ଏହି ତିନୋଟି ରଙ୍ଗ ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ! ଜାଣିପାରିବେ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

Spread the love

ଆଜିର ଏହି ସମୟରେ ଲୋକ ଯେତିକି ବୁଦ୍ଧିମାନ ହେଉଛନ୍ତି ସେତିକି ଅନ୍ଧବିଶ୍ଵାସୀ ମଧ୍ୟ ହେଉଛନ୍ତି । ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ସମସ୍ତଙ୍କର ଇଚ୍ଛା, କାରଣ ସମସ୍ତେ କମ ସମୟରେ ଅଧିକ ଅର୍ଥ ରୋଜଗାର କରିବାକୁ ଚାହାଁନ୍ତି । ସେହି ସମ୍ବନ୍ଧରେ ଜାଣିବା ପାଇଁ ଅନେକ ଲୋକ ଜ୍ୟୋତିଷମାନଙ୍କର ସାହାଯ୍ୟ ନେଇଥାନ୍ତି । ବେଳେବେଳେ ସେହି ଜ୍ୟୋତିଷମାନଙ୍କର ଭୂଲ୍ ଭବିଷ୍ୟବାଣୀରେ ଲୋକମାନେ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କାର ଠକାମିର ଶିକାର ହୁଅନ୍ତି । ଲୋକେ ଜାଣିବାକୁ ଚାହାଁନ୍ତି ଯେ, ତାଙ୍କ ଚାକିରି କେବେ ହେବ, ବିବାହ କେବେ ହେବ, ଭବିଷ୍ୟତରେ ସେ କେତେ ଉନ୍ନତି କରିବେ ? ଏହି ସବୁକଥା ତ ସମସ୍ତେ ଜାଣିବାକୁ ଚାହାଁନ୍ତି, କିନ୍ତୁ ଯଦି ଆମେ ଆପଣଙ୍କୁ ସେହି ବିଷୟରେ ଏହି ଆର୍ଟିକେଲ ମାଧ୍ୟମରେ କହିବୁ; ତେବେ ନା ଆପଣଙ୍କର ପଇସା ଖର୍ଚ୍ଚ ହେବ ନା ଆପଣଙ୍କର କିଛି କ୍ଷତି ହେବ । ଏହି ତିନୋଟି ରଙ୍ଗରୁ ଗୋଟିଏ ରଙ୍ଗ ବାଛନ୍ତୁ, ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କଥା ।

ଏହି ତିନୋଟି ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ :

ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ନିଜ ଭବିଷ୍ୟ ଜାଣିବା ପାଇଁ ଆମେ ଆପଣଙ୍କୁ ତିନୋଟି ରଙ୍ଗ ଦେଉଛୁ, ଆପଣ ନିଜ ମନ ପସନ୍ଦର ରଙ୍ଗଟିକୁ ବାଛନ୍ତୁ ଓ ପଢନ୍ତୁ ଆପଣଙ୍କ ଭବିଷ୍ୟତ କେମିତି ରହିବ ।

ବାଛନ୍ତୁ ଗୋଟିଏ ରଙ୍ଗ : ହଳଦିଆ, ଲାଲ ଏବଂ ସବୁଜ

୧. ହଳଦିଆ ରଙ୍ଗ :

ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି; ତେବେ ଏହା ଦର୍ଶାଉଛି ଯେ, ଆପଣଙ୍କର ଟଙ୍କା ସମ୍ବନ୍ଧିତ ସମସ୍ୟା ସବୁବେଳେ ଲାଗି ରହିଥାଏ । କାହିଁକି ନା ଆପଣ ନିଜ ରୋଜଗାରରୁ ଅଧିକା ଖର୍ଚ୍ଚ କରୁଛନ୍ତି । ଆପଣ କଞ୍ଜୁସ ନୁହଁନ୍ତି କିନ୍ତୁ କିଛି ଲୋକ ଆପଣଙ୍କୁ କଞ୍ଜୁସ କହିଥାନ୍ତି । ଦେଖିବାକୁ ଗଲେ ଏମାନଙ୍କ ହୃଦୟ ବହୁତ ବଡ କିନ୍ତୁ ପଇସାର ଅଭାବ ହେତୁ ଏମାନେ ଟିକେ ଜଗିରଖି ଚଳନ୍ତି । ସେଥିପାଇଁ କିଛି ଲୋକ ଆପଣଙ୍କୁ କଞ୍ଜୁସ ଭାବନ୍ତି ।

୨. ଲାଲ ରଙ୍ଗ :

ଯଦି ଆପଣ ନାଲି ରଙ୍ଗ ବାଛିଛନ୍ତି; ତେବେ ଏହାର ଅର୍ଥ ଏପରି ଯେ, ଆପଣଙ୍କ ଜୀବନରେ ସୁଖ ଦୁଃଖ ଲାଗିରହିବ, କେବେ ଭାଗ୍ୟ ଆପଣଙ୍କ ସପକ୍ଷରେ ଥାଏ ତ କେବେ ବିଲକୁଲ ମଧ୍ୟ ସାଥ ଦିଏ ନାହିଁ । ନାଲି ରଙ୍ଗ ପ୍ରେମର ପ୍ରତୀକ ଅଟେ, ସେଥିପାଇଁ ଆପଣ ପ୍ରେମରେ ମଧ୍ୟ ପଡନ୍ତି । ଆପଣ ବହୁତ ଭଲ ଭାବେ ନିଜ ମନର କଥା ବ୍ୟକ୍ତ କରିପାରନ୍ତି । ଆପଣଙ୍କୁ ଭବିଷ୍ୟତରେ ବହୁତ ସଫଳତା ମିଳିବ ଯାହା ଆପଣ ଚାହୁଁଛନ୍ତି ।

୩. ସବୁଜ ରଙ୍ଗ :

ଯଦି ଆପଣ ଏହି ରଙ୍ଗମାନଙ୍କ ମଧ୍ୟରୁ ସବୁଜ ରଙ୍ଗ ବାଛନ୍ତି, ତେବେ ଆପଣ ଏକ ସ୍ଵଚ୍ଛ ହୃଦୟର ବ୍ୟକ୍ତି । ଆପଣ ଯେତେ ବଡ଼ ସମସ୍ୟା ହେଲେ ମଧ୍ୟ ଏହାର ସମ୍ମୁଖୀନ ଅତି ସହଜରେ କରିପାରନ୍ତି । ଏହି ରଙ୍ଗକୁ ପସନ୍ଦ କରିଥିବା ବ୍ୟକ୍ତିମାନେ ନିଜର କୌଣସି ମଧ୍ୟ କାମ କରିବାରେ ହାର ମାନନ୍ତି ନାହିଁ । ଆପଣଙ୍କର ଏହି ଗୁଣ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସାହାର୍ଯ୍ୟ କରେ । ଯେଉଁମାନେ ଏହି ରଙ୍ଗ ବାଛିଛନ୍ତି; ସେମାନେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି । କିନ୍ତୁ ଏମାନେ ଯେତେ ଭଲ ପାଇବା ଦିଅନ୍ତି, ଏମାନଙ୍କୁ ସେତିକି ଭଲ ପାଇବା ମିଳେ ନାହିଁ । ସେଥିପାଇଁ ଆପଣ ଟିକେ ଦୁଃଖି ରୁହନ୍ତି । କିନ୍ତୁ ଆପଣଙ୍କ ଭବିଷ୍ୟତ ଏତେ ଉଜ୍ଵଳ ହେବ ଯେ ଆପଣଙ୍କ ପରିବାର ଏବଂ ଆଖ ପାଖର ସମସ୍ତ ଲୋକ ଆପଣଙ୍କୁ ସହଯୋଗ କରିବେ ।