ମଜାରେ ମଜାରେ ଦମ୍ପତି ନିଜର DNA ପରୀକ୍ଷା କରାଇଥିଲେ ! ରିପୋର୍ଟ ଦେଖିବା ପରେ ଦୁହେଁ ଅଲଗା ହୋଇଯାଇ ଥିଲେ ।

Spread the love

ନିଜର ଖାଲି ସମୟରେ ଆପଣ ବିରକ୍ତ ହୋଇପଡନ୍ତି କିନ୍ତୁ ଦେଖିବାକୁ ଗଲେ ଏହି ସମୟରେ ଆପଣଙ୍କ ପାଖରେ କରିବା ପାଇଁ ଅନେକ କାମଥାଏ । ଖାଲି ସମୟରେ ମଜା-ମସ୍ତି କରୁଥିବା ବେଳେ ଦମ୍ପତି ଦୁହେଁ କିଛି ଏପରି କରି ଦେଇଥିଲେ; ଯାହା ଫଳରେ ସେମାନଙ୍କର ଜୀବନ ଶୈଳୀରେ କଳା ବାଦଲ ଘେରି ଯାଇଥିଲା । ancestry.com ମାଧ୍ୟମରେ ଏହି ଦମ୍ପତି ନିଜ ପରିବାର ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଠା କରିଥିଲେ । ଯେତେବେଳେ ଡ଼ିଏନଏର ପରୀକ୍ଷାର ଫଳ ଆସିଥିଲା ଦୁହେଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜାଣନ୍ତୁ ଘଟଣାତି କଣ ହୋଇଥିଲା ଓ ଦମ୍ପତିଙ୍କ ରିଜଲ୍ଟ ଆସିବା ପରେ କଣ ପାଇଁ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ।

ଏକଦା ଗୋଟିଏ ଦମ୍ପତି ମଜା ମସ୍ତିରେ ନିଜ ପୂର୍ବଜମାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଠା କରି ancestry.comର ସାହାଯ୍ୟ ନେଇଥିଲେ । ଯେତେବେଳେ ଡିଏନଏ ଟେଷ୍ଟର ରିଜଲ୍ଟ ଆସିଥିଲା ଓ ଦୁହେଁ ରିଜଲ୍ଟ ପଢିବା ଆରମ୍ଭ କରିଥିଲେ । ସେହି ସମୟରେ ଜଣାପଡି ଥିଲା; ତାଙ୍କ ପରିବାରରେ କେହି ଜଣେ ସଦସ୍ୟ ହତ୍ୟାକାରୀ (ଖୁନି) ଅଟନ୍ତି । ଏହି ବିଷୟ ଜଣା ପଡିବା ପରେ, ଝିଅଟି ନିଜ ପୁରୁଷ ବନ୍ଧୁଙ୍କ ସହ ରହିବା ପାଇଁ ମନା କରି ଦେଇଥିଲେ ।

ଟେଷ୍ଟରୁ ଜଣା ପଡିଥିଲା ଯେ, ପୁଅଟିର ପରିବାରରେ କୌଣସି ଜଣେ ସଦସ୍ୟ ଜଣେ କୁଖ୍ୟାତ ହତ୍ୟାକାରୀ ଥିଲେ । ତାଙ୍କ ବିଷୟରେ ଜାଣି ସାରିବା ପରେ ପୁଅଟିର ବାନ୍ଧବୀ ପୁଅ ସହ ରହିବା ପାଇଁ ମନା କରି ଦେଇଥିଲେ । ପରେ ସେ ପୁଅଟି ଠାରୁ ଦୂରେଇ ଯାଇଥିଲେ । ଝିଅଟି ଏହି କଥାରେ ଖୁବ୍ ଡରି ଯାଇଥିଲେ ଯେ, ତାଙ୍କର ନିଜର ଭବିଷ୍ୟତ କାଳେ ବିପଦରେ ପଡିପାରେ ।

ବାନ୍ଧବୀ ସଫେଇ ଦେଇ କହିଛନ୍ତି; ମୁଁ ତୁମକୁ ବହୁତ ଭଲ ପାଏ କିନ୍ତୁ ବର୍ତ୍ତମାନ ଏହି ଘଟଣା ଜାଣି ସାରିବା ପରେ ମୁଁ ଆଉ ତୁମ ସହ ମିଶି ରହିପାରିବି ନାହିଁ । ଏହି କଥା ଜାଣିବା ପରେ ପୁରୁଷ ଜଣକ ନିଜ ବାନ୍ଧବୀଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଠା କରିଥିଲେ କିନ୍ତୁ ବାନ୍ଧବୀ ଜଣକ ପୁଣି ଥରେ ତାଙ୍କ ଜୀବନକୁ ଫେରିନଥିଲେ ।