କରୋନା ସଙ୍କଟ କାଳୀନ ସ୍ଥିତିରେ ଚୀନ କରୁଛି ଅନୈତିକ ଷଡଯନ୍ତ୍ର ! ଆମେରିକା ଖୋଲିଲା ଦୁନିଆ ଆଗର ଚୀନ ମୁଖା…

Spread the love

ଦୁଃଖ ଓ ସଙ୍କଟ କାଳୀନ ସ୍ଥିତି ମଧ୍ୟରେ ଚୀନର ଗୋଟିଏ ପରେ ଗୋଟିଏ ଅନୈତିକ ଷଡ଼ଯନ୍ତ୍ର କେବେ ଓ କେଉଁ ଠାରେ ଶେଷ ଶେଷ ହେବ… ଏହା କହିବା ବର୍ତ୍ତମାନ ସମୟରେ ଖୁବ୍ କଷ୍ଟକର ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ପରିସ୍ଥିତି ଉପୁଜିଛି ତାହାର ଫଳାଫଳ ଅତ୍ୟନ୍ତ ଭୟକଙ୍କ ହୋଇପାରେ ବୋଲି ଆଶା କରାଯାଉଛି । ସମଗ୍ର ବିଶ୍ୱ କରୋନା ବିରୋଧୀ ଲଢେଇ କରୁଥିବା ବେଳେ ଚୀନ ରଚିଚାଲିଛି ଗୋଟିଏ ଗୋଟିଏ ପରେ ଷଡଯନ୍ତ୍ର । ଏବେ ପୁରା ବିଶ୍ୱକୁ ଏକଜୁଟ ହୋଇ ଚୀନର ଏହି ଅନୈତିକ କାର୍ଯ୍ୟକଳାପ ଉପରେ ପୁର୍ନଛେଦ ଲଗାଇବାକୁ ପଡିବ… ନଚେତ ଆଗାମୀ ଦିନ ମାନଙ୍କରେ ପରିସ୍ଥିତି ଭୟଙ୍କର ହୋଇପାରେ । ଏହି ବିପଦ ଆଡକୁ ଇଙ୍ଗିତ କରି ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ତାଲିକାରେ ଥିବା ଡେଭିଡ ଷ୍ଟିଲୱେଲ କହିଛନ୍ତି କରୋନା ଭୁତାଣୁ ଯୋଗୁଁ ବର୍ତ୍ତମାନ ସମଗ୍ର ବିଶ୍ଵର ଧ୍ୟାନ ସମ୍ପୂର୍ଣ୍ଣ ରୂପେ କରୋନା ଉପରେ ରହିଛି । ବିଶ୍ୱ କରୋନା ମହାମାରୀ ଠାରୁ କିପରି ରକ୍ଷା ପାଇବେ ସେ ବିଷୟରେ ଚିନ୍ତିତ ଅଛନ୍ତି, ଯେଉଁଥି କାରଣରୁ ଏହି ବିପଦଶଙ୍କୁଳ ପରିସ୍ଥିତି ଅଡୁଆଳରେ ନିଜର ଅନୈତିକ ଷଡ଼ଯନ୍ତ୍ରକୁ ଫଳପ୍ରଦ କରାଉଛନ୍ତି ।

Google

ଏହା ସହିତ ସେ କହିଛନ୍ତି ଯେ, ବେଜିଂର ଏପରି ମାନ୍ୟତା ରହିଛି ଯେ ବର୍ତ୍ତମାନ ସମଗ୍ର ବିଶ୍ୱ ଧ୍ୟାନ ଅନ୍ୟ ଆଡେ କେନ୍ଦ୍ରୀତ, ତେବେ ଏହି ପରିସ୍ଥିତିର ଫାଇଦା ଉଠାଇ ଆମର କିଛି ପୁରୁଣା ଲକ୍ଷକୁ ପୁରା କରାଯାଇପାରେ । ଡେକଲାମ ସହିତ ଚୀନର ବର୍ତ୍ତମାନର ଗତିବିଧିକୁ ଦେଖି ଏହା ଜଣାପଡୁଛି ଯେ, କରୋନା ଆଢୁଆଳରେ ଚୀନ ଏହି ସବୁ ଅନୈତିକ ଷଢଯନ୍ତ୍ର କରି ସଫଳ ପାଇବାର ଲକ୍ଷ୍ୟରେ ରହିଛି । ଏପରି ସମୟରେ ଯେତେବେଳେ ସମ୍ପୂର୍ଣ ବିଶ୍ୱ ନିଜ ଦେଶର ନାଗରିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟିତ ସେତେବେଳେ ଚୀନ ଏହି ସମୟକୁ ଗୋଟିଏ ସୁଯୋଗ ବୋଲି ଭାବୁଛି । ସେହିପରି ବର୍ତ୍ତମାନ ଗଲିୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଏହି ଦୃଷ୍ଟିରେ ରଖି ସେ କହିଛନ୍ତି ଯେ, ସରକାରଙ୍କ ତରଫରୁ ସେ ଆନୁଷ୍ଠାନିକ ଭାବେ କିଛି କହିପାରିବେ ନାହିଁ ।

Google

ସେ କହିଛନ୍ତି ଆମେରିକା ଏହି ପୁରା ଘଟଣା ଉପରେ ଅତି ନିକଟରୁ ନଜର ରଖିଛି । କଥା ହେଉଛି, ଗତ ସୋମବାର ରାତିରେ ଦୁଇ ଦେଶର ସୀମାକୁ ନେଇ ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ହୋଇଥିଲା । ଏହି ସଙ୍ଘର୍ଷରେ ଭାରତର ୨୦ ଓ ଚୀନର ୪୦ ଯବାନ ନିହତ ହୋଇଥିଲେ । ଯେଉଁ କଥାକୁ ଚୀନ ମାନିନଥିଲା । କିନ୍ତୁ ଏହି ମିଛ ଉପରୁ ପରଦା ହଟାଇ ଆମେରିକା ଏହାର ସତ୍ୟକୁ ସମସ୍ତଙ୍କ ସମ୍ନାକୁ ନେଇ ଆସିଥିଲା ।