କ୍ରେଡିଟ୍ କାର୍ଡ କଣ ଓ ଏଥିରେ କଣ କଣ ସୁବିଧା ଅଛି ? ଯାହା ଆପଣଂକୁ ଡେବିଟ୍ କାର୍ଡରେ ମିଳେ ନାହିଁ ।

Spread the love

ଆପଣ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ବିଷୟରେ ତ ଜାଣିଥିବେ । ଆଉ ଆପଣଂକ ମଧ୍ୟରୁ ଅଧିକାଂଶ ଲୋକ ଏହାର ବ୍ୟବହାର ମଧ୍ୟ କରୁଥିବେ । କିନ୍ତୁ ଆଜି ଆମେ କ୍ରେଡିଟ୍ କାର୍ଡ ବିଷୟରେ ଆଲୋଚନା କରିବୁ ଓ ଜାଣିବା କି ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡରେ କେଉଁ କେଉଁ ସୁବିଧା ମିଳୁଛି ?

କ୍ରେଡିଟ୍ କାର୍ଡ କଣ ଅଟେ ?

କ୍ରେଡିଟ୍ କାର୍ଡ ଏକ କାର୍ଡ ଅଟେ ଯାହା ଆପଣଙ୍କୁ ଉଧାରରେ କୌଣସି ବି ଜିନିଷ କିଣିବାରେ ସାମର୍ଥ୍ୟ ଦେଇଥାଏ । କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ସମୟରେ ଆପଣଂକ ବ୍ୟାଙ୍କ ଆକାଉଣ୍ଟରେ ପଇସା ଥିବା ଜରୁରୀ ନୁହେଁ ।

କ୍ରେଡିଟ୍ କାର୍ଡରେ ଉଧାର ନେବାର ଏକ ସୀମା ଅଛି ଯାହାକୁ କ୍ରେଡିଟ୍ କାର୍ଡ ଲିମିଟ୍ କୁହାଯାଏ । ଯେତେବେଳେ ମଧ୍ୟ ଆପଣ କିଛି ଜିନିଷ କିଣୁଛନ୍ତି, ତେବେ କ୍ରେଡିଟ୍ କାର୍ଡର ଏହି ଲିମିଟ୍ ବା ସୀମା ପର୍ଯ୍ୟନ୍ତ କିଣି ପାରିବେ । କ୍ରେଡିଟ୍ କାର୍ଡରେ ଯେତିକି ମଧ୍ୟ ରାଶିର କିଣାଯାଏ, ସେହି ରାଶି ଆପଣଂକୁ ୩୦ ରୁ ୪୫ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ ପଡିବ ।

ଯଦି କ୍ରେଡିଟ୍ ର ବିଲ୍ ଆପଣ ସମୟରେ ଜମା ନ କରନ୍ତି ତ ଆପଣଙ୍କ ରାଶି ଉପରେ ଇଣ୍ଟରେଷ୍ଟ ବା ସୁଧ ଲାଗିବ ଓ ଏହା ସେ ପର୍ଯ୍ୟନ୍ତ ଲାଗିବ ଯେ ପର୍ଯ୍ୟନ୍ତ ଆପଣ ପୁରା ରାଶି ଜମା କରି ଦେଇ ନାହାନ୍ତି ।

କ୍ରେଡିଟ୍ କାର୍ଡ ଜାଗାରେ ଡେବିଟ୍ କାର୍ଡ ଆପଣ କେବେଳ ସେତେବେଳେ ବ୍ୟବହାର କରି ପାରିବେ ଯେତେବେଳେ ଆପଣଂକ ବ୍ୟାଙ୍କ ଆକାଉଣ୍ଟରେ ପଇସା ଥିବ ।

କ୍ରେଡିଟ୍ କାର୍ଡର ଉପଯୋଗ ଦ୍ୱାରା କେଉଁ କେଉଁ ସୁବିଧା ମିଳିଥାଏ :

କ୍ରେଡିଟ୍ କାର୍ଡ ବ୍ୟବହାରେ କରିବାରେ ଅନେକ ଗୁଡିଏ ଫାଇଦା ଅଛି । ଯେବେ ବି ଏହି କାର୍ଡକୁ ଆପଣ କାମରେ ଲାଗନ୍ତି, ସେତେବେଳେ ଏହା ଉପରେ ଆପଣଂକୁ କିଛି ପଇଣ୍ଟ ମିଳିଥାଏ । ଆପଣ ଯେତେ କ୍ରେଡିଟ୍ କାର୍ଡକୁ ବ୍ୟବହାର କରିବେ ଆପଣଙ୍କୁ ସେତେ ପଏଣ୍ଟ ମିଳିବ ।

ଏହି ପଏଣ୍ଟ ଦ୍ୱାରା ଆପଣ ସିଲେକ୍ଟଡ୍ ଜିନିଷ ଫ୍ରି ରେ ମିଳିବ । ଏହି ସିଲେକ୍ଟଡ୍ ଜିନିଷ ଗୁଡିକର ଲିଷ୍ଟ ଆପଣ ଅନଲାଇନରେ ପାଇପାରିବେ ।

ଏହା ବ୍ୟତୀତ ବହୁତ କମ୍ପାନୀ, ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ବ୍ୟବହାର କରିବା ଉପରେ ବହୁତ ଗୁଡିଏ ସୁବିଧା ଦେଇଥାନ୍ତି । ଯେପରିକି, କ୍ୟାସ୍ ବ୍ୟାକ୍ ଅଫର, ଡିସ୍କାଉଣ୍ଟ, ଫ୍ରି ଗିଫ୍ଟସ୍ ଇତ୍ୟାଦି ।

ଏହି ସବୁ ସୁବିଧା ଆପଣ ଡେବିଟ୍ କାର୍ଡର ବ୍ୟବହାରରେ ପାଇ ପାରିବେ ନାହିଁ ।