କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ମୋଦି ସରକାରଙ୍କୁ କରିଲେ ବେଶ୍ ପ୍ରଶଂସା, କହିଲେ……

Spread the love

ନୂଆଦିଲ୍ଲୀ : କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୋଟିଏ ପ୍ରସଙ୍ଗରେ ବେଶ୍ ପ୍ରଶଂସା କରିଛନ୍ତି । କିନ୍ତୁ ଏହିଥର ତାଙ୍କ ପ୍ରଶଂସାରେ ମନବୃତ୍ତି ଭିନ୍ନ ଶୈଳୀର ଥିଲା । କଂଗ୍ରେସର ବରିଷ୍ଠ ନେତା ପି.ଚିଦମ୍ବରମ କେନ୍ଦ୍ର ଭାଜପା ସରକାରଙ୍କୁ ଗଙ୍ଗା ସଫେଇ, ଜାତୀୟ ରାଜପଥ ନିର୍ମାଣ ଏବଂ ଆଧାର କାର୍ଡ ଆଦି ପ୍ରସଙ୍ଗକୁ ଶନିବାର ଦିନ ପ୍ରଶଂସା କରିଥିଲେ । ସେ କହିଛନ୍ତି, ଗୋଟିଏ ମୋଦିଙ୍କ ପ୍ରୟାସରେ ଗଙ୍ଗା ନଦୀର ସଫେଇ ହୋଇପାରିଛି । ତେଣୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ପି. ଚିଦମ୍ବରମ କହିଛନ୍ତି ଯେ, ପ୍ରତ୍ୟେକ ସରକାର ପ୍ରତ୍ୟେକ ସରକାର ଏପରି କିଛି ନିଷ୍ପତି ନେଇଥାନ୍ତି ଯାହା ଲାଭକାରୀ ହୋଇଥାଏ । କେନ୍ଦ୍ର ସରକାରଙ୍କ ପ୍ରଶଂସା କରି କହିଛନ୍ତି, ରାଷ୍ଟ୍ରୀୟ ରାଜପଥ ନିର୍ମାଣ କାର୍ଯ୍ୟକ୍ରମ ଉଲ୍ଲେଖନୀୟ । ଏନଡିଏ ସରକାର କଂଗ୍ରେସ ସରକାରଠାରୁ ପ୍ରତିଦିନ ଅଧିକ ରାସ୍ତା ନିର୍ମାଣ କରୁଛନ୍ତି । ଆଗାମୀ ସରକାର ମଧ୍ୟ ଆହୁରି ଅଧିକ କାମ କରିବେ । ବର୍ତମାନର ଏନଡିଏ ସରକାର ଆଧାରକୁ ନେଇ ପ୍ରଶଂସାଯୋଗ୍ୟ ।

ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ କହିଥିଲେ, ପୁଲୱାମା ଆକ୍ରମଣକୁ ନେଇ ଗୋଟିଏ ରିପୋର୍ଟକୁ କହିଥିଲେ, ବୁଦ୍ଧିଜୀବିମାନଙ୍କ ବିଫଳତାର ପ୍ରତିଉତ୍ତର ବେବ ପାଇଁ ସରକାର ବାଧ୍ୟ ଅଟନ୍ତି, କାରଣ ପୁଲୱାମା ଘଟଣା କିମ୍ଭା ତା ପୂର୍ବର ଘଟଣାକ୍ରମକୁ ଦେଖି ଅଣଦେଖା କରିବା ଆମ ଦେଶର ଭବିଷ୍ୟତ ପାଇଁ ବିପଦ ହେବ । ମାନ୍ୟବର ପି. ଚିଦମ୍ବରମ କହିଲେ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ରାଜଧାନୀରେ ସ୍ଥାପିତ କରାଜିଥିବା “ମଲ୍ଟି ଏଜେନସିସ୍ ସେଣ୍ଟର”(MAC) ସେଗୁଡିକ କଣ ହେଲା ?

ଚିଦମ୍ବରମ ଟୁଇଟ୍ କରି କହିଥିଲେ, ସରକାର “ବିକ୍” ଖବର କାଗଜର ଆରୋପର ଜବାବ ଦେବା ଏବଂ “ମଲ୍ଟି ଏଜେନସିସ୍ ସେଣ୍ଟର”(MAC)ର ଭୂମିକାର ପର୍ଦ୍ଦା ଫାଶ୍ କରିବା ବାଧ୍ୟ ଅଟନ୍ତି । ପୁଲୱାମା ଏବଂ ଏହା ପୂର୍ବର ଘଟଣାକୁ ଅଣଦେଖା କିମ୍ଭା କିଛି ଦିନ ପର୍ଯ୍ୟନ୍ତ ଭୁଲି ଯିବା, ତାହା ଆମ ପାଇଁ ବହୁତ ବିପଦଜନକ ହେବେ ।