ଚୋପା ଥିବା ବାଦାମ କାହିଁକି ଖାଇବା ଉଚିତ ନୁହେଁ ଓ ବତୁରା ବାଦାମ ଖାଇବାରେ କଣ ଫାଇଦା ଆସନ୍ତୁ ଜାଣିବା

Spread the love

ଶୀତ ଋତୁରେ ଅଧିକାଂଶ ଲୋକମାନେ ବତୁରା ହୋଇଥିବା ବାଦାମକୁ ସେବନ କରନ୍ତି । କିନ୍ତୁ ସବୁବେଳେ ବତୁରା ହୋଇଥିବା ବାଦାମ ହିଁ କାହିଁକି ଖାଅନ୍ତି ? ଶୁଖିଲା ବାଦାମକୁ କାହିଁକି ଖାଅନ୍ତି ନାହିଁ । ଯଦି ଆପଣ ଏହାର ଉତ୍ତର ଜାଣି ନାହାଁନ୍ତି ତେବେ ଆସନ୍ତୁ ଏ ବିଷୟରେ ସମ୍ପୂର୍ଣ ରୁପେ ଜାଣିବା । ଚୋପା ଥିବା ବାଦାମ ଖାଇଲେ ସେତେ ଫାଇଦା ହୋଇ ନଥାଏ, ଯେତିକି ଫାଇଦା ଚୋପା ନ ଥିବା ବାଦାମ ଖାଇଲେ ମିଳିଥାଏ । ଏହାର ପ୍ରମୁଖ କାରଣ ହେଉଛି ଚୋପା ସହ ବାଦାମ ଖାଇଲେ ଆପଣଙ୍କ ପୋଷଣରେ ଅସୁବିଧା ସୃଷ୍ଟି କରିଥାଏ । ବାଦାମର ଚୋପାରେ ଟେନିନ୍ ନାମକ ଗୋଟିଏ ତତ୍ତ୍ୱ ରହିଥାଏ ଯାହା ପୋଷଣ ତତ୍ତ୍ୱର ଅବଶୋଷଣକୁ ଅବରୋଧ କରିଥାଏ । ଯଦି ଆପଣ ଶୁଖିଲା ବାଦାମ ଖାଇବାକୁ ଚାହାଁନ୍ତି ତେବେ ଏହାର ଚୋପା ବାହାର କରିବା ସାମାନ୍ୟ କଷ୍ଟକର ହୋଇଥାଏ । ଯେତେବେଳେ କି ପାଣିରେ ବତୁରା ହୋଇଥିବା ବାଦାମର ଚୋପା ସହଜରେ ବାହାରି ଯାଏ । ଚୋପା ବାହାର କରି ବାଦାମ ଖାଇଲେ ସେଥିରେ ସମ୍ପୂର୍ଣ ପୋଷଣ ମିଳିଥାଏ, ଯେତେବେଳେ କି ଚୋପା ଥିବା ବାଦାମ ଖାଇଲେ ମିଳି ନଥାଏ । ଏଥିପାଇଁ ଶୁଖିଲା ବାଦାମ ଖାଇବା ବଦଳରେ ବତୁରା ହୋଇଥିବା ବାଦାମ ଖାଇଲେ ଅଧିକ ଫାଇଦା ହୋଇଥାଏ ।

ଆସନ୍ତୁ ସେହି ପାଞ୍ଚଟି ଫାଇଦା ବିଷୟରେ ଜାଣିବା :

୧ )  ବତୁରା ହୋଇଥିବା ବାଦାମ ଖାଇଲେ ପାଚନ କ୍ରିୟା ସନ୍ତୁଳିତ ରେ ରହିଥାଏ ।

୨)  ଏଥିରେ ଭରପୁର ମାତ୍ରାରେ ଆଣ୍ଟି – ଅକ୍ସିଡେଣ୍ଟ ଥାଏ ଯାହାକି ବଢୁଥିବା ବୟସ କୁ ନିୟନ୍ତ୍ରଣ କରିଥାଏ ।

୩ ) ଏହା ରକ୍ତର ଚାପ କୁ ନିୟନ୍ତ୍ରଣ କରିଥାଏ ।

୪) ବାଦାମ ଖାଇବା ଦ୍ୱାରା ଭଲ କଲେଷ୍ଟ୍ରେଲ୍ ବଢିଥାଏ ଓ ଖରାପ କଲେଷ୍ଟ୍ରେଲ୍ କମିଥାଏ ।

୫) ବତୁରା ହୋଇଥିବା ବାଦାମ ଆଖି ପାଇଁ ବହୁତ ଉପଯୋଗୀ ଅଟେ ଓ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଲାଭ ଦାୟକ ଅଟେ ।