୁଛି ।

Cyclone

ପୁଣି ପ୍ରକୃତି ଅକ୍ଟୋବର ଅଶାନ୍ତ ହୋଇପାରେ । ଯାହାର ପ୍ରଭାବରେ ଅକ୍ଟୋବର ମାସରେ କୌଣସି ବଡ ଧରଣର ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇପାରେ । ଗତ ତିନିବର୍ଷ ଧରି ଅକ୍ଟୋବର ମାସରେ କୌଣସି ପାଣିପାଗ ସ୍ଥିତି ସୃଷ୍ଟି ହୋଇନଥିବା ବେଳେ ଏହି ଧାରା ଏବେ ଭାଙ୍ଗିଛି । କାରଣ ଆଣ୍ଡାମାନ ସାଗର ଅଶାନ୍ତ ହେବା ପାଇଁ ଏବେ ଠାରୁ ପରିବେଶ ଅନୁକୂଳ ଦେଖଉଛି । ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରଣ ଗୁଡିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି । ଯାହାଦ୍ୱାରା ସମ୍ଭବତଃ ତୃତୀୟ ସପ୍ତାହ ଶେଷ ଆଡକୁ ଏକ ଘୃର୍ଣ୍ଣିବଲୟ ସୃଷ୍ଟି ହେବାର ଦେଖା ଦେଇଛି ।

ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ପରବର୍ତ୍ତୀ କାଳୀନ ବାତ୍ୟା ଋତୁ ଭାବରେ କଳନା କରାଯାଏ । ଅତୀତରେ ଏହି ସମୟରେ ଏକାଧିକ ବାତ୍ୟା ଆସୁଥିବା ବେଳେ ଅକ୍ଟୋବର ମାସରେ ଆସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ଉତ୍ତର ଆଣ୍ଡାମାନ ସାଗରରେ ବର୍ତ୍ତମାନ ତାପମାତ୍ରା ୩୦ ରୁ ୩୧’ ସେଲସିୟସ ରହିଛି । ଯାହାକି ଏକ ବଡ ଘୃର୍ଣ୍ଣିବଲୟ ସୃଷ୍ଟି କରିବାର ବାତାବରଣ ସୃଷ୍ଟି କରିଛି ।

batya

ବିଭିନ୍ନ ବିଦେଶୀ ପାଣିପାଗ ମଡେଲ ଗୁଡିକ ବଡ ଘୃର୍ଣ୍ଣିବଲୟ ସୃଷ୍ଟି ହେବାକୁ ନେଇ ଆଶଙ୍କା ପ୍ରକାଶ କରୁଥିବା ବେଳେ ଆଇଏମଡି ଆଶଙ୍କା କରୁଛି ଯେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୃନିବଲୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *