ଲିଭର୍ ରେ ଥିବା ସମସ୍ତ ମଇଳାକୁ ଏକା ସାଥିରେ ସଫା କରି ଦେଇଥାଏ ଏହି ଫଳର ରସ :

Spread the love

ନିଜ ସ୍ୱାସ୍ଥ୍ୟକୁ ସବୁବେଳେ ସୁସ୍ଥ ରଖିବା ପାଇଁ ସମସ୍ତେ ଚିନ୍ତିତ ଏବଂ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସମସ୍ତେ ପ୍ରୟାସ କରନ୍ତି । ତେଣୁ ଆଜି ଆମେ ଏହି ଅନୁଛେଦରେ ଲିଭର୍ କୁ କିପରି ସୁସ୍ଥ ରଖିବା ସେହି ବିଷୟରେ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ଲିଭର୍ ରେ ଥିବା ସବୁ ମଇଳାକୁ ସଫା କରି ପାରିବେ, ମାତ୍ର ସାତ ଦିନରେ । ଏହି ଫଳ ରସ ଲିଭର୍ ସହ ଜଡିତ ସମସ୍ୟାକୁ ଦୂର କରିବାରେ ସବୁଠାରୁ ଭଲ ଉପଚାର ଅଟେ । ଏହା କେବଳ ସାତ ଦିନ ପ୍ରୟୋଗ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ବାହାର ଖାଦ୍ୟକୁ ବନ୍ଦ କରିବାକୁ ପଡିବ ।

ଏହା ସହିତ ଆପଣଙ୍କୁ ଭୋଜନ କରିବା ସମୟରେ ପେଟର ଅଧା ଅଂଶ ପନିପରିବା ଓ ସଲାଡରେ ଭରି ରହିବା ଦରକାର । ଏହା କରିବା ଦ୍ୱାରା ଆପଣଙ୍କ ଲିଭର୍ କୁ ଏହି ସଫା କରିଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ଲାଉ, ହଳଦି, ଧନିଆ, ଲେମ୍ବୁ, କଳା ଲୁଣ ଓ ଗିଲୟର ରସ ଦରକାର । (ଏହି ଗୁଡିକ ଆପଣଙ୍କୁ ଆୟୁର୍ବେଦିକ ଔଷଧାଳୟ କିମ୍ବା ପତଞ୍ଜଳି ଷ୍ଟୋରରେ ମିଳିବ) ଲାଉ ର ଚପାକୁ ଛଡାଇ ଖଣ୍ଡ ଖଣ୍ଡ କାଟି ସେଥିର ଧନିଆକୁ ମିଶାଇ ଦିଅନ୍ତୁ ।

ଏହାର ରସକୁ ବାହାର କରି ଦିଅନ୍ତୁ । ରସର ମାତ୍ରା ଏକ ଗ୍ଲାସ୍ ହେବା ଦରକାର । ଏହି ରସରେ ଗୋଟିଏ ଚାମଚ ହଳଦି, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ ଲେମ୍ଭୁର ରସ ଓ 30 ମିଲି ଗିଲୟର ରସ ମିଶାଇ ଦିୟନ୍ତୁ । ଏହି ରସ କୁ ସବୁଦିନ ଖାଲି ପେଟରେ ସେବନ କରନ୍ତୁ । 7 ଦିନ ଏପରି ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଲିଭର୍ ରେ ଥିବା ମଇଳା ସଫା ହୋଇଯିବ । ଆପଣ ନିଜ ଲିଭର୍ କୁ ନୁଆଁ ରୁପରେ ଦେଖିବେ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ । ଭଲ ଲାଗିଲେ Share କରି ଅନ୍ୟକୁ ଜଣାନ୍ତୁ ।