ପ୍ରେମରେ ପାଗଳ ହୋଇ ଏହି ଷ୍ଟାରମାନେ କରିଥିଲେ ଏମିତି କିଛି ବ୍ୟବହାର, କିଏ ଲେଖିଥିଲେ ରକ୍ତରେ ଚିଠି ତୋ ଅନ୍ୟ କିଏ ଛାଡ଼ି ଦେଇଥିଲେ ଘର !

Spread the love

ବଲିଉଡ ନିଜ ନିଜ ମଧ୍ୟରେ ଅନେକ କିଛି ସାଉଁଟି ରଖିଛି, ହୁଏତ ସେ ଭଲ ଷ୍ଟାର ହୁଅନ୍ତୁ ଅଥବା ସେମାନଙ୍କ ମଧ୍ୟରେ ଥିବା ସଂପର୍କ । ବର୍ତ୍ତମାନ ବଲିଉଡ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିବାରେ ଲାଗିଛି । ଫିଲ୍ମ ଜଗତରେ ଏହି ଦିନଗୁଡ଼ିକରେ ସଂପର୍କ ଯୋଡିବା ଏବଂ ଭାଙ୍ଗିବାରେ ଲାଗିଛି । କେତେବେଳେ ବ୍ରେକଅପର ଖବର ଆସିବାକୁ ଲାଗିଛି ତୋ ଅନ୍ୟ କେତେବେଳେ ଲିଙ୍କଅଫର ଖବର ଆସୁଛି । ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ଫିଲ୍ମ ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ପ୍ରେମରେ ପାଗଳ ହୋଇ ସବୁ ସୀମାପାର କରିଦେଇଥିଲେ ।

ଐଶ୍ବର୍ୟା ରାୟ :

ସଲମାନ ଏବଂ ଐଶ୍ବର୍ୟାଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଜଣା ଅଛି । ଫିଲ୍ମ “ହମ ଦିଲ ଦେ ଚୁକେ ସନମ” ର ସୁଟିଙ୍ଗ ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରେ ଲାଗିଥିଲା । ମେଗାଜିନରେ ଛପା ଯାଇଥିବା ଖବର ଅନୁସାରେ ଐଶ୍ବର୍ୟାଙ୍କ ମାତା ପିତାଙ୍କୁ ଏହି ସଂପର୍କ ମଞ୍ଜୁର ନଥିଲା । ଏମିତିକି ସେମାନେ ଐଶ୍ବୟାଙ୍କୁ ସଲମାନ ଠାରୁ ଦୂରେଇ ରହିବାପାଇଁ ଚାପ ମଧ୍ୟ ପକାଉଥିଲେ । ଏହି କଥା ଯୋଗୁଁ ଐଶ୍ବର୍ୟା ଏତେ କ୍ରୋଧିତ ହୋଇଗଲେ ଯେ ସେ ନିଜର ମାତା ପିତାଙ୍କ ଘର ଛାଡ଼ି ଦେଇ ଏକାଟି ରହିବାକୁ ଚାଲିଯାଇଥିଲେ ।

ଜୟାପ୍ରଦା :

ଜୟାପ୍ରଦା ବଲିଉଡର ଫେମସ ଅଭିନେତ୍ରୀ ରହିସାରିଛନ୍ତି । ବର୍ତ୍ତମାନ ସେ ରାଜନୀତିରେ ନିଜର ଭାଗ୍ୟକୁ ଆପଣାଉଛନ୍ତି । ଜୟାପ୍ରଦା ନିଜ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏମିତି ଏକ ସମୟ ଥିଲା ଯେତବେଳେ ଜୟାପ୍ରଦା ବିବାହିତ ଶ୍ରୀକାନ୍ତ ନାହଟାର ପ୍ରେମରେ ଏପରି ପାଗଳ ଥିଲେକି ତାଙ୍କ ଘରକୁ ରହିବା ପାଇଁ ଚାଲିଯାଇଥିଲେ । ଏହାପରେ ଶ୍ରୀକାନ୍ତ ନିଜର ପତ୍ନୀଙ୍କ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିଥିଲେ ।

ରବିନା ଟଂଡନ :

ଗୋଟିଏ ସମୟରେ ରବିନା ଏବଂ ଅଜୟଙ୍କ ଯୋଡ଼ି ହିଟ ଯୋଡି ଭାବରେ ପ୍ରମାଣିତ ହେଉଥିଲା । ସେହି ସମୟରେ ଦୁହେଁ ଦୁହଁଙ୍କୁ ପ୍ରେମ ମଧ୍ୟ ହୋଇଯାଇଥିଲା । କିନ୍ତୁ ସେମାନେ କେବେ ମଧ୍ୟ ଏକ ହୋଇପାରିଲେ ନାହିଁ । କୁହାଯାଉଛିକି ରବିନା ଏବଂ ଅଜୟଙ୍କ ମଧ୍ୟରେ ସେତେବେଳେ ତିକ୍ତତା ଆସିଥିଲା ଯେତେବେଳେ ସେ ଫିଲ୍ମ “ଦିଲବାଲେ” ର ସୁଟିଙ୍ଗ କରୁଥିଲେ । ସେହି ସମୟରେ ଅଜୟ କରସ୍ମାଙ୍କୁ ପସନ୍ଦ କରିବାରେ ଲାଗିଥିଲେ ସେ ରବିନାଙ୍କ ସହ ବ୍ରେକଅପ କରିଦେଇଥିଲେ । ଆପଣ ଏହା ଜାଣି ଚକିତ ହୋଇଯିବେ କି ବ୍ରେକଅପ ପରେ ରବିନା ଡିପ୍ରେଶନରେ ଆସି ଆତ୍ମହତ୍ୟା କରିବାକୁ ପ୍ରୟାସ କରିସାରିଥିଲେ ।

ଅମିର ଖାନ :

ଅମିର ଖାନ ବଲିଉଡର ଏମିତି ଏକ ଅଭିନେତା ଅଟନ୍ତି ଯିଏକି ମିଷ୍ଟର ପରଫେକ୍ସନିଷ୍ଟ ନାମରେ ପରିଚିତ ଅଟନ୍ତି । ଅମିର ଖାନଙ୍କ ପ୍ରଥମ ବିବାହ ରୀନା ଦତ୍ତଙ୍କସହ ହୋଇଥିଲା । ରୀନା ଅମିରଖାନଙ୍କ ପଡୋଶୀରେ ରହୁଥିଲେ । ସେହି ସମୟରେ ଅମିରଖାନ ରୀନାଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ କି ସେ ତାଙ୍କୁ ନିଜ ରକ୍ତରେ ଚିଠି ଲେଖି ଦେଉଥିଲେ । ଶେଷରେ ଦୁହେଁ ଘରୁ ଲୁଚି ବାହା ହୋଇଯାଇଥିଲେ କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଛାଡପତ୍ର ହୋଇସାରିଛି । ଅମିର ଖାନ ଦ୍ଵିତୀୟ ବିବାହ କିରଣ ରାବଙ୍କ ସହ କରିଛନ୍ତି ।

ଧର୍ମେନ୍ଦ୍ର :

ଜଣାଇ ଦେଉଛୁ ଯେ ଡ୍ରିମଗାର୍ଲ ହେମାମାଳିନୀ ସହ ବିବାହ କରିବା ପାଇଁ ଧର୍ମେନ୍ଦ୍ର ଇସଲାମ ଧର୍ମକୁ ଆପାଣାଇଥିଲେ । ବାସ୍ତବରେ ସେ ପ୍ରଥମରୁ ହିଁ ବିବାହିତ ଥିଲେ ଏବଂ ସେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁନଥିଲେ । ହିନ୍ଦୁ ଧର୍ମ ଦୁଇ ଦୁଇଟି ବାହାଘରକୁ ସମ୍ମତି ଦେଉନାହିଁ, ସେଥିପାଇଁ ସେ ଇସଲାମ ଧର୍ମ ଆପଣାଇ ହେମାମାଳିନୀ ସହ ବିବାହ କରିଥିଲେ । ସେ ଏହି ବିବାହ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ରହିଥିଲେ ।

ଆଶା କରୁଛୁ ବଲିଉଡ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news