କାଶ୍ମୀରରେ ଦିବ୍ୟଙ୍ଗ ବାଳକକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର ନଜରକୁ ଆସିଛନ୍ତି CRPF ଯବାନ । ଭିଡ଼ିଓ ଦେଖନ୍ତୁ ।

Spread the love

ଭିଡ଼ିଓ ଦେଖି ଏପରି ଲାଗୁଛି ଯେପରି ଜଣେ ପିତା ନିଜ ସନ୍ତାନକୁ ଖୁଆଉଛନ୍ତି ।

ଆମ ଇଣ୍ଡିଆନ ଆର୍ମି ଯବାନଙ୍କ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିଯିବ । ଏମାନେ ଦିନରାତି ସୀମାରେ ଆମ୍ଭମାନଙ୍କ ସୁରକ୍ଷା ପାଇଁ ଲାଗି ପଡିଛନ୍ତି । ସେମାନଙ୍କ ଯୋଗୁଁ ଆମ୍ଭେମାନେ ଶାନ୍ତିରେ ଶୋଇ ପାରୁଛେ । ଦେଶର ଜାମୁ କାଶ୍ମୀର ଅଂଚଳ ସର୍ବଦା ସମ୍ବେଦନଶୀଳ ରହିଛି । ଏଠାରେ ଉପଦ୍ରଵ ଲୋକେ ସର୍ବଦା ସକ୍ରିୟ ଥାଆନ୍ତି ।ଏହି କାରଣରୁ ଏହି ଅଂଚଳ ଗୁଡିକରେ ବହୁତ ଜବାନ ଜଗି ରୁହନ୍ତି । କାଶ୍ମୀରରେ ରହୁଥିବା ସମସ୍ତ ଲୋକେ ସେନାଙ୍କୁ ସମ୍ମାନ ଦିଅନ୍ତି ନାହିଁ । ଏଠାରେ ସେନା ଉପରେ ପଥର ପିଙ୍ଗା ଯାଇଥାଏ । ଏହା ସତ୍ତ୍ୱେ ମଧ୍ୟ ସେନାଙ୍କୁ ଏଠାକାର ଲୋକଙ୍କ ଚିନ୍ତା ରହିଥାଏ । ସେମାନେ କୌଣସି ମଧ୍ୟ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ପୂରଣ କରିଥାନ୍ତି ।

ଏହାର ଏକ ଉଦାହରଣ ନିକଟରେ ଭିଡ଼ିଓ ମାଧ୍ୟମରେ ଦେଖିବା ପାଇଁ ମିଳିଛି । ଇଣ୍ଟରନେଟରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜଣେ ସିଆରପିଏଫର ଯବାନ ଜଣେ ଦିବ୍ୟଙ୍ଗ ପିଲାକୁ ଖୁଆଉ ଥିବାର ନଜରକୁ ଆସିଛି । ଏହି ଭିଡ଼ିଓଟି ହୃଦୟସ୍ପର୍ଶୀ ହୋଇଛି । ଏହି ଭିଡ଼ିଓରେ ଜଣେ ଯବାନ ଦୋକାନ ବାହାରେ ବସିଥିବା ଏକ ଦିବ୍ୟଙ୍ଗ ପିଲାକୁ ଅତି ଆନନ୍ଦରେ ଖାଦ୍ୟ ଖୁଆଉଛନ୍ତି । ଏହାସହ ବେଳେବେଳେ ଜବାନ ଜଣଙ୍କ ପିଲାଟିର ମୁହଁ ପୋଛିବାର ନଜରକୁ ଆସୁଛି । CRPF ଜବାନ ଏବଂ କାଶ୍ମୀରି ପିଲାଟିର ଭିଡ଼ିଓ ଦେଖି ହୃଦୟ ଗଦଗଦ ହୋଇପଡୁଛି ।

ଭିଡ଼ିଓରେ ଦେଖା ଯାଉଥିବା ଜବାନଙ୍କ ନାମ ହେଉଛି ହାବିଲଦାର ଇକବାଲ୍ଲ ସିଂହ । ଇକବାଲ୍ଲ ସେନାର ଜଣେ ଡ୍ରାଇଭର ଅଟନ୍ତି ଏବଂ ସେ ୧୪ ଫେବୃଆରୀ ପୁଲୱାମା ଆକ୍ରମଣର ଶିକାର ହୋଇଥିଲେ । ନିଜର ଏହି କାମ ପାଇଁ ଜେନେରାଲ କମିଶନ ଡିସ୍କ ଏବଂ କମେଣ୍ଡେନ୍ସ ସାର୍ଟିଫିକେଟ ମଧ୍ୟ ମିଳିଛି । ଯେଉଁ ବ୍ୟକ୍ତି ନିଜ ଜୀବନରେ କୌଣସି ପ୍ରଶଂସା ଯୋଗ୍ୟ କାର୍ଯ୍ୟ କରିଥାନ୍ତି; ସେହି ବ୍ୟକ୍ତିଙ୍କୁ ଏହି ଆୱାର୍ଡ ଦିଆଯାଇଥାଏ । ଏହି ଭିଡ଼ିଓକୁ ମୂଳ ରୂପେ ଜାମ୍ମୁ କାଶ୍ମୀର ପୋଲିସ ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି “BE CARE” ମାନେ “ଆମେ ସମସ୍ତଙ୍କ ଚିନ୍ତା କରୁ” ।

କିଛି କାଶ୍ମୀରି ଲୋକେ ପ୍ରାୟତଃ ସେନା ଉପରେ ଆକ୍ରମଣ କରିଥାନ୍ତି ଏବଂ ଆରୋପ ଲଗାଇଥାନ୍ତି; ସେନାକୁ ଆମ୍ଭମାନଙ୍କର ଚିନ୍ତା ନାହିଁ । କିନ୍ତୁ ଏହି ଭିଡ଼ିଓ ଦେଖିବା ପରେ ଜଣା ପଡୁଛି ଏପରି କିଛି ଘଟଣା ନୁହେଁ । ଜବାନମାନେ ଏଠାରେ ନିଜର କାମ କରିଥାନ୍ତି ଏବଂ ଆତଙ୍କି ଗତିବିଧିକୁ ପ୍ରସାର ହେବାରେ ରୋକିଥାନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡ଼ିଓକୁ ଦେଖି ଲୋକେ ସକାରାତ୍ମକ କଥା ଲେଖିବାରେ ଲାଗିଛନ୍ତି । ଲୋକଙ୍କୁ ଏହି ଭିଡ଼ିଓ ଖୁବ୍ ପସନ୍ଦ ଆସିଛି । ଜଣେ ୟୁଜର୍ ଲେଖିଛନ୍ତି; ଯଦି ଆମେ ମାନୁଷତ୍ଵ ନେଇ ଚିନ୍ତା କରିବା ତେବେ କେହି କାହାର ଶତ୍ରୁ ହେବେ ନାହିଁ । ଅନ୍ୟ ଜଣେ ଲେଖିଛନ୍ତି; ଏହି ଜବାନ ଜଣଙ୍କ ଏପରି ପିଲାଟିକୁ ଖାଦ୍ୟ ଖୁଆଉଛନ୍ତି; ଯେପରି ଜଣେ ବାପା ନିଜ ପୁଅକୁ ଖାଦ୍ୟ ଖୁଆଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି; ଏହା ହେଉଛି ମନୁଷ୍ୟତ୍ଵ, ଆପଣଙ୍କୁ ମୋର ସଲାମ୍ ।

ଆପଣ ମଧ୍ୟ ଏହି ଭିଡ଼ିଓଟି ଦେଖନ୍ତୁ ।