ଚର୍ମକୁ ଗୋରା ଓ ଚିକ୍କଣ କରିବାକୁ ଚାହୁଁଛନ୍ତି ତେବେ ଆପଣାଅନ୍ତୁ ଏହି ରାମବାଣ ଉପଚାର

Spread the love

ଆଜି ଆମେ ଆପଣଙ୍କୁ ଗୋଟିଏ ଆମେଜିଙ୍ଗ ରେମିଡି ବିଷୟରେ କହିବୁ, ଯାହାଦ୍ୱାରା ଆପଣ ନିଜ ସ୍କିନକୁ ଗୋରା କରିବେ ପ୍ରାକୃତିକ ଉପାୟରେ । ଏହି ଉପାୟ ବହୁତ କାର୍ଯ୍ୟକାରୀ ଅଟେ । ସାଧାରଣତଃ ଆଜି କଲି ଲୋକମାନେ ନିଜ ତ୍ୱଚାକୁ ଗୋରା ଓ ଚିକ୍କଣ କରିବା ପାଇଁ ଭିନ୍ନ ଭିନ୍ନ ଉପାୟମାନ ଅବଲମ୍ବନ କରିଥାନ୍ତି ଓ ଏଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏହି ଉପାୟ ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ । ଆପଣଙ୍କ ଚେହେରାର ଡେଡ ସ୍କିନ, ବ୍ରଣ, ଦାଗ ହୋଇଯାଏ ବା ଶ୍ୟାମଳପଣ ଆସିଯାଏ ତାହା ପାଇଁ ଏହି ଉପାୟ ରାମବାଣ ଭଳି କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟମନ :

● ଚର୍ମ ଚିକ୍କଣ ଓ ସୁନ୍ଦର ଦିଶିବା ପାଇଁ ଆପଣ ରାତିରୁ ମୁଗ ଡ଼ାଲିକୁ ଦହିରେ ମିଶାଇ ରଖି ଦେବେ । ସକାଳ ପାହିଲେ ତାକୁ ଭଲରେ ବାଟି ହଳଦୀଗୁଣ୍ଡ ମିଶାଇ ଦେହରେ ଲଗାଇବେ । ନିଶ୍ଚୟ ସୁଫଳ ପାଇବେ । ଏପରିକି ଚର୍ମର ମଇଳା ଦୂର ହୋଇଯିବ ।

● ଚର୍ମକୁ ନରମ ଓ ତେଜୀୟାନ କରିବାକୁ ଚାହିଁଲେ ଗରମ କ୍ଷୀରରେ କମଳା ଚୋପା, ମସୁର ଡ଼ାଲି, ଏକ ଚାମଚ ଜଡ଼ାତେଲ ଭିଜାଇ ଦିଅନ୍ତୁ । ସକାଳେ ବାଟି ଭଲରେ ଚିକ୍କଣ କରି ଦେହରେ ମାଲିସ୍ କରନ୍ତୁ ।

● ରାଶି ତେଲରେ ବେସନ ଗୋଳାଇ ଦେହରେ ଲଗାଇଲେ କିଛି ସମୟ ପରେ ଘଷି ଛଡ଼ାଇ ଦେଲେ ଦେହରୁ ଦାଗ ଚାଲିଯିବ ଓ ଚର୍ମ କୋମଳ ଦିଶିବ ।

● ଚର୍ମରୁ କାଠ ବ୍ରଣ ଦୂର କରିବାକୁ ଚାହିଁଲେ ନିମ୍ଵ ପତ୍ରରେ ପାଉଁଶରେ ଭେସଲିନ୍ ଅଥବା କ୍ରିମ ଗୋଳାଇ ଲଗାନ୍ତୁ ।

● ମାଟି ପାତ୍ରରେ ତ୍ରିଫଳା ଭିଜାଇ ଦେଇ ସକାଳେ ଏଥିରେ କନା ଭିଜାଇ ଦିଅନ୍ତୁ । ତା’ପରେ ଧୀରେ ଧୀରେ ଦେହକୁ ସଫା କରନ୍ତୁ । ଆପଣ , ଚର୍ମ ନିଶ୍ଚୟ କୋମଳ ହୋଇଯିବ, ଶୁଖୁଲା ଚର୍ମ ପାଇ ଅଣ୍ଡାର ଲାଳ ବେଶି ଉପଯୋଗୀ । ଅଣ୍ଡାର ଲାଳରେ ଅଧ ଚାମଚ ଜଡ଼ାତେଲ, ଅଧ ଚାମଚ ମହୁ ମିଶାଇ ମଲମ ପ୍ରସ୍ତୁତ କରି ରଖନ୍ତୁ। ଏହି ମଲମ ପ୍ରୟୋଗ କଲେ ଶୁଖଲା ଚର୍ମ, କୋମଳ ଚର୍ମରେ ପରିବର୍ତନ ହୋଇଯିବ ।

● ପାଚିଲା କଦଳୀକୁ ଭଲରେ ଚକଟି ମୁହଁରେ ଲଗାନ୍ତୁ, ଶୁଖୁଗଲା ପରେ ତୁଳାରେ ଭଲରେ ପୋଛି ଦିଅନ୍ତୁ ଏମିତି କଲେ ବୟସ ବୃଦ୍ଧି ହୋଇଗଲେ ମଧ୍ୟ ଚର୍ମ ନରମ ଓ ସତେଜ ରହିବ ।

● କଞ୍ଚା କ୍ଷୀରରେ କଳାରାଶି ଓ ଧଳା ସୋରିଷ ସମାନ ପରିମାଣରେ ନେଇ ଭଲରେ ବାଟି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇଲେ ମୁହଁରେ ଥିବା ଦାଗ ସମ୍ପୁର୍ଣ୍ଣ ଲିଭିଯିବ ।

● ଆପଣଙ୍କ ଲୋଳିତ ଚର୍ମ ଚିକ୍କଣ ହେବା ପାଇଁ ଗୋଟାଏ ଅଣ୍ଡାର ଧଳା ଅଂଶ, ଏକ ଚାମଚ ଲେମ୍ବୁରସ, ଏକ ଚାମଚ ଆଲକହଲ ଚାରି ଭାଗରୁ ଏକଭାଗ କାକୁଡ଼ି ରସ ଏକତ୍ର ମିଶାଇ ମୁହଁରେ ଲଗାଇ ଦିଅନ୍ତୁ । ନିଶ୍ଚୟ ସଫଳ ପାଇବେ ।

● କଞ୍ଚାକ୍ଷୀରକୁ ତୁଳାରେ ଭିଜାଇ ମୁହଁରେ ଲଗାଇ କିଛି ସମୟ ଶୁଖାଇବାକୁ ଛାଡ଼ି ଦିଅନ୍ତୁ । ଶୁଖିଗଲା ପରେ ଭଲରେ ଧୋଇଦିଅନ୍ତୁ ମୁହଁ ନିଶ୍ଚୟ ଚିକ୍କଣ ଦିଶିବ ।