ଟିକ୍-ଟକ୍ ଏବଂ ୟୁଟୁଵ ମଧ୍ୟରେ ସଙ୍ଘର୍ଷ । କିଏ ଜିତିବ ଆସନ୍ତୁ ଜାଣିବେ ।

Spread the love

ଭିଡିଓ ଆପ୍ଲିକେସନ ୟୁଟୁଵ ଏବଂ ଟିକ୍ ଟକ୍ ମଧ୍ୟରେ ଏହି ମାସ ପ୍ରାରମ୍ଭରେ ବିବାଦ ସୃଷ୍ଟି ହୋଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସାରା ଭାରତରେ ଇଣ୍ଟରନେଟ ବ୍ୟବହାରକାରୀ ଟିକ୍ ଟକ୍ କୁ ଭାରତରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମୋର୍ଚ୍ଚା ଆରମ୍ଭ କରିଛନ୍ତି । ଟିକ୍ ଟକ୍ ଯାହା ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ତାହାର ରେଟିଙ୍ଗରେ ପରିବର୍ତ୍ତନ ଦେଖାଯାଇଛି । ୧୬ ମଇ ୨୦୨୦ରୁ ଆଜି ପର୍ଯ୍ୟନ୍ତ ଟିକ୍ ଟକ୍ ର ରେଟିଙ୍ଗରେ ହ୍ରାସ ହେବା ଦେଖା ଯାଇଛି । ଟିକ୍ ଟକ୍ ର ରେଟିଙ୍ଗ ଯାହା ୪.୬ ଥିଲା ବର୍ତ୍ତମାନ ଟିକ୍ ଟକ୍ ର ରେଟିଙ୍ଗ ୧.୨ରେ ପହଁଚି ଯାଇଛି । ଟିକ୍ ଟକ୍ ଯାହା ଚୀନର ଏକ ଛୋଟ ଭିଡିଓ ଆପ୍ଲିକେସନ ଅଟେ ଦୁନିଆରେ ଲୋକେ ଟିକ୍ ଟକ୍ କୁ ନିଜ ମୋବାଇଲରେ ଡାଉନଲୋଡ଼ କରିଚାଲିଛନ୍ତି ଏବଂ ଏହାର ଫାଇଦା ସିଧାସଳଖ ରୂପରେ ଚୀନ ଉଠାଇବାରେ ଲାଗିଛି ।

Google[/caption]

ଭାରତରେ ଟିକ୍ ଟକ୍ ଆପ୍ଲିକେସନର ବ୍ୟବହାର କର୍ତ୍ତା ବହୁଳ ରହିଛନ୍ତି ଏବଂ ଦିନକୁ ଦିନ ଏହି ଚିନୀ ଆପ୍ଲିକେସନ ଭାରତୀୟଙ୍କୁ ମନୋରଞ୍ଜନ କରିବାରେ ସଫଳତା ହାସଲ କରିଚାଲିଛି । ୨୦୨୦ ଏପ୍ରିଲରେ ଟିକ୍ ଟକ୍ କୁ ବହୁ ମାତ୍ରାରେ ଲୋକେ ଡାଉନଲୋଡ଼ କରିଚାଲିଛନ୍ତି । ବିଗତ ବର୍ଷ ତୁଳନାରେ ଏହିବର୍ଷ ୨.୫ ପ୍ରତିଶତ ଲୋକେ ଟିକ୍ ଟକ୍ ବ୍ୟବହାର କରିଛନ୍ତି ଏବଂ ଭାରତରେ ଏହାର ବ୍ୟବହାରରେ ୨୨ପ୍ରତିଶତ ବୃଦ୍ଧି ହୋଇଛି ।

Google

ଟିକ୍ ଟକ୍ ବ୍ୟବହାର କର୍ତ୍ତା ଫୈଯାଲ ସିଦ୍ଧିକି ଯାହାର ୧୨ ମିଲିୟନରୁ ଅଧିକ ଫଲୋୟର ଅଛନ୍ତି ସେ ନିଜର ଏକ ଭିଡ଼ିଓରେ ମହିଳାଙ୍କ ବିରୁଦ୍ଧରେ ହିଂସା ପ୍ରଚାର କରିଥିବା ଆରୋପ ଲାଗିଛି ।

ଏହି ଭିଡିଓ ଟିକ୍ ଟକ୍ ରେ ଅପଲୋଡ଼ ହେବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଟିକ୍ ଟକ୍ କୁ ଭାରତରେ ବ୍ୟାନ କରାଯାଉ । ଆପଣ ଦେଖିଥିବେ ଟିକ୍ ଟକ୍ ର ଅନେକ ଭିଡ଼ିଓରେ ଦେଖିଥିବେ କିପରି ପଶୁପକ୍ଷୀଙ୍କ ଉପରେ ନିର୍ଯ୍ୟାତନା କରାଯାଉଛି । ଫୈଯାଲ ସିଦ୍ଧିକିର ଆକାଉଣ୍ଟ ବର୍ତ୍ତମାନ ସସପେଣ୍ଡ କରିଦିଆଯାଇଛି ଏବଂ ଫୈଯାଲ ସିଦ୍ଧିକିର ଅନ୍ୟ ଆପତ୍ତି ଜନକ ଭିଡିଓ ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି ।

Google[/caption]

ଅତୀତରେ ମଧ୍ୟ ଭାରତରେ ଟିକ୍ ଟକ୍ କୁ ନେଇ ବିବାଦ ସୃଷ୍ଟ ହୋଇଥିଲା । ଏପ୍ରିଲ ୨୦୧୯ରେ ମାଡ୍ରାସ ହାଇକୋର୍ଟ ଏହାକୁ ବ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।