ମୋଦୀ ବିଶ୍ଵାସ : କାରୋନା ଠାରୁ ୨୧ ଦିନ ମଧ୍ୟରେ ଜିତିବାର ଶତଚେଷ୍ଟା ଜାରି ରଖିଛୁ ! ଆପଣଙ୍କ ସହଯୋଗ ମିଳିଲେ

Spread the love

ମୋଦୀ ବିଶ୍ଵାସ : ମହାଭାରତ ଯୁଦ୍ଧକୁ ପାଣ୍ଡବମାନେ ମାତ୍ର ୧୮ ଦିନରେ ଜିତିଥିଲା କିନ୍ତୁ କାରୋନା ଠାରୁ ୨୧ ଦିନ ମଧ୍ୟରେ ଜିତିବାର ଶତଚେଷ୍ଟା ଜାରି ରଖିଛୁ ! ଆପଣଙ୍କ ସହଯୋଗ ମିଳିଲେ ବିଜୟ ନିଶ୍ଚୟ ଆମ ହେବ ।

କରୋନା ଜୀବାଣୁ ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ଯୋଗୁଁ ସାରା ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରାଯାଇଛି । ମହାମାରୀ କରୋନା ଜୀବାଣୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବାରାଣାସୀର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୮ ଦିନ ମଧ୍ୟରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ କରିଥିଲେ, ଠିକ ସେହିପରି ଆମେ ୨୧ ଦିନ ମଧ୍ୟରେ କରୋନା ଠାରୁ ଜିତିବାର ପ୍ରୟାସ ଜାରି ରଖିଛୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମହାଭାରତ ଯୁଦ୍ଧ ୧୮ ଦିନରେ ଜିତିଥିଲା କିନ୍ତୁ ଆଜି ସମଗ୍ର ଦେଶ କରୋନା ବିରୋଧରେ ଲଢୁଛି ଓ ଏହି ଲଢେଇର ପରିଣତି ଆଗାମୀ ୨୧ ଦିନ ମଧ୍ୟରେ ଜଣାପଡିଯିବ ଏବଂ ଆମର ପ୍ରୟାସ ହେଉଛି ୨୧ ଦିନ ମଧ୍ୟରେ ଆମେ ଏହି କାରୋନାକୁ ଠାରୁ ବିଜୟ ହାସଲ କରିବା ।

ଦେଶକୁ ସମ୍ବୋଧିତ କରିବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କାଶୀର ଅଧିବାସୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ, “ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ଜଣେ ମହାରଥୀ ସାରଥି ଥିଲେ । ଆଜି ଆମେ ୧୩୦ କୋଟି ମହାରଥୀଙ୍କ ଶକ୍ତି ଦ୍ଵାରା କରୋନା ବିରୋଧରେ ଏହି ଯୁଦ୍ଧରେ ଜିତିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଜୀବାଣୁକୁ ଦୃଷ୍ଟିରେ ରଖି ସାରା ଦେଶରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମସ୍ତଙ୍କ ପାଇଁ ଏହି ସମୟରେ ଘରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଭାଇରସରୁ ନିଜକୁ ସୁରକ୍ଷା ରଖିବା ଓ ନିଜ ପରିବାରକୁ ରକ୍ଷା ପାଇବା ପାଇଁ ଏହା ଏକ ଉତ୍ତମ ଉପାୟ ଅଟେ ।

ଏହା ସଙ୍ଗେ ସଙ୍ଗେ ପିଏମ ମୋଦୀ ଲୋକମାନଙ୍କୁ COVID-19 ବିରୋଧରେ ଦେଶ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବାକୁ କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ, “ସେମାନେ ଭଗବାନ ସଦୃଶ ଅଟନ୍ତି ।” ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରନ୍ତୁ ।

ବର୍ତ୍ତମାନ ସମୟରେ ଡାକ୍ତରଖାନାର ଲୋକମାନେ ଦିନକୁ ପ୍ରାୟ ୧୮ ଘଣ୍ଟା କାମ କରୁଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକମାନେ ୨-୩ ଘଣ୍ଟାରୁ ଅଧିକ ଶୋଇପାରୁ ନାହାଁନ୍ତି । ସମାନସେବା କରୁଥିବା ନାଗରିକମାନେ ଦିନସାରା ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲୋକଙ୍କୁ କରୋନାଭାଇରସ୍ ବିଷୟରେ ଗୁଜବ ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି ଏବଂ ଏହି ସଂକ୍ରମଣକୁ ନିଜେ ଚିକିତ୍ସା ନ କରିବାକୁ ନିବେଦନ କରିଛନ୍ତି । ଯେହେତୁ ସାରା ବିଶ୍ୱରେ ବୈଜ୍ଞାନିକମାନେ ମାରାତ୍ମକ ରୋଗ ପାଇଁ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

Whatsapp ମାଧ୍ୟମରେ କରୋନା ଭାଇରସ୍ ବିଷୟରେ ସଠିକ୍ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଯଦି ଆପଣ 9013151515 ନମ୍ବର ବ୍ୟବହାର କରି ‘ନମସ୍ତେ’ ଲେଖି ପଠାଇବେ, ତେବେ ଆପଣ କାରୋନା ସମ୍ବନ୍ଧିତ ସବିଶେଷ ବିବରଣୀ ଜାଣିପାରିବେ ।

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସାମାଜିକ ଦୂରତା ବଜାୟ ରଖନ୍ତୁ । ନିଜ ସୁରକ୍ଷା ନିଜ ହାତରେ ।