ବସ୍ ପରିବାହକ (Conductor)ଙ୍କୁ ବସ୍ ରେ ମିଳିଲା ୧ ଲକ୍ଷ ୬୬ ହଜାର, ଗୋଟିଏ ଫୋନ୍ କୋଲ କରି ବଦଳାଇ ଦେଲେ ଅନ୍ୟର ଜୀବନ !

Spread the love

ଆଜି ମଧ୍ୟ ମଣିଷତ୍ୱ ବଞ୍ଚି ରହିଛି । ବସ୍ ପରିବାହକ (Conductor) କିଛି ଏଭଳି କାମ କରିଲେ, କି ଦୁଃଖରେ ଭାଙ୍ଗିଯାଇଥିବା ଲୋକର ଭାଗ୍ୟ ଖୋଲିଗଲା !! ହଁ ଆଜ୍ଞା ହରିଆନାରେ କିଛି ଏଭଳି ଘଟଣା ଘଟିଲା କି ତାହା ଜାଣିଲେ ଆପଣ ମଧ୍ୟ ବହୁତ ଖୁସି ହେବେ ।

କଣ୍ଡକ୍ଟରକୁ ବସ୍ ରେ ଗୋଟିଏ ବ୍ୟାଗ ମିଳିଲା ଯେଉଁଥିରେ ୧ ଲକ୍ଷ ୬୬ ହଜାର ଟଙ୍କା ଥିଲା ଏବଂ ତା’ସହ କିଛି ମହତ୍ୱପୂର୍ଣ କାଗଜପତ୍ର ଥିଲା । ଯାହାକୁ କି କଣ୍ଡକ୍-ଟର ଫେରସ୍ତ କରିଦେଇଥିଲେ ।

ବଲ୍ଲବଗଡ଼ର ମୁକେଶ କଲୋନୀରେ ବାସ କରୁଥିବା ସନ୍ଦୀପ ମିଶ୍ର “ପଲବଲ ଡିପୋ”ର ଗୋଟିଏ ବସ୍ ରେ ଦୀର୍ଘ ସମୟ ଧରି କଣ୍ଡକ୍-ଟର ଭାବରେ କାମ କରି ଆସୁଛନ୍ତି । ଦୁଇ ଦିନ ତଳେ, ପ୍ରାତଃ ସମୟରେ ବଲ୍ଲବଗଡ଼ରୁ ଅଲିଗଡ଼କୁ ଯାଉଥିଲା । ବସ୍ ଯେତେବେଳେ ଅଲିଗଡ଼ରେ ପହଞ୍ଚିଲା ଓ ଗାଡି କିଛି ସମୟ ପାଇଁ ଅଟକିଛି, ସନ୍ଦେହେଇପ ମିଶ୍ର ଦେଖିଲେ ସିଟରେ ଗୋଟିଏ ବ୍ୟାଗ । କିନ୍ତୁ ସେହି ସିଟ ପାଖରେ କେହି ବି ବସି ନଥିଲେ କେବଳ ବ୍ୟାଗ ହିଁ ଥିଲା । ସେହି ବ୍ୟାଗ କୌଣସି ଯାତ୍ରୀ ଭୁଲି ଯାଇଛନ୍ତି ବୋଲି ଭାବି, ସେହି ପାଖକୁ ଯାଇ ଦେଖିଲେ ଓ ବ୍ୟାଗଟି ଖୋଲିଲେ, ସେହି ବ୍ୟାଗରେ ସେ ଦେଖିଲେ ଅନେକ ଗୁଡିଏ ଟଙ୍କା । ପରେ ଜାଣିଲେ ସେଥିରେ ୧ ଲକ୍ଷ ୬୬ ହଜାର ଟଙ୍କା ଥିଲା ଓ ତାହା ସହ ପାନ୍ କାର୍ଡ ଏବଂ କିଛି ମହତ୍ୱପୂର୍ଣ କାଗଜପତ୍ର ଥିଲା । ଯାହାକି ଗୋଟିଏ ଯାତ୍ରୀ ବ୍ୟାଗକୁ ବସ୍ ରେ ଭୁଲି ଯାଇଥିଲେ ।

ସେହି ବ୍ୟାଗରେ ଗୋଟିଏ କାଗଜରେ ମୋବାଇଲ୍ ନମ୍ବର ଲେଖାଥିଲା । ସେହି ନମ୍ବରରେ call କରି ସେହି ବ୍ୟକ୍ତି ସହ କଥା ହେଲାପରେ ଜାଣିଲେ କି ସେହି ବ୍ୟାଗଟି ତାଙ୍କର ହିଁ ହୋଜିଥିଲା । Conductor ବସ୍ ଷ୍ଟାଣ୍ଡକୁ ସେହି ଲୋକକୁ ଆସିବାକୁ କହିଲେ ଓ ସେହି ଲୋକର ସବୁ data କୁ check କରିବା ପରେ ଜାଣିଲେ କି ସେହି ବ୍ୟାଗଟି ତାଙ୍କର ହିଁ । ତେବେ ତୁରନ୍ତ ସେହି ଲୋକକୁ ବ୍ୟାଗଟି ଦେଇଦେଲେ ।

ସେହି ବ୍ୟାଗରୁ ଗୋଟିଏ ଟଙ୍କା ମଧ୍ୟ ଏପଟେ ସେପଟେ ହୋଇ ନଥିଲା ଓ କାଗଜପତ୍ର ମଧ୍ୟ ସବୁ ଠିକ ଥିଲା । ସେହି ଲୋକ ପୁଣି ବ୍ୟାଗ ମିଳିବ ବୋଲି ଆଶା ରଖି ନ ଥିଲେ କିନ୍ତୁ ଯେତେବେଳେ ମିଳିଗଲା ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ବହୁତ ଖୁସି ହେଲେ ଓ ସେହି ପରିବାହକ ଓ ତାଙ୍କ ଷ୍ଟାଫକୁ ଧନ୍ୟବାଦ ଜଣାଇଲେ । ସେ ମନରେ ଭାବିଲେ, ମୋ ଭାଗ୍ୟ ଖୋଲିଗଲା ।