ଭାରତକୁ ଆସିଯାଇଛି କୋରୋନା ଔଷଧ, ଗୋଟିଏ ଟ୍ୟାବଲେଟ ୧୦୩ ଟଙ୍କା, ସେବନର ଅବଧି ୧୫ ଦିନ :-

Spread the love

ଦୁନିଆରେ ଅନେକ କମ୍ପାନୀ କୋରୋନା ଭୂତାଣୁ ଔଷଧ ତିଆରି ପାଇଁ ଲାଗିପଡ଼ିଛନ୍ତି, କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି କମ୍ପାନୀକୁ ସଫଳତା ମିଳିନାହିଁ । କୁହାଯାଉଛି ଯେ, କୋରୋନା ଭୂତାଣୁ ଔଷଧ ସେପ୍ଟେମ୍ବର ମାସ ପରେ ହିଁ ବଜାରରେ ଉପଲବ୍ଧ ହୋଇପାରିବ । ପ୍ରକୃତରେ ଏହି ସମୟରେ ଅନେକ ଔଷଧର ପରୀକ୍ଷଣ କରାଯାଉଛି ଏବଂ ଏହି ପରୀକ୍ଷଣ ସଫଳ ହେବାପରେ ହିଁ କୋରୋନା ଔଷଧ ବଜାରକୁ ଆସିଯିବ । ପୁଣି କୋରୋନା ଔଷଧ ଆସିବା ପର୍ଯ୍ୟନ୍ତ କୋରୋନା ଭୂତାଣୁ ଚିକିତ୍ସା ଫେବିପିରାବିର (Favipiravir) ଦ୍ଵାରା କରିବାକୁ ପରାମର୍ଶ ଦିଆଯାଉଛି । ବୈଜ୍ଞାନିକ ମାନେ ଜୋର ଦେଇ କହିଛନ୍ତି ଯେ, ଫେବିପିରାବିର ଔଷଧ କୋରୋନାକୁ ନାଶ କରିବାରେ ସଫଳ ପ୍ରମାଣିତ ହୋଇଛି ଏବଂ ଏହି ଔଷଧକୁ ଖାଇବା ଦ୍ଵାରା କୋରୋନା ଠିକ ହୋଇପାରିବ । ଯାହାପରେ ଦୁନିଆର ସବୁ ଦେଶ ଏହି ଔଷଧର ପ୍ରୟୋଗ କରୁଛନ୍ତି ।

ଭାରତରେ ମଧ୍ୟ ଏବେ କୋରୋନା ଚିକିତ୍ସା ପାଇଁ ଫେବିପିରାବିର (Favipiravir) ଔଷଧର ହିଁ ପ୍ରୟୋଗ କରାଯାଉଛି ଏବଂ ଭାରତ ସରକାର ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ (Glenmark Pharmaceuticals)କୁ କୋଭିଡ଼-19 ପାଇଁ ଆଣ୍ଟିଭାୟରଲ ଡ୍ରଗ ଫେବିପିରାବିର ବନେଇବା ପାଇଁ ପରାମର୍ଶ ଦେଇଛି । ଏହି କମ୍ପାନୀ ଫେବିଫ୍ଲୂ (FabiFlu) ନାମରେ ଏହି ଔଷଧ ବନାଇଥାଏ ।

୧୦୩ ଟଙ୍କାରେ ଗୋଟିଏ ଟ୍ୟାବଲେଟ :-

ଫେବିଫ୍ଲୂ (FabiFlu) ନାମରେ ତିଆରି ହେଉଥିବା କୋରୋନାର ଏହି ଔଷଧର ଗୋଟିଏ ଫାଇଲରେ ୩୪ ଟ୍ୟାବଲେଟ ଥାଏ ଏବଂ ଗୋଟିଏ ଫାଇଲର ଦାମ ୩,୫୦୦ ଟଙ୍କା ରଖାଯାଇଛି । ଅର୍ଥାତ ଗୋଟିଏ ଟ୍ୟାବଲେଟର ଦାମ ପ୍ରାୟ ୧୦୩ ଟଙ୍କା ଅଟେ ।

ପ୍ରତ୍ୟେକ ରୋଗୀଙ୍କୁ ଦିଆଯିବ ଏହି ଔଷଧ :-

ଫେବିଫ୍ଲୂ (FabiFlu) ଔଷଧକୁ ସାଧାରଣରୁ ଗମ୍ଭୀର ଲକ୍ଷଣ ଥିବା କୋରୋନା ରୋଗୀଙ୍କୁ ଦିଆଯିବ । ଏହି ଔଷଧ ହସ୍ପିଟାଲରେ ଏବଂ ପ୍ରେସକ୍ରିପସନ ଦ୍ଵାରା ମେଡ଼ିକାଲ ଷ୍ଟୋରରୁ ମିଳିପାରିବ ।

ଏହିଭଳି କୋରୋନାକୁ ଠିକ କରିଥାଏ :-

ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ ଏହି ଔଷଧର ପ୍ରୟୋଗ ସାଧାରଣ ଲକ୍ଷଣ ଯୁକ୍ତ ୯୦ ଏବଂ ଗମ୍ଭୀର ଲକ୍ଷଣ ଯୁକ୍ତ ୬୦ ରୋଗୀଙ୍କ ଉପରେ ପ୍ରୟୋଗ କରିଥିଲା । ଏହି ଔଷଧ ରୋଗୀ ମାନଙ୍କ କୋଶିକା ଭିତରକୁ ଯାଇଥାଏ ଏବଂ କୋରୋନା ଭୂତାଣୁକୁ ବଢ଼ିବାରୁ ରୋକିଥାଏ । ଅର୍ଥାତ ସଂକ୍ରମଣର ପ୍ରାରମ୍ଭ ପର୍ଯ୍ୟାୟରେ ଶରୀରରେ ଭୂତାଣୁକୁ ବ୍ୟାପିବାରୁ ରୋକିବାରେ ଏହି ଔଷଧ ଲାଭକାରୀ ଅଟେ । ଅନୁସନ୍ଧାନକାରୀଙ୍କ ମତ ଅନୁଯାୟୀ, ଫେବିଫ୍ଲୂର ବ୍ୟବହାର ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ହିଁ କରାଯିବା ଉଚିତ । କାରଣ ଆଗାମୀ ପର୍ଯ୍ୟାୟରେ ଭୂତାଣୁ ବ୍ୟାପିଯାଇଥାଏ ଏବଂ ଅନେକ ପ୍ରକାରର ସମସ୍ୟା ଜାତ ହୋଇଥାଏ ଯେପରି ଶରୀରର ଅଙ୍ଗ ବିଫଳ ହୋଇଯାଏ ।

୧୫ ଦିନର ହେବ କୋର୍ସ :-

ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ ଅନୁସାରେ ଏହି ଔଷଧର କୋର୍ସ ୧୫ ଦିନର ହୋଇଥାଏ । ପ୍ରଥମ ଦିନ ରୋଗୀକୁ ୨୦୦ ମିଲିଗ୍ରାମରର ୯ ଟାବଲେଟ୍ ଦିଆଯାଏ । ତା ପରଦିନ ୨୦୦ ମିଲିଗ୍ରାମର ୪-୪ ଟ୍ୟାବଲେଟ ଦିଆଯାଏ । ଏହିଭଳି ଏହି ଔଷଧର କୋର୍ସ ୧୫ ଦିନର ହୋଇଥାଏ ।

୮୦ ପ୍ରତିଶତ ରୋଗୀ ସୁସ୍ଥ :-

ଏହି ଔଷଧର ଚିକିତ୍ସକୀୟ ପରୀକ୍ଷଣ ସଫଳ ହୋଇଛି ଏବଂ ଚିକିତ୍ସକୀୟ ପରୀକ୍ଷଣ ଅନୁଯାୟୀ ୮୦ ପ୍ରତିଶତ ରୋଗୀଙ୍କ ଉପରେ ଏହି ଔଷଧର ପ୍ରଭାବ ଦେଖାଯାଇଛି । ଏଥିପାଇଁ ଏହି ଔଷଧ ଏହି ରୋଗକୁ ଶେଷ କରିବାର ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଉଛି ।

ଏହି ସମୟରେ ଦୁନିଆର ପ୍ରତ୍ୟେକ ଦେଶ କୋରୋନା ବିରୋଧରେ ଲଢ଼େଇ କରିଚାଲିଛନ୍ତି । ଏବଂ ଭାରତରେ କୋରୋନା ମାମଲା ୪ ଲକ୍ଷରୁ ଅଧିକ ହୋଇଯାଇଛି । ଏମିତିରେ ଏହି ଔଷଧ ଖୁବ ଲାଭକାରୀ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି ।