ଶରୀରରେ ଆଇରନ୍ ପରିମାଣକୁ ବଢ଼ାଇ ଥାଏ ଧନିଆ ! ଆସନ୍ତୁ ଜାଣିବା……

Spread the love

ଆମେ ସମସ୍ତେ ଖାଇବା ଖାଦ୍ୟକୁ ସ୍ୱାଦିଷ୍ଟ କରିବାପାଇଁ ଧନିଆର ପ୍ରୟୋଗ କରିଥାଉ । ଅନେକ ରୋଗ ପାଇଁ ଧନିଆ ବହୁତ ଉପଯୋଗୀ ଅଟେ । ଏହା ସହ ଶରୀରର କେତେକ ପୋଷଣ ତତ୍ୱକୁ ପୂରଣ କରିବାରେ ସହାୟତା ହୋଇଥାଏ । ଧନିଆ ପତ୍ର ଛଡା ଏହାର ବୀଜକୁ ଆମ ଘରମାନଙ୍କରେ ଏକ ମହତ୍ୱପୂର୍ଣ ମସଲା ରୂପରେ ବ୍ୟବହାର କରିଥାଉ । ଧନିଆର ବିଜ ଏକ ମହତ୍ୱପୂର୍ଣ ଘରଇ ଔଷଧ ଅଟେ ।

ଏହାର ଫାଇଦା –

ଧନିଆରେ ଆଣ୍ଟି ଅକ୍ସିଡେଣ୍ଟ ବହୁତ ମାତ୍ରାରେ ଥାଏ । ଯାହାକି ଆଖିରେ ହୋଇଥିବା ଫୁଲା ଓ ଆଖିରେ କୁଣ୍ଡେଇ ହୋଇଥିଲେ ତାହାକୁ ଠିକ୍ କରିଦେଇ ଥାଏ । ଧନିଆ ବୀଜରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଥାଏ, ଯାହାକି ଆଖିରେ ହୋଇଥିବା ବ୍ୟାକ୍ଟେରିଆମାନଙ୍କ ସଂକ୍ରମଣରୁ ସୁରକ୍ଷା କରିଥାଏ । ଏନିମିଆ ଶରୀରରେ ଲୌହର ପରିମାଣ କମିଲେ ହୋଇଥାଏ । ଧନିଆ ବୀଜରେ କିଛି ଏଭଳି ତତ୍ଵ ଥାଏ, ଯାହାକି ଆମୋନିଆ ଯୋଗୁଁ ହେଉଥିବା ଅନ୍ୟ କେତେକ ସମସ୍ୟା ଗୁଡ଼ିକୁ ରୋକିବାରେ ସହାୟତା ହୋଇଥାଏ ।

ଏହାର ଅନ୍ୟ କେତେକ ଫାଇଦା –

ହଇଜା, ଟାଏଫଡଡ୍, ଫୂଡ୍ ପୋଏଜନ୍ ଆଦି ରୋଗ ବା ସମସ୍ୟା ଗୁଡ଼ିକ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ । ଧନିଆର ବୀଜ ପ୍ରତ୍ୟେକ ଦିନ ଖାଇବା ଯୋଗୁଁ ବ୍ୟାକ୍ଟେରିଆ ଯୋଗୁଁ ହେଉଥିବା ରୋଗ ଗୁଡ଼ିକରୁ ସୁରକ୍ଷା ପାଇବାର ସମ୍ଭାବନା ବଢିଯିବ । ଏଥିରେ ଏଭଳି ଏକ ତତ୍ୱ ଅଛି ଯାହାକି ଆମ ଶରୀରକୁ ବ୍ୟାକ୍ଟେରିଆ ମାନଙ୍କଠାରୁ ରକ୍ଷା କରିବା ସହ ବ୍ୟାକ୍ଟେରିଆ ମାନଙ୍କୁ ସମ୍ପୁର୍ଣ ରୂପେ ନଷ୍ଟ କରିଦେଇ ଥାଏ ।

ଶରୀରରେ ଅଧିକାଂଶ ସମୟରେ ବ୍ୟାକ୍ଟେରିଆ ଆକ୍ରମଣ କରିବା ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହେଇଥାଉ । କିନ୍ତୁ ସେହି ବ୍ୟାକ୍ଟେରିଆକୁ ହିଁ ସମ୍ପୁର୍ଣ ରୂପେ ନଷ୍ଟ କରିଦେଲେ ଆମେ ନିଜକୁ ସୁରକ୍ଷାରେ ରଖିପାରିବା ଓ ଏହି ଅସୁବିଧା ଗୁଡ଼ିକୁ ସମ୍ମୁଖୀନ କରିବାକୁ ପଡ଼ିବନାହିଁ ।