ଡଙ୍ଗା ଉପରେ ବସି ଏହି ଦୁଇ ଯୋଡି ନିଜର ଭିଡ଼ିଓ କରୁଥିଲେ, ସେହି ସମୟରେ ଏପରି କିଛି ଘଟିଥିଲା ।

Spread the love

ଭିଡ଼ିଓ ପ୍ରସ୍ତୁତ କରିବା ସମୟରେ ଡଙ୍ଗା ଓଲଟି ପଡ଼ିଥିଲା । ଏହିପରି ଭାବରେ ନିଜ ଜୀବନ ବଞ୍ଚାଇ ପଡ଼ିଥିଲେ ଦୁହେଁ ।

ଆଜିକାଲି ଲୋକମାନେ ନିଜ ନିଜର ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ପୂର୍ବରୁ କେବଳ ବିବାହ ଦିନକୁ ଉଭୟ ବର-ବଧୂ ମିଶିକରି ଉପଭୋଗ କରୁଥିବା ବେଳେ ଏବେ ପ୍ରି-ୱେଡିଙ୍ଗ ଏବଂ ପୋଷ୍ଟ ୱେଡିଙ୍ଗ ଭଳି ଜିନିଷ ଲୋକପ୍ରିୟ ହେଲାଣି । ବିବାହ ପୂର୍ବ ସ୍ମୃତିକୁ ସାଇତିବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । କିଛି ଦିନ ପୂର୍ବରୁ ଏକ ଯୋଡ଼ା ନିଜର ପୂର୍ବ ବିବାହ ଭିଡ଼ିଓ ସୁଟିଂ ସମୟରେ ଏପରି କିଛି ଘଟିଥିଲା ଯାହା ସବୁ ଦିନ ପାଇଁ ସେମାନଙ୍କ ପାଇଁ ସ୍ମୃତି ହୋଇ ରହିବ ।

ଡଙ୍ଗା ଉପରେ ନିଜର ବିବାହ ପୂର୍ବ (ପ୍ରି-ୱେଡିଙ୍ଗ) ଫୋଟ ଉଠାଉ ଥିଲେ :

କେରଳରେ ରହୁଥିବା ଗୋଟିଏ ଯୋଡି ନିଜର ବିବାହ ପୂର୍ବର ଫୋଟ ଉଠାଇବା ପାଇଁ ଡଙ୍ଗା ବାଛି ଥିଲେ । ଫୋଟ ଉଠାଉ ଥିବା ସମୟରେ ଡଙ୍ଗାଟି ଓଲଟି ଯାଇଥିଲା । ଯୋଡି ନଦୀରେ ବୁଡି ଯାଉଥିବାର ଦେଖି ସେଠାରେ ଉପସ୍ଥିତ ଲୋକେ ସେମାନଙ୍କୁ ବଞ୍ଚାଇ ଥିଲେ । ଏହି ଘଟଣା ଘଟିବା ସମୟରେ ଫୋଟଗ୍ରାଫର ସେମାନଙ୍କ ଏକ ସୁନ୍ଦର ଫୋଟ ଉଠାଇ ନେଇଥିଲେ । ଏହା ସହ ଡଙ୍ଗା ଓଲଟିବାର ଏକ ଭିଡ଼ିଓ ବନାଇ ନେଇଥିଲେ ।

ଭିଡ଼ିଓଟି ଭାଇରଲ ହେବାରେ ଲାଗିଛି :

ଭିଡ଼ିଓଟିରେ ଏହି ଦୁଇ ଯୋଡି ଡଙ୍ଗାରେ ବସିଥିଲେ ଏବଂ ଫୋଟ ଉଠାଉଥିବା ସମୟରେ ଏମାନଙ୍କ ଉପରେ ପାଣି ପକାଯାଉଥିଲା । କାରଣ ଫୋଟଟିକୁ ରୋମାଣ୍ଟିକ କରାଯାଇ ପାରିବ । ପାଣିରୁ ବଞ୍ଚିବା ପାଇଁ ଏହି ଏହି ଯୋଡି କଦଳୀ ପତ୍ର ନିଜ ଉପରେ ରଖିଥିଲେ । ଯେତେବେଳେ ଏହି ଦୃଶ୍ୟକୁ ଫୋଟଗ୍ରାଫର ନିଜ କେମେରାରେ ଉଠାଇ ଥିଲେ, ସେହି ସମୟରେ ହିଁ ଡଙ୍ଗାଟି ଓଲଟି ଯାଇଥିଲା । ଏହି ଯୋଡିରେ ଦେଖାଯାଉ ଥିବା ପୁଅଟିର ନାମ ହେଉଛି ତିଜିନ ଏବଂ ଝିଅଟିର ନାମ ହେଉଛି ଶିଳ୍ପା । ଏହି ଭିଡ଼ିଓଟିକୁ ଫୋଟଗ୍ରାଫର ନିଜ ଫେସବୁକରେ ଅପଲୋଡ଼ କରିଛନ୍ତି । ଏହା ପରେ ହିଁ ଭିଡ଼ିଓଟି ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓଟିକୁ ୱେବପ୍ଲାନର ବିବାହ ଷ୍ଟୁଡିଓ ଶେୟର କରାଯାଇଛି ।

ଜାଣିଶୁଣି ଡଙ୍ଗାକୁ ଓଲଟା ଯାଇଥିଲା :

ଯେଉଁ ଡଙ୍ଗାରେ ତିଜିନ ଏବଂ ଶିଳ୍ପା ବସିଥିଲେ; ସେହି ଡଙ୍ଗାକୁ ଓଲଟାଇବା ଉପାୟଟି ଫୋଟଗ୍ରାଫର ହିଁ ଦେଇଥିଲେ । କାରଣ ସେ ଏହି ଦୁଇ ଜଣଙ୍କ ଭଲ ଫୋଟ ଉଠାଇ ପାରିବେ । ଫୋଟଗ୍ରାଫର, ରାୟ ଲାରେନ୍ସ ଏହି ଉପାୟଟି ଦେଇଥିଲେ କିନ୍ତୁ ଏହି ବିଷୟଟି ତିଜିନ ଏବଂ ଶିଳ୍ପାଙ୍କୁ କୁହାଯାଇ ନ ଥିଲା । ଯେତେବେଳେ ଦୁହିଁଙ୍କ ଫୋଟୋ ଉଠାଯାଇ ସାରିଥିଲେ, ସେହି ସମୟରେ ହିଁ ଡଙ୍ଗାଟିକୁ ଓଲଟାଇ ଦିଆଯାଇଥିଲା ।

ଭିଡ଼ିଓଟିକୁ ଆଠ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି :

ଏହି ଭିଡ଼ିଓଟିକୁ ବେଡ଼ପ୍ଲାନର ବେଡିଙ୍ଗ ଷ୍ଟୁଡିଓ ସୋମବାର ଦିନ ଅପଲୋଡ଼ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଆଠ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି । ଏହି ଭିଡ଼ିଓଟିକୁ ଲୋକେ ଖୁବ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି ।