3 ବର୍ଷର ଏକ ବାଳିକାକୁ ବଳତ୍କାର ଅପରାଧରେ, ଅପରାଧୀକୁ ମାତ୍ର 20 ଦିନରେ ମିଳିଥିଲା ଦଣ୍ଡ । କୋର୍ଟର Quick Action

Spread the love

ରାଜସ୍ଥାନ : ରାଜସ୍ଥାନର ଝୁଞ୍ଝୁନୁ ଜିଲ୍ଲାର ପୋକ୍ସୋ ଅଦାଲତ, ତିନି ବର୍ଷର ଝିଅକୁ ବଳତ୍କାର କରିବା ମାମଲାରେ, ଅପରାଧୀକୁ ଫାଶୀ ଦଣ୍ଡ ଦେଇଛନ୍ତି । ଅପରାଧୀ ବିରୋଧରେ ସାକ୍ଷୀ ଦେବାକୁ ଯାଇଥିବା ବ୍ୟକ୍ତି, ଅଭିୟୋଜକ ଲୋକେନ୍ଦ୍ର ସିଂହ ଖୁଡନିଆ କହିଥିଲେ, ଏହି ମାମଲା ୨ ଅଗଷ୍ଟକୁ ଅଲସିସର ଥାନା ଅଞ୍ଚଳର ଅଟେ । ଆରୋପୀ ବିନୋଦ, ଛୋଟ ଶିଶୁ ଘରେ ଏକୁଟିଆ ଥିବାର ଦେଖି, ତାକୁ ଦୂର୍ଷ୍କମ୍ୟ କରିଥିଲା ।

ସେମାନେ କହିଥିଲେ, ଏହି ମାମଲାରେ ପୋଲିସ୍ ୨୪ ଘଣ୍ଟା ମଧ୍ୟରେ ଅପରାଧୀକୁ ଗିରଫ କରିଥିଲେ ଓ ୧୦ ଦିନରେ ଚାର୍ଜସିଟ୍ ତିଆରି କରି ଅଦାଲତକୁ ପଠାଇ ଥିଲେ । ରାଜସ୍ଥାନର ପୋକ୍ସୋ ଅଦାଲତ ମଧ୍ୟ ଏହି ମାମଲାକୁ ଗମ୍ଭୀରତା ସହ ନେଇ ଚାର୍ଜସିଟ୍ ଦାଖଲ କରିବାର ମାତ୍ର ୧୯ ଦିନରେ ମଧ୍ୟରେ ଅପରାଧୀକୁ ମୃତ୍ୟୁଦଣ୍ତ (ଫାଶୀ)ରେ ଦଣ୍ଡିତ କରିଥିଲେ । ପୋକ୍ସୋ ଅଦାଲତର ନ୍ୟାୟାଧୀଶ ନିରଜା ଦାଧିଚ କହିଥିଲେ, ଏହିପରି ଜଘନ୍ୟ ଅପରାଧ ଲାଗି ଅପରାଧୀକୁ ମୃତ୍ୟୁଦଣ୍ତରେ ଦଣ୍ଡିତ କରିଥିଲେ ।

ଅପରାଧୀକୁ ଏହିପରି ଭାବରେ କରଯାଇଥିଲା ଗିରଫ :

ଘଟଣାର ରୂପରେଖା ଦେବା ପରେ ଅପରାଧୀ ଜଣକ ରାଜସ୍ଥାନର ଝୁଞ୍ଝୁନୁ ଜିଲ୍ଲା ଅନ୍ତର୍ଗତ ଚିଡାବା ନାମକ ସ୍ଥାନରେ ଏକ ଭଡା ଘରେ ଲୁଚି ରହିଥିଲା । ପୋଲିସ୍ ନିଜର ସୁଚନା ପାଇବା ପରେ ମଲସିସରରୁ ସେହି ନିର୍ଦ୍ଧୋଶ ଶିଶୁକୁ ଚିକିତ୍ସା କରାଇବା ପାଇଁ ମେଡିକାଲ୍ ଆଣିଥିଲା । ଏବଂ ପରେ ପରିବାର ଲୋକଙ୍କ କହିବା ଅନୁସାରେ ସେହି ଜିଲ୍ଲା ଓ ଆଖପାଖରେ ଅଞ୍ଚଳରେ ବାସନ କୁସନ ବିକ୍ରି କରୁଥିବା ଲୋକ ଓ ଫେରିବାଲା ସମସ୍ତଙ୍କୁ ଠିକନିଖ ଯାଞ୍ଚ କରାଗଲା । ସେହି ସମୟରେ ଅପରାଧୀ ବିନୋଦ ଚିଡବାରେ ମିଳିଥିଲା । ତାର ସେହି ପରି ଭେଷଭୁଷା ମିଳିବା ପରେ ତାକୁ ପୋଲିସ୍ ଗିରଫ କରି ନେଇ, ପଚାରା ପଚରି କରିବା ପରେ ସେ ନିଜ କରିଥିବା ମାମଲାକୁ ସ୍ୱୀକାର କରିଥିଲା ।

ଆପଣଙ୍କୁ କହି ରଖୁଛୁ, ଏହି ଘଟଣାଟି 2018 ମସିହା ଅଗଷ୍ଟ ମାସର ଏବଂ ଅପରାଧୀକୁ ମାତ୍ର 20 ଦିନରେ ଦଣ୍ଡ ମିଳିଥିଲା । ଏହିପରି ଯଦି ତତତ୍କଳୀନ ସମସ୍ତ ମାମଲାର ଶୁଣାଣି ହେବ ତେବେ ଦେଶରେ ଅପରାଧର ମୂଳତ୍ପାଟନ ହୋଇପାଇବ ।