ଦେଖନ୍ତୁ 3 ଟାୟାର ଥିବା ଶସ୍ତା କାର ଯାହା 1 ଲିଟର ରେ 120 କିମି ରାସ୍ତା ଅତିକ୍ରମ କରିଥାଏ ।

Spread the love

ମୁମ୍ବାଇର ବେଷ୍ଟ ଷ୍ଟାର୍ଟ ଅପ୍ କମ୍ପାନୀ ଷ୍ଟ୍ରୋମ୍ ମୋଟର୍ସ, ବିଗତ ବର୍ଷ ନିଜର ଇଲେକଟ୍ରିକ୍ କାର ବଜାରକୁ ଛାଡିଥିଲା । ସେହି କମ୍ପେକ୍ଟ କାର୍ ଭିତିରେ କେବଳ 2 ଜଣ ଲୋକ ହିଁ ବସି ପାରିବେ । କମ୍ପାନୀ ଯୋର ଦେଇ କହୁଛି, ଏହା ସାଧାରଣ ଲୋକଙ୍କ ପାଇଁ ନିର୍ମିତ ହୋଇଥିବା ଏକ ଶସ୍ତା କାର ଅଟେ । କିନ୍ତୁ କମ୍ପାନୀ ବର୍ତମାନ ପର୍ଯ୍ୟନ୍ତ କାରଟିର ବଜାର ମୂଲ୍ୟ ଧାର୍ଯ୍ୟ କରିନାହିଁ ।

ମିଡିଆ ରିପୋର୍ଟ ଅନୁସାରେ ଏହି କାରଟିର ବଜାର ମୂଲ୍ୟ ୩ ଲକ୍ଷ ହୋଇପାରେ । କାରଟିରେ ବେରିଆଣ୍ଟ R3 pure, R3 Current ଏବଂ R3 Bolt ଆସିପାରେ ।

120 କିମିର ହୋଇପାରେ ମାଇଲେଜ :- କମ୍ପାନୀ ଯେଉଁ କାର ପ୍ରଥମରୁ ବଜାରକୁ ଛାଡିଥିଲା ସେଥିମଧ୍ୟରୁ ୨ଟିର ମାଇଲେଜ ୮୦ କିମି ଓ ୩ୟ କାରଟିର ମାଇଲେଜ ୧୨୦ କିମି ହେବ । ଯାହାର ଅର୍ଥ କାରଟିକୁ ଥରେ ଚାର୍ଜ କରି ୧୨୦ କିମି ପର୍ଯ୍ୟନ୍ତ ଚଳାଇପାରିବେ । କମ୍ପାନୀର କହିବ ଅନୁସାରେ କାରଟିର ବିକ୍ରି ଏହି ବର୍ଷ ଆରମ୍ଭ ହୋଇପାରେ । ଏଥିପାଇଁ କମ୍ପାନୀ ୩୦ ପ୍ରି ଆଡର୍ ନେଇ ସାରିଲାଣି । କାରଟିର ବିକ୍ରି ମୁମ୍ବାଇ ସହ ଦିଲ୍ଲୀ ଓ ବେଙ୍ଗାଲୁରୁରେ ହୋଇପାରେ ।

୩ ଟାୟାର ବିଶିଷ୍ଠ କାର୍ :

ଏହି କାର୍-ଟିରେ ସୁବିଧା ଏହା ଯେ, ଏଥିରେ ୪ ଟାୟାର୍ ପରିବର୍ତ୍ତେ ୩ଟି ଟାୟାର୍ ରହିଛି । ୨ଟି ଟାୟାର୍ ଆଗରେ ଓ ୧ଟି ଟାୟାର୍ ପଛରେ ଦିଆଯାଇଛି । ଅଟୋଗୁଡିକରେ ଲାଗୁଥିବା ଟାୟାର୍ ଗୁଡିକ ଠାରୁ ଏହା ପୂରାପୂରି ଓଲଟା ଅଟେ । ଏହି କାରଟିରେ ହାଇ-ଏଫିଶିୟେନ୍ସି ମୋଟର ଲଗାଯାଇଛି; ଯାହା ୧୭.୪ bhpର ପାୱାର ଦେବ ଓ ଏହାର maximum tarck ୪୮ Nm ଅଟେ । ଏହି କାର୍-ଟିକୁ ଫୁଲ୍ଲ ଚାର୍ଜ ହେବ ପାଇଁ ୬ ରୁ ୮ ଘଣ୍ଟା ଲାଗିଥାଏ । ୨ ଘଣ୍ଟାର ଫାଷ୍ଟ ଚାର୍ଜ କରି ଏହି କାର୍-ଟିକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ ।

ଏହିସବୁ ସୁବିଧା ମିଳିପାରିବ କାର୍-ଟିରେ :

ଷ୍ଟ୍ରାମ୍ ଆର ୩ କାରଟି ଅନ୍ୟ କାର ତୁଳନାରେ କିଛି ଭିନ୍ନ ଅଟେ । ଏହି କାରଟିରେ ୧୨ ଇଞ୍ଚର ଏଲୋୟ ହୁଇଲ୍ ଓ ଆଉଟ୍-ସାଇଡ୍ ରିୟାର ୟୁ ମିରୋର୍ଷ (ORVM) ଦିଆଯାଇଛି । ଷ୍ଟ୍ରୋମର ଏସ୍କଟିରିୟରରେ ଇଲେକ୍ଟ୍ରିକ ବ୍ଲୂ , ନିୟନ ବ୍ଲୂ, ରେଡ୍ ଆଣ୍ଡ ବ୍ଲାକ୍ ର ଚାରୋଟି ରଙ୍ଗର କାର ମିଳିପାରିବ । ଏହି କାରଟିରେ ବଡ ଧରଣର ସନ୍ ପ୍ରୁଫ୍ ମଧ୍ୟ ଦିଅଯାଇଛି । କାରଟିର ଲମ୍ବ ୨୯୦୭ mm, ଚଉଡା ୧୪୫୦ mm ଓ ଏହାର ଉଚ୍ଚତା ୧୫୭୨ mm ଅଟେ । ଏହାର ୱ୍ହିଲବେଶ୍ ୨୦୧୨ mm ଅଟେ ।

ପାୱାର ଫୁଲ ମ୍ୟୁଜିକ୍ ସିଷ୍ଟମ୍ :

ପାୱାର ଫୁଲ ମ୍ୟୁଜିକ୍ ସିଷ୍ଟମ୍ ମଧ୍ୟ ରହିଛି ଏହି କାରଟିରେ । ଏହି କମ୍ପେକ୍ଟ କାରଟିରେ ଏଣ୍ଟରଟେଇନ୍ମେଣ୍ଟ ପାଇଁ ୭ ଇଞ୍ଚର ଟଚ୍ ସ୍କ୍ରୀନ୍ ଦିଆଯାଇଛି । ଏହି କରଟି ଭୟେସ୍ କନ୍ଟ୍ରୋଲରେ ମଧ୍ୟ କାମ କରିପାରିବ । FM /USBର ସପୋର୍ଟ ମଧ୍ୟ ରହିଛି । ଏହାସହ ଏହି କାରଟିରେ ୨୦ Gbର ଅନବୋର୍ଡ ଷ୍ଟ୍ରୋରେଜ ରହିଛି । ଏହା ମ୍ୟାପ୍ ନେଭିଗସନ୍ ସହ ୱାଇଫାଇ /୩ଜି ଡାଟା କନେକଟିଭିଟିକୁ ମଧ୍ୟ ସପୋର୍ଟ କରିବ ।

୩ବର୍ଷରେ ୩ଲକ୍ଷ ବଞ୍ଚାଇବ କାର :

କମ୍ପାନିର କହିବ ଅନୁସାରେ ଏହି କାରଟି ୩ ବର୍ଷରେ ୩ ଲକ୍ଷ ଟଙ୍କା ଆପଣଙ୍କର ବଞ୍ଚାଇବ । ପେଟ୍ରୋଲ୍ ଓ ମେଣ୍ଟେନେସ୍ ଚାର୍ଜ ଆପଣଙ୍କର ବଞ୍ଚିଯିବ । ଏମିତିରେ କାରଟିର ମୂଲ୍ୟ ଯଦି ୩ ଲକ୍ଷ ହେବ, ତାହାହେଲେ ଆପଣ ୩ ବର୍ଷରେ ଏହାର ମୂଲ୍ୟ ଫେରସ୍ତ୍ ପାଇଯିବେ ।