ଚୋପଡ଼ା ସିଷ୍ଟର୍ଶ ‘ ହଲିଉଡରେ ଚଲାଇବାକୁ ଯାଉଛନ୍ତି ନିଜ ଶବ୍ଦର ଯାଦୁ ‘ ସେୟାର କରିଥିଲେ ଏହି ଭିଡିଓ

Spread the love

ନମସ୍କାର ବନ୍ଧୁଗଣ ଆମର ଏହି ଚେନେଲକୁ ଆପଣ ସମସ୍ତଙ୍କୁ ସ୍ବାଗତ କରୁଅଛି । ଆଜି ଆମେ ଆପଣଙ୍କୁ ଆଗକୁ ରିଲିଜ ହେବାକୁ ଯାଉଥିବା ଡିଜନିର ଫିଲ୍ମ ‘ଫ୍ରୋଜେନ ୨’ ବିଷୟରେ ସୂଚନା ଦେବାକୁ ଯାଉଛୁ । ‘ଫ୍ରୋଜେନ ୨’ ଯାହାକି ୨୨ ନଭେମ୍ବରରେ ହିନ୍ଦୀ ଭାଷାରେ ସାରା ଦେଶର ସିନେମା ଗୃହରେ ରିଲିଜ ହେବାକୁ ଯାଉଛି । ଏଲ୍ସା ଏବଂ ଏନାଙ୍କ ରୂପରେ ପ୍ରିୟଙ୍କା ଚୋପଡ଼ା ଏବଂ ପରିଣିତି ଚୋପଡ଼ାଙ୍କ ଶବ୍ଦ ଶୁଣିବାକୁ ମିଳିବ । ଫିଲ୍ମର ହିନ୍ଦୀ ବର୍ଜନରେ ଚୋପଡ଼ା ସିଷ୍ଟର୍ଶଙ୍କ ଶବ୍ଦ ଶୁଣିବାକୁ ମିଳିବ । ଦୁଇ ସିଷ୍ଟର୍ଶ ବଲିଉଡରେ ନିଜ ଯାଦୁ ଚଳାଇବା ପରେ ବର୍ତ୍ତମାନ ହଲିଉଡରେ ନିଜର ଟାଲେଣ୍ଟ ଦେଖିବାକୁ ଯାଉଛନ୍ତି । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପ୍ରିୟଙ୍କା ଚୋପଡ଼ା ଫୋଟୋ ସେୟାର କରିବାକୁ ଯାଇ ଲେଖିଥିଲେ, ‘ ମୀମି ଏବଂ ଟିଶା ବର୍ତ୍ତମାନ ଏଲ୍ସା ଏବଂ ଏନା ଅଟନ୍ତି । ଚୋପଡ଼ା ସିଷ୍ଟର୍ଶ ଏକା ସାଥିରେ ଡିଜନିର ଫ୍ରୋଜେନ ୨ ରେ ଆସିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଆମକୁ ଦେଖିବା ପାଇଁ…. ମୋର ଅର୍ଥ ହେଉଛି ଆମକୁ ଶୁଣିବା ପାଇଁ, ଆମେ ଆଣିଛୁ ଏହି ଦମଦାର ଏବଂ ଅନନ୍ୟ ଚରିତ୍ରର ଜିନ୍ଦେଗି ହିନ୍ଦୀରେ । ‘ଫ୍ରୋଜେନ ୨’ ଯାହାକି ଆସୁଛି ନଭେମ୍ବର ୨୨ରେ ।

ପ୍ରିୟଙ୍କା ଏଲ୍ଶାଙ୍କୁ ନିଜର ଶବ୍ଦ ଦେବେ ଏବଂ ପରିଣିତି ଏନାକୁ ଶବ୍ଦ ଦେବେ। ଜଣାଇ ଦେଉଛୁ, ଫ୍ରୋଜେନ ୨ ସ୍ନୋ କ୍ୱିନ ଏଲ୍ସା ଏବଂ ତାଙ୍କ ଭଉଣୀ ଏନାଙ୍କ ଅଟେ । ଯେଉଁଥିରେ ସେ ନିଜର ରାଜ୍ୟ ଏରେଣ୍ଡେଲ ଠାରୁ ଦୂରେଇ ଚାଲିଯାଉଛନ୍ତି । ଏହି ସମୟରେ ତାଙ୍କ ସହ କ୍ରିଷ୍ଟଫ, ଓଲଫ ଏବଂ ସ୍ବେନ ହେଉଛି । ଫିଲ୍ମର ଡାଇରେକ୍ସନ ଯୋନିଫନ ଲି ଏବଂ କ୍ରିସ ବକ କରିଥିଲେ। ଫିଲ୍ମର ଇଙ୍ଗ୍ଲିଷ ବର୍ଜନରେ ଏଲ୍ସାକୁ ଇଡିନା ମେଞ୍ଜେଲ ଏବଂ ଏନାକୁ କ୍ରିଷ୍ଟେନ ବେଲ ନିଜର ଆବାଜ ଦେଇଥିଲେ । ଏହା ଫ୍ରୋଜେନ ସିରିଜର ଚତୁର୍ଥ ଫିଲ୍ମ ଅଟେ ।

ଏହି ସୂଚନା ବିଷୟରେ ଆପଣଙ୍କ ମତାମତ କଣ ଅଛି ଅବଶ୍ୟ କମେଣ୍ଟ କରି ଆମକୁ ଜଣାନ୍ତୁ। ଏହିପରି ଖବର ପାଇବା ପାଇଁ ଆପଣ ଆମକୁ ଫୋଲୋ କରନ୍ତୁ ଏବଂ ଲାଇକ ଓ ସେୟାର ମଧ୍ୟ କରନ୍ତୁ। ଧନ୍ୟବାଦ !