ଗାଁରେ ବିବାହ ସମୟରେ ହ୍ୟାଣ୍ଡ ପମ୍ପ ବନ୍ଦ ହୋଇ ଯାଇଥିଲା । ପାଣି ଶେଷ ହୋଇ ଯାଇଥିଲା ମହିଳାମାନେ ବରର ସମ୍ମାନ ବଞ୍ଚାଇ ଥିଲେ ।

Spread the love

ବିବାହ ସମୟରେ ପାଣି ପାଇଁ ହନ୍ତସନ୍ତ ହୋଇ ପଡିଥିଲେ ଏହି ପରିବାର ପରେ ମହିଳାମାନେ ବୁଦ୍ଧିମତାର ପରିଚୟ ଦେଇଥିଲେ ।

ଗୁଜୁରାଟରେ ପାଣିର ସମସ୍ୟା ଦୂର କରିବା ପାଇଁ ୫୦ ହଜାର କୋଟି ବ୍ୟୟରେ ନର୍ମଦା ଯୋଜନା ଆରମ୍ଭ ହୋଇଛି । କିନ୍ତୁ ମଙ୍ଗଳବାର ଦିନ ପାଣିର ଅଭାବ ଦେଖା ଯାଇଛି । ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କ ଘରେ ଅନେକ ବନ୍ଧୁସମ୍ପର୍କ ଆସିଥିଲେ । କାରଣ ତାଙ୍କ ଘରେ ବିବାହ ଚାଲିଥିଲା । କିନ୍ତୁ ଏହି ସମୟରେ ଗାଆଁର ହ୍ୟାଣ୍ଡ ପମ୍ପ ବିଗିଡି ଯାଇଥିଲା । ଯାହାଫଳରେ ବିବାହ ପକ୍ଷ ହନ୍ତସନ୍ତ ହୋଇ ପଡିଲେ । ସକାଳୁ ବିଜୁଳି ନ ଥିବା କାରଣରୁ ଵୋର ପମ୍ପରୁ ପାଣି ବାହାରି ନ ଥିଲା । କିନ୍ତୁ ପରେ ଗାଁ ଲୋକେ ସାହାଯ୍ୟର ହାତ ବଢ଼ାଇ ଥିଲେ ଏବଂ ସମସ୍ୟାର ଅନ୍ତ ହୋଇଥିଲା ।

ବିବାହ ଦିନ ପରିବାରରେ ଖୁସିର ବାତାବରଣ ଚାଲିଥାଏ କିନ୍ତୁ ଏହି ପ୍ରରିପ୍ରେକ୍ଷୀରେ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିଲେ ଆପଣ ନିରାଶ ହୋଇଯିବେ । ଠିକ୍ ଏପରି ହିଁ କିଛି ଗୁଜରାଟର ବରୋଦରା ଜିଲ୍ଲାର ଶଙ୍ଖେଣ୍ଡା ତହସିଲର କୃଷ୍ଣପୁରା ଗାଆଁର ଏକ ପରିବାର ସହ ଘଟିଛି । ଏହି ଗାଆଁର ସମସ୍ତ ହ୍ୟାଣ୍ଡ ପମ୍ପ ହଠାତ୍ ଖରାପ ହୋଇଯାଇଛି । ଯାହାଫଳରେ ୫୦୦ ଲୋକଙ୍କୁ ପାଣି ପିଇବା ପାଇଁ ଅସୁବିଧା ଭୋଗିଵା ପାଇଁ ପଡିଛି । ଏହି ସମୟରେ ଗୋଟିଏ ପରିବାରରେ ବିବାହ ଚାଲିଥିଲା ଏବଂ ଘଟଣା ବିଗିଡି ଯାଇଥିଲା ।

ବର ଘରେ ପାଣି ନ ଥଲା :

ସାରା ଗାଆଁରେ ପାଣିର ଅଭାବ । ଫଳରେ ବର ଘରେ ପାଣି ନ ଥିଲା । ବର ଘରକୁ ୧୦୦୦ ଜଣ ବନ୍ଧୁ ସମ୍ପର୍କ ଆସିବାର ଥିଲା ଏବଂ ଖାଇବା ତିଆରି କରିବା ପାଇଁ ପାଣିର ଆବଶ୍ୟକ ଥିଲା । ପାଣିର ଆବଶ୍ୟକତା ପୁରଣ ପାଇଁ ବର ପକ୍ଷ ଚିନ୍ତାରେ ଥିଲେ । ପରେ ସେମାନେ ଗାଁ ଲୋକଙ୍କ ସହାୟତା ମାଗିଥିଲେ । ପରେ ଗାଆଁର ମହିଳା ମାନେ ଏକତ୍ରିତ ହୋଇ ଏହି ଅସୁବିଧାକୁ ସୁବିଧାରେ ପରିଣତ କରିଥିଲେ ।

ଗାଆଁର ମହିଳାମାନେ ବୁଦ୍ଧିମତାର ପରିଚୟ ଦେଇଥିଲେ :

ବର ଘରେ ପାଣିର ଅସୁବିଧାକୁ ନିଜର ଅସୁବିଧା ଭାବି ମହିଳାମାନେ ନିଜ ଘରୁ ଗୋଟିଏ ଦୁଇଟା ହାଣ୍ଡି ପାଣି ବର ଘରକୁ ଦେବା ପାଇଁ ଚିନ୍ତା କରିଥିଲେ । ଏହାପରେ ପ୍ରତି ମହିଳା ବର ଘରକୁ ପାଣି ଦେବା ପାଇଁ ଯାଇଥିଲେ, ଯାହାପରେ ସେଠାରେ ଏତେ ପାଣି ଯୋଗାଇ ଦିଆଯାଇ ଥିଲା ଯେ, ସମ୍ପର୍କୀୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ କୌଣସି ଅସୁବିଧା ହୋଇନଥିଲା । ପରେ ବର ପକ୍ଷ ଏହି ସହାୟତା ପାଇଁ ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପ୍ରକାରରେ ଗୁଜୁରାଟ ସରକାରଙ୍କ ପୋଲ ଖୋଲିଛି :

ପାଣି ଜନିତ ଅଭାବର ଏହା ପ୍ରଥମ ଘଟଣା ନୁହେଁ । ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଯାହାଫଳରେ ଗୁଜରାଟ ସରକାରଙ୍କ ପୋଲ ଖୋଲିବାରେ ଲାଗିଛି ।ସରକାର ପ୍ରତିଜ୍ଞା କରିଥିଲେ ୩୧ ଜୁଲାଇ ପର୍ଯ୍ୟନ୍ତ ପାଣିର ସମସ୍ୟା ରହିବ ନାହିଁ କିନ୍ତୁ ଘଟଣା କିଛି ଅଲଗା ବିଷୟ ଜଣାଉଛି । ଆଶା କରାଯାଉଛି ସରକାର ଲୋକଙ୍କ ପାଣିର ସମସ୍ୟା ଖୁବ୍ ଶୀଘ୍ର ସମାଧାନ କରିଦେବ ।