ଚାଣକ୍ୟଙ୍କ ଏହି ୫ଟି କଥା ଜାଣିଲା ପରେ ଆପଣ ଆପଣଙ୍କ ଜୀବନରେ କେବେ ମଧ୍ୟ ହାରିବେ ନାହିଁ, ସଫଳତା ଆପଣଙ୍କ ପାଦତଳେ ପଡିବ ! ଥରଟିଏ ଚେଷ୍ଟା କରି ଦେଖନ୍ତୁ

Spread the love

ଚାନକ୍ୟଙ୍କୁ ଆମେ କୌଟଲ୍ୟ ନାମରେ ଜାଣୁ । ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ । ବୁଦ୍ଧିରେ ସର୍ବଶ୍ରେଷ୍ଠ ଥିଲେ । ତାଙ୍କ ବିଚାରଧାରା ଅନ୍ୟମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା । ସେ ସର୍ବଦା ଲୋକମାନଙ୍କୁ ସଠିକ୍ ମାର୍ଗରେ ଯିବା ପାଇଁ ଉପଦେଶ ଦେଉଥିଲେ । ଆଜିର ଏହି ଲେଖାରେ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାର କରିବା ଦ୍ୱାରା ଏହି ୫ଜଣଙ୍କ ଠାରୁ ମନୁଷ୍ୟକୁ କେବେ ପରାଜୟ ହେବ ନାହିଁ । ମହାନ ଗୁରୁ ଚାଣକ୍ୟଙ୍କ କହିବା ଅନୁସାରେ ଆମକୁ ବାଘ, ବଗ, କୁକୁଡ଼ା,କାଉ ଓ କୁକୁର ଏମାନଙ୍କ ଠାରୁ ଏହି କାଥାଗୁଡିକ ଶିଖିବାର ଅଛି ।

ଏହା ହେଉଛି ଚାନକ୍ୟଙ୍କ କଥା :

ଚାଣକ୍ୟଙ୍କ କହିବା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଏକାଗ୍ରତା, ପୁରା ଶକ୍ତି ଓ ବଳ ସାହାଯ୍ୟରେ କରିବା ଉଚିତ । ଯେପରି ବାଘ ନିଜ ଶିକାର ଧରିଥାଏ, ସେହିପରି ମନୁଷ୍ୟକୁ ମଧ୍ୟ ନିଜ କାର୍ଯ୍ୟ ହାସଲ କରିବା ଦରକାର, ଥକି ଯିବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ନିଜ ବଳ ପ୍ରୟୋଗ କରି ପାରୁନାହିଁ; ତେବେ ସେ ଭାବିବ କଥା ଯେ, ତାଙ୍କ ପ୍ରୟାସ ବିଫଳ ଅଟେ । ଚାଣକ୍ୟଙ୍କ ଅନୁସାରେ ଆମକୁ ଗୋଟିଏ ବାଘ ଠାରୁ କିପରି ଭାବରେ ଜୀବନ ଅତିବାହିତ କରିବା ଏହି କଥା ଶିଖିବା ଉଚିତ । ବାଘ ହୁଏତ ବଡ଼ ଶିକାର କିମ୍ବା ଛୋଟ ହରିଣ ପଛରେ ଦୌଡେ, ସେ ଯେକୌଣସି ମତେ ତାର ସମସ୍ତ ବଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିଥାଏ । ଠିକ୍ ସେହିପରି ଆମକୁ ନିଜ କାର୍ଯ୍ୟ ହାସଲ କରିବା ପାଇଁ ନିଜର ପୁରା ବଳ ପ୍ରୟୋଗ କରିବାକୁ ପଡିବ ।

ଚାନକ୍ୟଙ୍କ ଅନୁସାରେ ଗୋଟିଏ ବଗ ନିଜର ସ୍ଥିରତା ଛିଡ଼ା ହୋଇଥାଏ । କୁହାଯାଇଛି ଯେ ବଗ ସେତେବେଳେ ଠିଆ ହୁଏ ଯେତେବେଳେ ତାର ଆଖପାଖରେ ବହୁତ ମାଛ ଥାଏ । କିନ୍ତୁ ଯେଉଁ ଠାରେ କୁମ୍ଭୀର ଥାଏ, ସେଠାରେ ସେ କେବେ ଛିଡ଼ା ହୁଏ ନାହିଁ । ବଗ ତାର ଲମ୍ବ ଗୋଡ ଦ୍ଵାରା ଠିକ ରୂପେ ଜାଣିପରେ, ସେ କାହା ଉପରେ ଆକ୍ରମଣ କରି ତାକୁ ହାସଲ କରିବ । ସେଥିପାଇଁ ସେ କୁମ୍ଭୀରକୁ କେବେ ଥଂଟ ମାରେ ନାହିଁ । ବଗ ଠାରୁ ଆମେ ଏହା ଶିଖିବା କଥା ଯେ, “କେଉଁ ସ୍ଥାନରେ ପାଦ ପକାଇବା କଥା ଏବଂ କେଉଁ ସ୍ଥାନରେ ପାଦ ପକାଇବା ଠିକ ନୁହେଁ ।”

ଚାଣକ୍ୟଙ୍କ ତୃତୀୟ କଥା ଆମକୁ କୁକୁଡ଼ା ଠାରୁ ଅନୁଭବ କରାଉଛି, ଯେମିତି କୁକୁଡ଼ା ସୂର୍ଯୋଦୟ ପୂର୍ବରୁ ଉଠି ନିଜର ଲଢେ଼ଇ ବୀରତ୍ବର ସହ ଲଢି ଥାଏ, ଠିକ ସେହିପରି ଆମକୁ ମଧ୍ୟ ସୂର୍ଯୋଦୟ ପୂର୍ବରୁ ଉଠି ଆମର ସମସ୍ତ ଲଢେ଼ଇ ପରିଶ୍ରମ ଓ ବୀରତ୍ବର ସହ ଲଢ଼ିବାକୁ ହେବ ଏବଂ ଆମ ପରିବାର ପାଇଁ ଖାଦ୍ୟ ଯୋଗାଡ କରିବାକୁ ହେବ ।

ଚାନକ୍ୟଙ୍କ ନୀତି ଅନୁସାରେ ପରବର୍ତ୍ତୀ ଶିକ୍ଷା ଆମକୁ କାଉ ଠାରୁ ଗ୍ରହଣ କରିବାର ଅଛି । ଏହି ପଥର ହୃଦୟ ଦୁନିଆରେ ଆଗକୁ ବଢ଼ିବାରେ ହେଲେ ଆମକୁ କୋଠର ହୃଦୟ ସମପର୍ଣ୍ଣ ହେବାକୁ ପଡିବ । କିଏ ଆମକୁ ଖରାପ କହୁ ନା କାହିଁକି ଆମକୁ ସେହି ସବୁ କାରିବାକୁ ହେବ ଯାହା ଆମ ହୃଦୟ କହୁଛି । ବୀରତ୍ଵର ବଡ଼ ଉଦାହରଣ ହେଉଛି ଦଶରଥ ମାଂଝୀ ଯାହା ଉପରେ ହିନ୍ଦୀ ଚଳଚିତ୍ର ଆଧାରିତ ହୋଇଛି । କାଉର ଦ୍ଵିତୀୟ ଗୁଣ ହେଉଛି, ଲୁଚିକରି ଅନୁମାନ କରିବା । ତୃତୀୟ ଗୁଣ ଏହା ଯେ କାଉ ସର୍ବଦା ଏକତ୍ରିତ କରିବାରେ ବିଶ୍ଵାସ କରେ, ଚତୁର୍ଥ ହେଲା ସର୍ବଦା ସାବଧାନ ରହେ ଏବଂ ପଞ୍ଚମଟି ହେଲା ସେ କେବେ କାହା ଉପରେ ଭରସା କରେ ନାହିଁ ।

ଚାଣକ୍ୟଙ୍କ ଅନୁସାରେ କୁକୁର ସବୁଠାରୁ ବିଶ୍ଵାସୀ ଜୀଵ ଅଟେ ଏବଂ ଏମାନଙ୍କ ପାଖରେ ଏମିତି ଗୁଣ ଥାଏ, ଯାହା ଆମକୁ ଜୀବନର କାମରେ ଲଗେଇବା ଉଚିତ । କୁକୁରର ପ୍ରଥମ ଗୁଣ ହେଲା ସେ ସବୁଠୁ ଅଧିକ ଖାଇବାର କ୍ଷମତା ଅଛି । ଦ୍ଵିତୀୟ ଗୁଣ ହେଲା, ସେ କମ ଖାଇ ମଧ୍ୟ ଖୁସି ରହିପାରେ । ତାର ଅନ୍ୟ ଗୁଣ ହେଲା, ସେ ଗଭୀର ନିଦରେ ଶୁଏ କିନ୍ତୁ ଛୋଟ ଶବ୍ଦରେ ମଧ୍ୟ ଉଠିପଡ଼େ । ଏହାଛଡା କୁକୁର ସବୁଠାରୁ ବଡ ବିଶ୍ୱସ୍ତ ପ୍ରାଣି ଏବଂ ବଡ଼ ସାହସୀ, ଏହିସବୁ ଗୁଣ ଆମକୁ କୁକୁର ଠାରୁ ଶିଖିବା ଆବଶ୍ୟକ ।