କାନରେ ଜମି ଯାଇଥିବା ମଇଳାକୁ ଏହି ପାଞ୍ଚଟି ଉପାୟରେ ସଫା କରିପାରିବେ । ଏହା ଦ୍ୱାରା ଶ୍ରବଣ ଶକ୍ତି ମଧ୍ୟ ପାଞ୍ଚଗୁଣ ଅଧିକ ପ୍ରଖର ହୋଇଯିବ ।

Spread the love

ଆଜି ଆମେ ଶରୀରର ସେହି ଅଙ୍ଗ ବିଷୟରେ କହିବାକୁ ଯାଉଛୁ, ଯାହା ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଆମେ ଏଠାରେ କାନ ବିଷୟରେ ଆଲୋଚନା କରୁଛୁ । ଏହା ହେଉଛି ଆମର ଶରୀରର ଏକ ଏପରି ଅଙ୍ଗ ଅଟେ, ଯାହା ଦ୍ୱାରା ଆମେ ସମସ୍ତ ପ୍ରକାର ଶବ୍ଦ ଶୁଣି ପାରୁ । ଏତଦବ୍ୟତୀତ ଯେଉଁ ଲୋକମାନେ ଦୁନିଆକୁ ଦେଖି ପାରନ୍ତି ନାହିଁ, ସେମାନେ ନିଜ କାନ ଦ୍ୱାରା ସଂସାରର ସମସ୍ତ ଜିନିଷକୁ ଅନୁଭବ କରିପାରନ୍ତି । ଏଥିପାଇଁ ଏହା ଜରୁରୀ ଅଟେ ଯେ, ଆପଣ ନିଜ କାନର ବିଶେଷ ଭାବରେ ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମର କାନ ଶୁଣିବାରେ ସାହାଯ୍ୟ କରିଥାଏ ।

ଏମିତିରେ ଆମର କାନରେ ଧ୍ଵନି କାରଣରୁ ବହୁତ ମଇଳା ଜମା ହୋଇଯାଏ ଏବଂ ସେହି ମଇଳାକୁ ସଫା କରିବା ବହୁତ ଜରୁରୀ ଅଟେ । କାନରୁ ମଇଳା ସାଫା କରିବା ଦ୍ଵାରା ଆମେ ସର୍ବଦା ଠିକ ଭାବରେ ଶୁଣି ପାରିବା । ଯଦିଓ ବହୁତ ଥର ଆମର କାନରେ ବହୁତ ମଇଳା ଜମା ହୋଇଯାଏ, ଯାହାଦ୍ୱାରା ଆମେ କାନକୁ ସାଫା କରିବା ପାଇଁ ଅଲଗା ଅଲଗା ପ୍ରକ୍ରିୟାମାନ ବ୍ୟବହାର କରିବାକୁ ପଡିଥାଏ । ଆମେ ଆପଣଙ୍କୁ ସୂଚନା ଦେଇଦେଉଛୁ ଯେ, ଯଦି କାନରେ ଜମି ରହିଥିବା ମଇଳାକୁ ଠିକ ସମୟ ଏବଂ ଠିକ ଭାବରେ ବାହାର କରାନଯାଏ, ତେବେ ଆମର କାନର ଶ୍ରବଣ ଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ ।

ଏଥିପାଇଁ ଏହା ଜରୁରୀ ଅଟେ ଯେ, ଆପଣ ସମୟ ସମୟରେ ନିଜ କାନକୁ ସଫା କରନ୍ତୁ । କୁହାଯାଏ ଯେ, ଯଦି କାନରେ ମଇଳା ଜମା ହୋଇ ରହିଯାଏ, ତେବେ ଏହାଦ୍ୱାରା କାନରେ କଷ୍ଟ ମଧ୍ୟ ହୋଇଥାଏ । ଏହା ବ୍ୟତୀତ ଆମକୁ କମ ମଧ୍ୟ ଶୁଣାଯାଏ । କାନର ଜମି ରହିଥିବା ମଇଳା କାରଣରୁ କାନରେ ସଂକ୍ରମଣ ମଧ୍ୟ ହୋଇଥାଏ । ଯଦି ଆପଣ ମଧ୍ୟ ଠିକ ଭାବରେ ନିଜ କାନକୁ ସଫା କରିବାକୁ ଚାହଁନ୍ତି, ତେବେ ଆଜି ଆମେ ଆପଣଙ୍କୁ କାନ ସଫା କରିବାର କେତେକ ଘରୋଇ ଉପାୟ ବିଷୟରେ ସୂଚନା ଦେବୁ, ଯାହାକୁ ବ୍ୟବହାର କରିବା ପରେ ଆପଣଙ୍କ କାନ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯିବ । ତେବେ ଚାଲନ୍ତୁ ଆମେ ଆପଣଙ୍କୁ କାନ ସଫା କରିବାର ଏହି ଉପଚାର ମାନଙ୍କ ବିଷୟରେ ବିସ୍ତାର ସହିତ ସୂଚନା ଦେବୁ ।

୧) କାନକୁ ସଫା କରିବା ପାଇଁ ଅଧା କପ ଗରମ ପାଣିରେ ଗୋଟିଏ ଛୋଟ ଚାମୁଚ ଲୁଣ ମିଳାନ୍ତୁ । ଏହା ପରେ ପାଣିରେ ତୁଳାକୁ ଓଦା କରି କିମ୍ବା ଭିଜାଇ ଦିଅନ୍ତୁ । ପରେ ଏହି ପାଣିକୁ ତୁଳା ସାହାଯ୍ୟରେ ଧୀରେ ଧୀରେ ନିଜ କାନରେ ପକାନ୍ତୁ ଏବଂ କାନକୁ ଓଲଟାଇ ଦେଇ ସବୁ ପାଣିକୁ ବାହାର କରି ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କ କାନ ପୁରାପୁରି ସଫା ହୋଇଯିବ ।

୨) ଏହା ବ୍ୟତୀତ ଆପଣ ନିଜ କାନରେ ବେବି ଅଏଲର କିଛି ବୁନ୍ଦା ମଧ୍ୟ ପକାଇ ଦିଅନ୍ତୁ ଏବଂ ତୁଳା ସାହାଯ୍ୟରେ ହିଁ ନିଜ କାନକୁ ସଫା କରି ନିଅନ୍ତୁ ।

୩) ଏହା ବ୍ୟତୀତ ଆପଣ ଚାହିଁଲେ ହାଇଡ୍ରୋଜେନ ପେରକସାଇଡ଼ ଏବଂ ପାଣିକୁ ସମାନ ମାତ୍ରାରେ ମିଶାଇ କାନରେ ପକାଇ ଦିଅନ୍ତୁ । ପରେ କିଛି ସମୟ ପରେ ନିଜ କାନକୁ ଓଲଟାଇ ଦିଅନ୍ତୁ । ଜଣାଇ ଦେଉଛୁ ଯେ, ଏହା ଦ୍ୱାରା ଆପଣଙ୍କ କାନରେ ଜମି ରହିଥିବା ସମସ୍ତ ମଇଳା ବାହାର ହୋଇଯିବ ।

୪) ଏହା ଛଡ଼ା ସୋରିଷ ତେଲକୁ ଗରମ କରି କାନରେ ପକାଇବା ଦ୍ୱାରା ମଧ୍ୟ କାନରେ ଜମି ଯାଇଥିବା ସମସ୍ତ ମଇଳା ସଫା ହୋଇଯାଏ ।

୫) ଯଦି ଆପଣ ଗାଧୋଇବା ସମୟରେ ଗରମ ପାଣିରେ ଭିଜିଥିବା କପଡ଼ାରେ ନିଜ କାନକୁ ସଫା କରନ୍ତି, ତେବେ ଏହା ଦ୍ୱାରା ମଧ୍ୟ କାନର ମଇଳା ସଫା ହୋଇଥାଏ ।

ଆମକୁ ବିଶ୍ୱାସ ରହିଛି ଯେ, ଏହି ଉପାୟ ଗୁଡ଼ିକ କରିବା ପରେ ଆପଣଙ୍କ କାନର ଜମି ରହିଥିବା ସମସ୍ତ ମଇଳା ସଫା ହୋଇଯିବ । ଅନୁଛେଦଟି ଶେୟର କରି ଅନ୍ୟମାନଙ୍କୁ ମଧ୍ୟ ଜାଣନ୍ତୁ, ଯଦ୍ୱାରା ସେମାନେ ମଧ୍ୟ ଉପକୃତ ହୋଇପାରିବେ ଓ ନିଜ କାନର ସୁରକ୍ଷିତ ରଖିପାରିବେ ।