ଚଉଠି ରାତିରେ କ୍ଷୀରରେ ନିଦ ବଟିକା ଦେଇ ସୁନା ଗହଣା ସହ ସର୍ବସ୍ଵ ଲୁଟିନେଲା ନୂଆବୋହୁ ।

Spread the love

ବର କେତେ ଆଶା କରିଥିଲା ନୂଆ ସ୍ତ୍ରୀ ଆସିବ, ତା’ସହ ଚଉଠି ରାତି କଟେଇବ । ସ୍ତ୍ରୀ’ ତାର ସୁଖ ଦୁଃଖରେ ସାଥି ହୋଇ ଛିଡା ହେବ । ଶାଶୁ, ଭାବିଥିଲା ଶାଶୁ ଶଶୁରଙ୍କ ସେବା କରିବ । ମୋ ହାଣ୍ଡିଶାଳ ସମ୍ଭାଳିବ । ରୋଷେଇ କରି ଖାଇବାକୁ ଦେବ । ପୁଅ ଜନମ କରି ମୋ କୁଳ ନନ୍ଦନ କରିବ ।

ସବୁ ସ୍ୱପ୍ନ ପ୍ରଥମ ରାତିରେ ଧୂଳିସାତ ହେଇଗଲା । ବୋହୁ ଚଉଠି ରାତିରେ ହିଁ ପୁରା ପରିବାରକୁ ପାନେ ଦେଲା । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଅଲିଗଡ଼ରେ ଥିବା ଶାଦିପୁର ଅଞ୍ଚଳରେ ନବବଧୂ “ଲୁଟେରି ଦୁଲ୍ଲେହନ” ସାଜିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ସପ୍ତାହେ ପରେ ଘରର ବୋହୂ ସୁନାଗହଣା ଓ ଟଙ୍କା ନେଇ ଫେରାର ହେବା ଘଟଣାକୁ ନେଇ ଜୋରଦାର ଆଲୋଚନା ଜାରି ରହିଛି । ଏହି ଘଟଣାର ଖବର ପାଇ ଅଭିଯୁକ୍ତ ବୋହୂ ଓ ତା’ର ବାପଘର ଲୋକଙ୍କ ବିରୋଧରେ ପୁଲିସ ଏତଲା ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ପାରିନାହିଁ ।

ସୂଚନା ମୁତାବକ, ଶାଦିପୁରରେ ରହୁଥିବା ଅଜବ ସିଂହଙ୍କ ବିବାହ ବୁଲନ୍ଦସହରରେ ରହୁଥିବା ସୁନୀତାଙ୍କ ସହ ହୋଇଥିଲା । ଅଗଷ୍ଟ ୨୬ରେ ଦୁହିଁଙ୍କର କୋର୍ଟରେ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସୁନୀତାଙ୍କ ପରିବାର ଲୋକେ ତାଙ୍କ ଶାଶୁଘରକୁ ଆସିବା ସହ ଚୋରିର ଯୋଜନା କରିଥିଲେ । ଖାଦ୍ୟ ଖାଇ ସାରି ସମସ୍ତେ କ୍ଷୀର ପିଇବାକୁ ବସିବା ବେଳେ ସୁନୀତା ନିଜ ଶାଶୁଘର ଲୋକଙ୍କ କ୍ଷୀରରେ ନିଶା ମିଶାଇ ଦେଇଥିଲେ । ନିଶା ମିଶା ଯାଇଥିବା କ୍ଷୀର ପିଇ ସବୁ ଅଚେତ ହେବା ପରେ ଘରେ ଥିବା ସୁନାଗହଣା ଓ ଟଙ୍କା ଧରି ଫେରାର ହୋଇ ଯାଇଥିଲେ ସୁନୀତା ଓ ତାଙ୍କ ପରିବାର ଲୋକେ । ସକାଳ ସମୟରେ ପଡ଼ୋଶୀ ପୂରା ପରିବାରକୁ ଅଚେତ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେବା ପରେ ପରିବାର ଲୋକେ ଚେତା ଫେରିବା ପରେ ପୂରା ଘଟଣା ଜଣାଇଥିଲେ ଅଜବ ସିଂହଙ୍କ ପରିବାର ଲୋକେ ।

ଏହି ଘଟଣା ଶୁଣି ଆଖପାଖର ଗାଁ ଲୋକ ଆଶ୍ଚଯ୍ୟ ଓ ଚକିତ ହୋଇଯାଇଛନ୍ତି !

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ ।