ଜୋତା ବିକ୍ରି କରୁଥିବା ଲୋକ ନିଜର କ୍ରୋଧକୁ ଏହିପରି ଜାହିର କରିଲେ, ଭିଡିଓ ହେଉଛି ଭାଇରଲ, ଦେଖନ୍ତୁ ଭିଡିଓ

Spread the love

ଯେଉଁମାନଙ୍କ ଶରୀର ଭାରତର ପାଣି ପବନରେ ଗାଢ଼ ସେହି ପରି ବ୍ୟକ୍ତିମାନେ ଭାରତ ମାତାର ସମ୍ମାନ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇପାରିବେ । କିନ୍ତୁ ବେଇମାନ କରିପାରିବେ ନାହିଁ । କିନ୍ତୁ ଶତ୍ରୁ ସମ୍ମୁଖରେ ନତମସ୍ତକ ହେବ ଭାରତୀୟଙ୍କ ନୀତି ବିରୋଧୀ ଅଟେ । ସେହି ପରି ଜଣେ ବ୍ୟକ୍ତି ନିଜେ ଜୋତା ବିକ୍ରି କରୁଛି ତଥାପି ପାକିସ୍ଥାନର ବର୍ବାରଚିତ୍ତ ଆକ୍ରମଣର ଉଚିତ ପ୍ରତିଶାଧ ନେବା ପାଇଁ କିଭଳି ଭାବରେ ପାକିସ୍ତାନ ମୁର୍ଦାବାଦ” ଧ୍ୱନି ଲଗାଇ ଜୋତା ବିକ୍ରି କରୁଛି ଆସନ୍ତୁ ଦେଖିବ ।

ପୁଲୱାମାରେ ହୋଇଥିବା ଆତଙ୍କି ହାମଲା ପରେ ସର୍ବ ସାଧାରଣ ଜନତା ନିଜ କ୍ରୋଧକୁ ନିୟନ୍ତ୍ରଣ କରି ପାରୁନାହାନ୍ତି । କାହାକୁ ଯୁଦ୍ଧ ଦରକାର ତ, କିଏ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ଆମକୁ ହିଁ ମାନବ ବିସ୍ଫୋରଣ ବନାଇ ପାକିସ୍ତାନକୁ ପଠାଇ ଦିଅନ୍ତୁ । ସୋସିଆଲ ମିଡିଆରେ ଏମିତି ହଜାର ଲୋକ ନିଜ କ୍ରୋଧକୁ ସ୍ପଷ୍ଟ କରିଛନ୍ତି । ଏହି ପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସେହି ପରି ଏକ ଭିଡିଓ, ଯେଉଁଥିରେ ଜଣେ ବ୍ୟକ୍ତି “ପାକିସ୍ତାନ ମୁର୍ଦାବାଦ” ଧ୍ୱନି ଲଗାଇ ଜୋତା ବିକ୍ରି କରୁଛି । ଏହି ଭିଡ଼ିଓ କୌଣସି ଏକ ମାର୍କେଟର ପରି ଲାଗୁଛି । କିନ୍ତୁ ସେହି ଜଗାର ସ୍ପଷ୍ଟ ହୋଇନାହିଁ ।

ଭାଇରାଲ ହୋଇଥିବା ଭିଡ଼ିଓରେ ବ୍ୟକ୍ତି “ପାକିସ୍ତାନ ମୁର୍ଦାବାଦ” ର ଧ୍ୱନି ଲଗାଉଛି । ଆଉ ୧୧୦୦ରେ ୩ ହଳ ଜୋତା ବିକ୍ରି କରୁଅଛି । ଏହା ସହିତ ସେହି ରାସ୍ତାରେ ଯିବା ଲୋକଙ୍କୁ ମଧ୍ୟ “ପାକିସ୍ତାନ ମୁର୍ଦାବାଦ”ର ଧ୍ୱନି ଲଗାଇବାକୁ କହୁଛି । ଭିଡ଼ିଓ କୁ ଟ୍ୱିଟରରେ କବି ଇମରାନ ପ୍ରତାପଗଢି ସେୟର କରିଛନ୍ତି । ଯେଉଁଥିରେ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି କି ଯଦି ସେହି ବ୍ୟକ୍ତି ଏମିତି କରୁଛି ତେବେ କିଛି ଭୁଲ କରୁନାହିଁ ।