ଏପରି ହିଁ ପକେଟ୍ ରୁ ମୁଦ୍ରା ଖସେ ନାହିଁ, ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣାର ସଂକେତ ଦେଇଥାଏ ।

Spread the love

ବନ୍ଧୁଗଣ ଆମର ନିତିଦିନିଆ କାର୍ଯ୍ୟରତ ସମୟରେ କିଛି ଏପରି ଘଟଣା ହୋଇଥାଏ, ଯାହାକୁ ଆମେ ସାମାନ୍ୟ ମନେ କରି ଆମେ ଅନାଦେଖା କରିଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦୈନନ୍ଦିନ ଜୀବନରେ ଘଟୁଥିବା କିଛି ଘଟଣା ଆଗାମୀ ଦିନ ପାଇଁ ସଂକେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଦୈନନ୍ଦିନ ଜୀବନରେ କିଛି ଏପରି ଘଟଣା ଘଟୁଛି; ଯାହା କିଛି ଖୁସି ଏବଂ କିଛି ଦୁଃଖର ସଂକେତ ଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇ ଥିବା କିଛି ସଂକେତ ମଧ୍ୟରୁ ଗୋଟିଏ ସଂକେତ ବିଷୟରେ ଆମେ ଚର୍ଚ୍ଚା କରିବାକୁ ଯାଉଛୁ ଆଜିର ଏହି ଅନୁଛେଦରେ । ବନ୍ଧୁଗଣ ଆପଣ ପକେଟରେ କିଛି ଟଙ୍କା ବା ମୁଦ୍ରା ରଖି ଭୁଲିଯାଅନ୍ତ, କେବେ ଏହିପରି ମଧ୍ୟ ହୁଏ ଲୁଗା ବଦଳିବା ସମୟରେ ମୁଦ୍ରା ଭୂମି ଉପରେ ପଡ଼ିଯାଏ । ଏମିତି ତ ଏହାକୁ ସମସ୍ତେ ସାମାନ୍ୟ ମନେ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ; ପକେଟରୁ ଟଙ୍କା ବା ମୁଦ୍ରା ଖସି ପଡିବା, ଭବିଷ୍ୟତ ପାଇଁ କିଛି ସଂକେତ ଦେଇଥାଏ ।

ବନ୍ଧୁମାନେ ଜାଣି ରଖନ୍ତୁ ଲୁଗା ବଦଳିବା ସମୟରେ ଟଙ୍କା ବା ମୁଦ୍ରା ଖସି ପଡିବା ଏକ ମହତ୍ୱପୂର୍ଣ୍ଣ ସଂକେତ ଦିଏ । ଯାହା ବିଷୟରେ ଆପଣ ଜାଣି ନଥିବେ । ଯଦି ଲୁଗା ବଦଳି ବା ସମୟରେ ଟଙ୍କା ବା ମୁଦ୍ରା ପକେଟରୁ ଖସି ପଡିବା; ତେବେ ଏହା ପଛରେ ବହୁ ଶୁଭ ସଂକେତ ଲୁଚି ରହିଛି । ଏହି ପୋଷ୍ଟରେ ଆମେ ସେ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତାହା ଆପଣଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହେବ । ଏହା ଦ୍ୱାରା ଯେତେବେଳେ ଭବିଷ୍ୟତରେ କାହା ପକେଟରୁ ମୁଦ୍ରା ବା ଟଙ୍କା ଖସି ପଡେ ତେବେ ଆପଣ ଜାଣି ପାରିବେ ଆଗାମୀ ସମୟରେ ହେବାକୁ ଥିବା କିଛି ଘଟନା ବିଷୟରେ । ଆସନ୍ତୁ ଜାଣିବା କଣ ସେହି ସଂକେତ ସବୁ ।

ଲୁଗା ବଦଳିବ ସମୟରେ ମୁଦ୍ରା ଖସି ପଡିବା-

ଯଦି ଆପଣ କୁଆଡ଼େ ଯିବା ପାଇଁ ଲୁଗା ବଦଳୁଛନ୍ତି, ସେହି ସମୟରେ ମୁଦ୍ରା ଗଳି ପଡିବା ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ସହିତ କେବେ ଏପରି ହୁଏ ତା ହେଲେ ଆପଣ ଜାଣି ରଖନ୍ତୁ; ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ହେବାକୁ ଯାଉଛି ଏବଂ କିଛି ଖୁସି ଖବର ମିଳିବାର ଅଛି ।

ଘରୁ ବାହରକୁ ଗଲା ବେଳେ ମୁଦ୍ରା ଖସି ପଡିବା-

ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ଆଉ ସେତିକି ବେଳେ ଆପଣଙ୍କ ପକେଟରୁ ମୁଦ୍ରା ତଳେ ପଡି ଯାଉଛି, ତେବେ ଏହାର ଅର୍ଥ ଶୀଘ୍ର ଆପଣଙ୍କୁ ଧନଲାଭର ଯୋଗ ଅଛି ।

ନେଣ ଦେଣ କରିବା ସମୟରେ ମୁଦ୍ରା ଗଳି ପଡିବା-

ଯଦି କାହା ସହିତ କିଛି ନେଣଦେଣ କରିବା ସମୟରେ ଟଙ୍କାମୁଦ୍ରା ହାତରୁ ଖସି ପଡିବ, ବହୁତ ଶୁଭ ସଂକେତ ଅଟେ ।ଆଉ ଭବିଷ୍ୟତରେ ହେବାକୁ ଥିବା କିଛ ଶୁଭ ଘଟଣାର ସଂକେତ ଦେଇଥାଏ ।


ଯଦି ଆଗାମୀ ଦିନରେ ପକେଟରୁ ଟଙ୍କା ଗଳି ପଡ଼େ, ତେବେ ଉପରେ ଦିଆଯାଇ ଥିବା କଥା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଭବିଷ୍ୟତରେ ଘଟିବା ଘଟଣା ପ୍ରତି ସତର୍କ ରୁହନ୍ତୁ ।