ଝାଡୁଦାର କର୍ମଚାରୀ, ଗହଣା ବନ୍ଧା ରଖି ଝିଅକୁ ପଢାଇଲେ, ବିଦେଶରେ ପଢିବା ପାଇଁ….

Spread the love

ଝାଡୁଦାର କର୍ମଚାରୀ, ଗହଣା ବନ୍ଧା ରଖି ଝିଅକୁ ପଢାଇଲେ, ବିଦେଶରେ ପଢିବା ପାଇଁ ଏକ କୋଟି ଟଙ୍କାର ସ୍କୋଲରସିପି ମିଳିଲା ।

ପରୀକ୍ଷା ଏବଂ ଫଳାଫଳ ସମୟରେ ଝିଅମାନେ ପ୍ରାୟ ସବୁ କ୍ଷେତ୍ରରେ ବାଜି ମାରି ନେଉଛନ୍ତି । ବୋର୍ଡ ଫଳାଫଳରୁ ୟୁପିଏସସି ଫଳାଫଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଟପ୍ପର ହୋଇଛନ୍ତି । ଏହି ପରିଣାମ ଦେଶର ସେହି ବ୍ୟକ୍ତିମାନଙ୍କ ପାଇଁ କୁଠାରଘାତ ହୋଇଥାଏ, ଯେଉଁମାନେ ପୁଅ ଆଶରେ ଝିଅମାନଙ୍କୁ ଗର୍ଭରେ ହିଁ ହତ୍ୟା କରିଦିଅନ୍ତି । ମଧ୍ୟ- ପ୍ରଦେଶର ଇନ୍ଦର ସହରରୁ ଏକ ଖବର ଆସିଛି, ଯାହା ସାରା ଦେଶର ଲୋକମାନଙ୍କ ନିକଟରେ ପହଞ୍ଚିବା ଉଚିତ । ଇନ୍ଦିରରେ ଝାଡୁଦାର କାମ କରୁଥିବା ବାପା-ମା ନିଜ ଝିଅକୁ ପଢେଇବେ ପାଇଁ ଗହଣା ବନ୍ଧା ରଖିଲେ ।

ଝିଅ ମଧ୍ୟ ନିଜ ବାପା ମାଆଙ୍କ ସଂଘର୍ଷକୁ ଲକ୍ଷ ସ୍ଥଳରେ ପହଞ୍ଚାଇବା ପାଇଁ ସ୍କଟଲାଣ୍ଡର ପ୍ରତିଷ୍ଠା ୟୁନିଭରସିଟିରେ ପିଏଚଡିରେ ପ୍ରବେଶ ମିଳିଲା । ପଢ଼ିବା ପାଇଁ ମଧ୍ୟପ୍ରଦେଶ ସରକାର ଏକ କୋଟି ଟଙ୍କାର ସ୍କୋଲରସିପି ଦେଇଛି ।

ମିଡ଼ିଆ ରିପୋର୍ଟ ଅନୁସାରେ, ଇନ୍ଦରର ମହିଳା ଝାଡ଼ୁ କର୍ମଚାରୀ ‘ନୂତନ ଘାବରୀ’ଙ୍କ ଝିଅ ରୋହିଣୀକୁ ପ୍ରଦେଶ ସରକାରଙ୍କ ଅନୁସୂଚିତ ଜନଜାତି ବିଭାଗ ତରଫରୁ ଏକ କୋଟି ଟଙ୍କା ସ୍କୋଲରସିପି ଦେଇଛନ୍ତି । ମାର୍କେଟିଂରେ ଏମବିଏ କରିଥିବା ରୋହିଣୀ ଏବେ ପିଏଚଡ଼ି ପାଇଁ ସ୍କଟଲାଣ୍ଡ ଯିବେ । ରୋହିଣୀର ମାଆ ନୂତନ କର୍ମଚାରୀ ରାଜ୍ୟ ବୀମା ନିଗମ ହସ୍ପିଟାଲରେ ଝାଡୁଦାର କର୍ମଚାରୀ ଅଛନ୍ତି ।

ନୂତନ କହିଲେ, ମୁଁ ଦଶ ବର୍ଷ ପର୍ଯ୍ୟନ୍ତ ରୋହିଣୀକୁ ମୋ ସହିତ କାମରେ ନେଇ ଯାଉଥିଲି କିନ୍ତୁ ତା’ ମନ ପଢ଼ା ଲେଖାରେ ଥିଲା । ସେ ଆଗକୁ ପଢିବାକୁ ଇଚ୍ଛା କରିବାରୁ ଆମେ ମନା କରିଲୁ ନାହିଁ । ଗହଣା ବନ୍ଧା ରଖି ପଢ଼ାଇଲୁ । ଗହଣା ଆଜି ମଧ୍ୟ ବନ୍ଧା ରହିଛି ।

ରୋହିଣୀ କହିଲେ ଯେ, ସେ ଯେବେ ମଧ୍ୟ ପରିବାରଙ୍କ ସହିତ ବାହାଘର ଉତ୍ସବକୁ ଯାଉଥିଲେ, ସେଠାରେ ବାପାଙ୍କୁ ଲୋକେ ଉପହାସ କରି କହୁଥିଲେ ଝିଅ ବଡ଼ ହୋଇଗଲା ହଳଦୀ ଲଗେଇ ଦିଅନ୍ତୁ । ନଚେତ ଭଲ ପୁଅ ମିଳିବନି । ଏବେ ସେହି ଲୋକମାନେ ହିଁ ବାପାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଏବଂ ତାଙ୍କ ଛୁଆ ମାନଙ୍କୁ ମୋର ଉଦାହରଣ ଦିଅନ୍ତି । ପଢ଼ା ସରିଲା ପରେ ମୁଁ ମୋ ମାଆଙ୍କ ଗହଣା ବନ୍ଧାରୁ ମୁକୁଳେଇବି ।

ରୋହିଣୀ ଭୋଲିବଲର ରାଷ୍ଟ୍ରୀୟ ଖେଳାଳୀ ମଧ୍ୟ ଅଛନ୍ତି । ତାଙ୍କର ଦୁଇ ଭଉଣୀ କୋମଲ, ଅଶ୍ୱିନୀ, ଗୋଟିଏ ଭାଇ ହର୍ଷ ଅଛନ୍ତି । କୋମଲ ଠିକ ରୂପେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଶ୍ୱିନୀ ୧୨ଶ ଶ୍ରେଣୀରେ ଅଛନ୍ତି ଆଉ ରାଷ୍ଟ୍ରୀୟ ଭୋଲିବଲ ଖେଳାଳୀ ମଧ୍ୟ ଅଛନ୍ତି । ଭାଇ ହର୍ଷ ୧୪ବର୍ଷ କମ ବାସ୍କେଟ ବଲ ଦଳରେ ଅଧିନାୟକ ଅଛନ୍ତି ।